ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ଇତିହାସ ରଚିଲା ଏଲନ ମସ୍କ କମ୍ପାନୀ..ମହାକାଶ ଯାତ୍ରା କଲେ ୪ ସାଧାରଣ ନାଗରିକ

0

ଆମେରିକାର ବିଶିଷ୍ଟ ବ୍ୟବସାୟୀ ଏଲମ ମସ୍କଙ୍କ କମ୍ପାନୀ ସ୍ପେସ ଏକ୍ସ ଇତିହାସ ରଚିଛି । ଭାରତୀୟ ସମୟା ଅନୁସାରେ ସକାଳ ୫ଟା ୩୩ରେ ପ୍ରଥମ ଥର ପାଇଁ ୪ ଜଣ ସାଧାରଣ ନାଗରିକଙ୍କୁ ମହାକାଶ ପଠାଇଛି । ଏଲମ ମସ୍କଙ୍କ କମ୍ପାନୀ ସ୍ପେସ ଏକ୍ସ ପ୍ରଥମ ଅଲ ସିଭିଲିଆନ କ୍ରୁ ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ।

ନାସାର ଫ୍ଲୋରିଡା ସ୍ଥିତ କେନେଡି ସ୍ପେସ ଷ୍ଟେସନରୁ ମହାକାଶ ଯାନ ଯାତ୍ରା ଆରମ୍ଭ କରିଛି । ଏହି ୪ ଜଣ ମହାକାଶ ଯାତ୍ରୀ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ୫୭୫ କିମି ଉଚ୍ଚ କକ୍ଷରେ ପରିକ୍ରମା କରି ୩ ଦିନ ବିତାଇବେ । ଏହା ପରେ ମହାକାଶ ଯାନ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବ ଓ ଫ୍ଲୋରିଡାରେ ଅବତରଣ କରିବ । ଏହି ମିଶନର ନାଁ ଇନସ୍ପେରିସନ-୪ ରଖାଯାଇଛି ।

ଏହି ମିଶନର ଦାୟିତ୍ୱ ୩୮ ବର୍ଷୀୟ ଇସାକମାନ ନେଇଛନ୍ତି । ଇସାକମାନ ପେମେଂଟ କମ୍ପାନୀର ସଂସ୍ଥାପକ ଓ ସିଇଓ ଅଛନ୍ତି । ସେ ୧୬ ବର୍ଷ ବୟସରୁ ଏହି କମ୍ପାନୀର ଶୁଭାରମ୍ଭ କରିଥିଲେ । ସେ ସ୍ପେସଏକ୍ସରେ ପ୍ରଥମ ଥର ପାଇଁ କାମ କରୁଛନ୍ତି । ଏହା ପୂର୍ବରୁ ବ୍ଲୁ ଅରିଜିନ ଓ ବର୍ଜିନ ସ୍ପେସରେ କାମ କରୁଥିଲେ । ଇସାକମାନଙ୍କ ବ୍ୟତୀତ ଏହି ମିଶନରେ ହେୟଲୀ ଆର୍କେନା ଅଛନ୍ତି । ୨୯ ବର୍ଷୀୟ ହେୟଲୀ, ୫୧ ବର୍ଷୀୟ ସନ ପ୍ରୋକ୍ଟର ଓ ପାଇଲଟ କ୍ରିସ ସିମ୍ବ୍ରୋସ୍କି ଅଛନ୍ତି । ୨୦୦୯ ପରେ ପ୍ରଥମ ଥର ପାଇଁ ମଣିଷ ଏତେ ଉଚ୍ଚରେ ପହଞ୍ଚିଛି । ମେ ୨୦୦୯ରେ ବୈଜ୍ଞାନିକ ହବଲ ଟେଲିସ୍କୋପ ମରାମତି ପାଇଁ ୫୪୧ କଲୋମିଟର ଉଚ୍ଚକୁ ଯାଇଥିଲେ ।

ଏହି ମିଶନର ଉଦ୍ଦେଶ୍ୟ ହେଉଛି ଆମେରିକା ଟେନିସ ସ୍ଥିତ ସେଂଟ ଜୁଡ ଚିଲଡ୍ରେନ୍ସ ରିସର୍ଚ୍ଚ ହସ୍ପିଟାଲ ପାଇଁ ଅର୍ଥ ଯୋଗାଡ଼ କରିବା । ମିଶନକୁ ଲିଡ କରୁଥିବା ଇସାକମାନ ହସ୍ପିଟାଲକୁ ୧୦୦ ମିଲିୟନ ଡଲାର ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେ ଏହି ମିଶନରୁ ୧୦୦ ମିଲିୟନ ଡଲାର ଯୋଗାଡ କରିବାକୁ ଚାହୁଁଛନ୍ତି ।

Leave A Reply

Your email address will not be published.