ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଭାରତୀୟ ବ୍ୟବସାୟୀଙ୍କୁ ତାଲିବାନୀଙ୍କ ଅପହରଣ

0

କାବୁଲ: ଆଫଗାନିସ୍ତାନରେ ତାଲିବାନ କ୍ଷମତା ଆସିବା ପରେ ଲୋକଙ୍କ ଉପରେ ନିର୍ଯାତନା ଆହୁରି ବଢିଯାଇଛି। ଦିନକୁ ଦିନ ତାଲିବାନୀ ଆତଙ୍କୀଙ୍କ ଅତ୍ୟାଚାର ବଢିଚାଲିଛି। ପ୍ରତିଦିନ ତାଲିବାନୀ ମାନେ ବିରୋଧୀଙ୍କୁ ଟାର୍ଗେଟ କରୁଛନ୍ତି । କାହାକୁ ହତ୍ୟା କରୁଛନ୍ତି ତ କାହାକୁ ଅପହରଣ କରିନେଉଛନ୍ତି। ନୃଶଂସତାର ସୀମା ପାର କରୁଛନ୍ତି ତାଲିବାନୀ। ଏହାରି ଭିତରେ ଆଫଗାନରେ ଜନ୍ମିତ ଜଣେ ଭାରତୀୟଙ୍କୁ ଅପହରଣ ନେଇ ଖବର ଆସୁଛି। ବନ୍ଧୁକ ମୁନରେ ଭାରତୀୟ ବ୍ୟବସାୟୀଙ୍କୁ ଅପହରଣ କରିନେଇଛନ୍ତି ତାଲିବାନୀ।

ଭାରତୀୟ ବିଶ୍ୱ ଫୋରମ ଅଧ୍ୟକ୍ଷ ପୁନିତ ସିଂହ ଚଂଢୋକଙ୍କ ସୂଚନା ଅନୁସାରେ, ତାଲିବାନୀ ମାନେ କାବୁଲରେ ଆଫଗାନସ୍ଥାନରେ ଜନ୍ମିତ ଜଣେ ଭାରତୀୟଙ୍କୁ ବନ୍ଧୁକ ମୁନରେ ଅପହରଣ କରିଛନ୍ତି । ତାଙ୍କ ନାଁ ବଂଶରୀ ଲାଲ ଅରେନ୍ଦେହୀ । ବଂଶରୀ ଶିଖ ସମୁଦାୟର ଅଟନ୍ତି। ୫୦ ବର୍ଷୀୟ ବଂଶରୀଙ୍କ କାବୁଲରେ ଔଷଧ ଉତ୍ପାଦନର ଦୋକାନ ରହିଛି। ତାଙ୍କୁ ତାଲିବାନୀ ମାନେ ମଙ୍ଗଳବାର ସକାଳ ୮ଟାରୁ ଅପହରଣ କରିନେଇଛନ୍ତି। ତାଙ୍କ ସହ ତାଙ୍କ ସହକର୍ମୀମାନଙ୍କୁ ମଧ୍ୟ ଅପହରଣ କରିନେଇଥିଲେ। ହେଲେ ସେମାନେ କୌଣସି ମତେ ତାଙ୍କ କବଳରୁ ନିଜକୁ ବଞ୍ଚାଇ ପଳାଇଆସିଥିଲେ । ତାଙ୍କୁ ମଧ୍ୟ ତାଲିବାନୀ ମାନେ ନୃଶଂସ ଭାବେ ମାରିପିଟ କରିଛନ୍ତି।

ପୁନିତ ସିଂହ କହିଛନ୍ତି, ବଂଶରୀ ପରିବାର ଦିଲ୍ଲୀ ଏନସିଆରରେ ରହନ୍ତି । ସ୍ଥାନୀୟ ଯାଞ୍ଚ ଏଜେନ୍ସି ତାଙ୍କ ଅପହରଣ ନେଇ ଏକ ମାମଲା ରୁଜୁ କରିଛନ୍ତି ଏବଂ ତାଙ୍କୁ ଖୋଜାଖୋଜି କରାଯାଉଛି । ତାଲିବାନୀ ମାନେ ବଂଶରୀଙ୍କ କେଉଁଠି ରଖିଛନ୍ତି, ତାଙ୍କ ଅବସ୍ଥା କେମିତି ଅଛି କିଛି ଜଣାପଡିନାହିଁ। ଭାରତୀୟ ବୈଦେଶିକ ମନ୍ତ୍ରାଳୟକୁ ମଧ୍ୟ ଏ ନେଇ ଅବଗତ କରାଯାଇଛି । ବଂଶରୀଙ୍କୁ ଉଦ୍ଧାର ପାଇଁ ସରକାର ତୁରନ୍ତ ଏହି ମାମଲାରେ ହସକ୍ଷେପ କରି ସହାୟତା କରିବା ପାଇଁ ଅପିଲ କରାଯାଇଛି ।

Leave A Reply

Your email address will not be published.