ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଦିଦିଙ୍କ ପାଖକୁ ଏତେ ସମ୍ପତ୍ତି କେଉଁଠୁ ଆସିଲା?

0

ଭୁବନେଶ୍ବର: ଅଙ୍ଗନବାଡି ଦିଦିଙ୍କ ପାଖରେ ଏତେ ସମ୍ପତ୍ତି କେଉଁଠୁ ଆସିଲା? ଅଙ୍ଗନବାଡି ଦିଦିଙ୍କ ଦରମା ୭ ହଜାର ୫୦୦ ଟଙ୍କା। ସେଥିରେ ଗୋଟେ ଘର କିଣିବା କଷ୍ଟକର; ଗାଡି କିଣିବା ବି। ଏପରିସ୍ଥଳେ ରାଜଧାନୀର ଜଣେ ଅଙ୍ଗନବାଡି ଦିଦିଙ୍କର ଅଚଳାଚଳ ସମ୍ପତ୍ତି ଦେଖି ଆପଣ ବି ତାଜୁବ ହୋଇଯିବେ।

ଦିଦିଙ୍କର ରହିଛି ୧୪ଟି ଜମି, ୬ଟି ବଡ ବଡ କୋଠା ଓ ପୁଳା ପୁଳା ସୁନା ଅଳଙ୍କାର ରହିଛି। ଯାହାର ମୂଲ୍ୟ ପ୍ରାରମ୍ଭିକ ଭାବେ ଚାରି କୋଟି କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି। ତେବେ ଏଠି ପ୍ରଶ୍ନ ଉଠୁଛି ଦିଦିଙ୍କ ପାଖରେ ଏତେ ସମ୍ପତ୍ତି ଆସିଲା କେଉଁଠୁ ?

ଆମେ କହୁଛି ଭୁବନେଶ୍ୱର କୋରଡ଼କଣ୍ଟାର ଅଙ୍ଗନବାଡି ଦିଦି କବିତା ମାଥନଙ୍କ କଥା । କବିତା ମଥାନଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ଭିଜିଲାନ୍ସ ଚଢାଉ କରିଥିଲା। ଆଉ ଚଢାଉ ବେଳେ ୪ କୋଟିର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ରାଜଧାନୀରେ ଅଙ୍ଗନବାଡିରେ ଚାକିରି ପାଇଲେ କଣ କୋଟିପତି ହେବା ସମ୍ଭାବନା ବଢିଯାଏ କି ? ରାଜଧାନୀରେ ବସ୍ତି ଅଞ୍ଚଳର ଅନେକ ପିଲା ଅଙ୍ଗନବାଡି କେନ୍ଦ୍ରକୁ ପାଠପଢିବାକୁ ଯାଇଥାନ୍ତି। ତେଣୁ ସେମାନଙ୍କୁ ମୋହରା କରି ଅଙ୍ଗନବାଡିକୁ ଆସୁଥିବା ବିଭିନ୍ନ ଜିନିଷକୁ ଚଳୁ କରି କୋଟିପତି ହୋଇନାହାନ୍ତି ତ ଦିଦି ? ବସ୍ତି ଅଞ୍ଚଳର ଲୋକ ସାଧାରଣ୍‌ତଃ ଏତେ ଶିକ୍ଷିତ ନଥାନ୍ତି। ତେଣୁ ସେମାନେ ବେଶି ସ୍ୱର ଉଠାଇପାରନ୍ତି ନାହିଁ କି ବିରୋଧ କରିପାରନ୍ତି ନାହିଁ। ଏହାର ଫାଇଦା ନେଇଛନ୍ତି କି ଦିଦି?

ତେବେ ବଡ଼ କଥା ହେଉଛି, ଅଙ୍ଗନବାଡି ଦିଦି ଗଣମାଧ୍ୟମ ସାମାନାରେ ଯେଉଁ ପ୍ରତିକ୍ରିୟା ରଖିଛନ୍ତି, ଭିଜିଲାନ୍ସ ସାମନାରେ ସେହି ତଥ୍ୟ ରଖି ପ୍ରମାଣିତ କରିବାକୁ ପଡିବ ଯେ ଏସବୁ ସେ ବା ତାଙ୍କ ପରିବାରର କଷ୍ଟ ଅର୍ଜିତ ଫଳ। ନଚେତ ଆୟ ବର୍ହିଭୂତ ସମ୍ପତି ଠୁଳ ତାଙ୍କୁ ମହଙ୍ଗା ପଡିପାରେ। ବର୍ଷକୁ ଲକ୍ଷେ ଟଙ୍କାରୁ କମ
ଆୟ କରୁଥିବା ଜଣେ ବ୍ୟକ୍ତି ଭୁବନେଶ୍ୱରରେ କଷ୍ଟମଷ୍ଟେ ଚଳିଥାଏ। ଏଥିରେ ଆପଣ ବରା ଅଥବ ପିଆଜ ବ୍ୟବସାୟ କି ଜମି ବେପାର କଥା ମଧ୍ୟ ମିଶାଇଲେ ଏତେ ସମ୍ପତ୍ତି ଠୁଳ କରିବା କଷ୍ଟକର।

