ପ୍ରମୁଖ ଖବର

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ
ଶିବସେନା ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ବଲିଉଡ୍ ତାରକା ଗୋବିନ୍ଦା
ପଦ୍ମ ଧରିଲେ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର

ଇତିହାସ ରଚିଲା ଏଲନ ମସ୍କ କମ୍ପାନୀ..ମହାକାଶ ଯାତ୍ରା କଲେ ୪ ସାଧାରଣ ନାଗରିକ

0

ଆମେରିକାର ବିଶିଷ୍ଟ ବ୍ୟବସାୟୀ ଏଲମ ମସ୍କଙ୍କ କମ୍ପାନୀ ସ୍ପେସ ଏକ୍ସ ଇତିହାସ ରଚିଛି । ଭାରତୀୟ ସମୟା ଅନୁସାରେ ସକାଳ ୫ଟା ୩୩ରେ ପ୍ରଥମ ଥର ପାଇଁ ୪ ଜଣ ସାଧାରଣ ନାଗରିକଙ୍କୁ ମହାକାଶ ପଠାଇଛି । ଏଲମ ମସ୍କଙ୍କ କମ୍ପାନୀ ସ୍ପେସ ଏକ୍ସ ପ୍ରଥମ ଅଲ ସିଭିଲିଆନ କ୍ରୁ ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ।

ନାସାର ଫ୍ଲୋରିଡା ସ୍ଥିତ କେନେଡି ସ୍ପେସ ଷ୍ଟେସନରୁ ମହାକାଶ ଯାନ ଯାତ୍ରା ଆରମ୍ଭ କରିଛି । ଏହି ୪ ଜଣ ମହାକାଶ ଯାତ୍ରୀ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନରେ ୫୭୫ କିମି ଉଚ୍ଚ କକ୍ଷରେ ପରିକ୍ରମା କରି ୩ ଦିନ ବିତାଇବେ । ଏହା ପରେ ମହାକାଶ ଯାନ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବ ଓ ଫ୍ଲୋରିଡାରେ ଅବତରଣ କରିବ । ଏହି ମିଶନର ନାଁ ଇନସ୍ପେରିସନ-୪ ରଖାଯାଇଛି ।

ଏହି ମିଶନର ଦାୟିତ୍ୱ ୩୮ ବର୍ଷୀୟ ଇସାକମାନ ନେଇଛନ୍ତି । ଇସାକମାନ ପେମେଂଟ କମ୍ପାନୀର ସଂସ୍ଥାପକ ଓ ସିଇଓ ଅଛନ୍ତି । ସେ ୧୬ ବର୍ଷ ବୟସରୁ ଏହି କମ୍ପାନୀର ଶୁଭାରମ୍ଭ କରିଥିଲେ । ସେ ସ୍ପେସଏକ୍ସରେ ପ୍ରଥମ ଥର ପାଇଁ କାମ କରୁଛନ୍ତି । ଏହା ପୂର୍ବରୁ ବ୍ଲୁ ଅରିଜିନ ଓ ବର୍ଜିନ ସ୍ପେସରେ କାମ କରୁଥିଲେ । ଇସାକମାନଙ୍କ ବ୍ୟତୀତ ଏହି ମିଶନରେ ହେୟଲୀ ଆର୍କେନା ଅଛନ୍ତି । ୨୯ ବର୍ଷୀୟ ହେୟଲୀ, ୫୧ ବର୍ଷୀୟ ସନ ପ୍ରୋକ୍ଟର ଓ ପାଇଲଟ କ୍ରିସ ସିମ୍ବ୍ରୋସ୍କି ଅଛନ୍ତି । ୨୦୦୯ ପରେ ପ୍ରଥମ ଥର ପାଇଁ ମଣିଷ ଏତେ ଉଚ୍ଚରେ ପହଞ୍ଚିଛି । ମେ ୨୦୦୯ରେ ବୈଜ୍ଞାନିକ ହବଲ ଟେଲିସ୍କୋପ ମରାମତି ପାଇଁ ୫୪୧ କଲୋମିଟର ଉଚ୍ଚକୁ ଯାଇଥିଲେ ।

ଏହି ମିଶନର ଉଦ୍ଦେଶ୍ୟ ହେଉଛି ଆମେରିକା ଟେନିସ ସ୍ଥିତ ସେଂଟ ଜୁଡ ଚିଲଡ୍ରେନ୍ସ ରିସର୍ଚ୍ଚ ହସ୍ପିଟାଲ ପାଇଁ ଅର୍ଥ ଯୋଗାଡ଼ କରିବା । ମିଶନକୁ ଲିଡ କରୁଥିବା ଇସାକମାନ ହସ୍ପିଟାଲକୁ ୧୦୦ ମିଲିୟନ ଡଲାର ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେ ଏହି ମିଶନରୁ ୧୦୦ ମିଲିୟନ ଡଲାର ଯୋଗାଡ କରିବାକୁ ଚାହୁଁଛନ୍ତି ।

Leave A Reply

Your email address will not be published.