ଅଙ୍ଗନବାଡି ଦିଦି ଏତେ ପରିମାଣର ସମ୍ପତ୍ତି ଠୁଳ କେଉଁ ସ୍ରୋତରୁ କରିଛନ୍ତି? ଅଙ୍ଗନବାଡିକୁ ଆସୁଥିବା ଛତୁଆ, ଅଣ୍ଡା , ଔଷଧ ଓ ବିଭିନ୍ନ ଉପକରଣ ସର୍ବୋପରି କରୋନା ସମୟରେ ଲୋକଙ୍କ ପାଇଁ ସରକାର କରିଥିବା ଯୋଜନାକୁ ହଡ଼ପ କରିବାର ଏକ ମାଧ୍ୟମ ସୃଷ୍ଟି କରି ଦିଦି କୋଟିପତି ହୋଇଛନ୍ତି କି? ଭିଜିଲାନ୍ସର ଖୋଳତାଡ଼ରୁ ଗୋଟିଏ ଦିଗ ସ୍ପଷ୍ଟ ଭାବରେ ଜଣାପଡୁଛି, ଭୁବନେଶ୍ୱରର ଉପକଣ୍ଠରେ ରହି ଜଣେ ଅଙ୍ଗନବାଡି କର୍ମୀ କୋଟି କୋଟି ଟଙ୍କାର ଆୟ କରିଛନ୍ତି। ବହୁ ବିଳମ୍ବରେ ଏହି ତଥ୍ୟ ଏବେ ସରକାରଙ୍କ ସାମ୍ନାକୁ ଆସୁଛି।

ଏବେ ଦେଖିବା କଥା, କେଉଁ ବର୍ଷ କେତେ ଜମି କିଣାଯାଇଛି, କାହା ନାଁରେ କିଣାଯାଇଛି ଏବଂ ଏଥିପାଇଁ ସେହି ସମୟରେ ଟଙ୍କା କେଉଁଠି ଆସିଲା? ସକେବଳ ସେତିକି ନୁହେଁ ଭୁବନେଶ୍ୱରରେ ଯେଉଁ ସବୁ ଘର ଗୁଡିକ ତିଆରି ହୋଇଛି ତାହା କେଉଁ ବର୍ଷ ହୋଇଛି ଏବଂ କେଉଁ ସ୍ରୋତରୁ ଆୟ ଆଣି ଏଭଳି ଘର ତିଆରି କରାଯାଇଛି ତା ଉପରେ ମଧ୍ୟ ଛାନଭିନ ହେବା ଜରୁରୀ।

ଏହି ଅଙ୍ଗନବାଡି କର୍ମୀଙ୍କ ପଛରେ ଆଉ କେହି ପ୍ରଭାବଶାଳୀ ରହିଛନ୍ତି କି ? ଯାହାଙ୍କର ସମର୍ଥନ ପାଇ ଏତେବଡ଼ ଦୁର୍ନୀତି ଅଙ୍ଗନବାଡି ଦିଦି କରିଥାଇପାରନ୍ତି ସେ ନେଇ ମଧ୍ୟ ଭିଜିଲାନ୍ସ ଖୋଳତାଡ଼ କରିବା ଦରକାର। ଯଦି ଅଙ୍ଗନବାଡି କର୍ମୀଙ୍କ ପଛରେ କେହି ପ୍ରଭାବଶାଳୀ ବ୍ୟକ୍ତି ଥାନ୍ତି ତାହେଲେ ସେ ମଧ୍ୟ ସାମନାକୁ ଆସିବା ଦରକାର। ଏହି ଗୋଟିଏ ଘଟଣା ସଙ୍କେତ ଦେଉଛି ଯେ ଅଙ୍ଗନବାଡି କର୍ମୀଙ୍କ ଉପରେ ବି ତୀକ୍ଷ୍ଣ ନଜର ରଖିବାକୁ ହେବ। ବ୍ଲକ ସ୍ତରର ସରକାରୀ ଅଧିକାରୀଙ୍କଠୁ ଆରମ୍ଭ କରି ପଂଚାୟତ ସ୍ତରର ସରକାରୀ କର୍ମଚାରୀଙ୍କ ଉପରେ ମଧ୍ୟ ସରକାରଙ୍କ ନଜର ରହିବା ଦରକାର। କାରଣ କୋରଡକଣ୍ଟା କ୍ଷେତ୍ରରେ ଗୋଟିଏ କଥା ସ୍ପଷ୍ଟ ଯେ ବରିଷ୍ଠ ଅଧିକାରୀମାନେ ଆଖିବୁଜି ନଥିଲେ କବିତା ଏତେ ସମ୍ପତ୍ତି କରିପାରିନଥାନ୍ତେ। ଏଣୁ ସେମାନଙ୍କୁ ମଧ୍ୟ ତଦନ୍ତ ପରିସରକୁ ଆଣିବା ଏବେ ଅପରିହାର୍ଯ୍ୟ ହୋଇପଡିଛି।

କବିତାଙ୍କ ନାଁରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଥିବା ବେଳେ ସେ ଏହାକୁ ଖଣ୍ଡନ କରିଛନ୍ତି । କବିତା କହିଛନ୍ତି , ସେ ବହୁ କଷ୍ଟରେ ଉପରକୁ ଉଠୁଛନ୍ତି। ବରା, ପିଆଜ ବିକିବା ସହ ଟ୍ୟୁସନ ମଧ୍ୟ କରନ୍ତି। ତାଙ୍କ ସ୍ୱାମୀ ମଧ୍ୟ ଜମି ବେପାର କରନ୍ତି। ତେଣ ତାଙ୍କ ନାଁରେ କେହି ମିଥ୍ୟା ଅଭିଯୋଗ କରିଛି। ତାଙ୍କର ଆୟ ବର୍ହିଭୂତ ସମ୍ପତ୍ତି ନାହିଁ ବୋଲି ସେ ସଫେଇ ଦେଇଛନ୍ତି ।

Leave A Reply

Your email address will not be published.