ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଜବରଦସ୍ତ ଫିଚର୍ସ ସହ ବଜାରରେ ଆଇଫୋନ ୧୩ :ଜାଣନ୍ତୁ କେତେ ରହିଛି ମୂଲ୍ୟ?

0

ଆଇଫୋନ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ଲଞ୍ଚ ହୋଇଛି ଆଇ ଫୋନ ୧୩ ଓ ଆଇଫୋନ ୧୩ର ମିନି । ସବୁ ବର୍ଷ ପରି ଏବର୍ଷ ମଧ୍ୟ ଆପଲ ନୂଆ ଆଇଫୋନ ସହ ତାର ଅନ୍ୟ ପ୍ରଡକ୍ଟ ବଜାରକୁ ଛାଡିଛି । ଆଇଫୋନ ୧୩ ଓ ଆଇଫୋନ ୧୩ର ମିନି ଲଞ୍ଚ କରିଛି କମ୍ପାନି। ଯେଉଁଥିରେ କି ବହୁତ ନୂଆ ନୂଆ ଫିଚର୍ସ ରହିଥିବାର କମ୍ପାନି କହିଛି।

ଆଇ ଫୋନ ୧୩ରେ ଏଥର ଏକ ନୂଆ ରଙ୍ଗ ସାମିଲ କରାଯାଇଛି । ପୂର୍ବରୁ ଥିବା ସମସ୍ତ କଲର ସହ ପିଙ୍କ୍‌ କଲରର ଆଇଫୋନ ୧୩ ଏଥର ବଜାରକୁ ଛଡାଯାଇଛି । ଏହାର ଡିସପ୍ଲେର ଆକାର ୬.୧ ରହିଥିବା ବେଳେ ଆଇଫୋନ ୧୩ ମିନିର ଡିସପ୍ଲେର ଆକାର ୫.୪ ରହିଛି । ଆପଲ ଆଇଫୋନ ୧୩ରେ ଇ ୧୫ ବୟୋନିକ ଚିପସେଟ ବ୍ୟବହାର କରାଯାଇଛି । ଏଥିରେ ୬ କୋର ସିପିୟୁ, ୨-କୋର ଉନ୍ନତ ପ୍ରଦର୍ଶନର କୋର୍‌ ଓ ୪ ଏକ୍ସପେନ୍ସି କୋର ଦିଆଯାଇଛି ।

ଆଇଫୋନ ୧୩ କ୍ୟାମେରା କ୍ଷେତ୍ରରେ ଉନ୍ନତି କରିଛି । ଆଇଫୋନ ୧୩ ଓ ଆଇଫୋନ ୧୩ ମିନିରେ କମ ଆଲୁଅରେ ଭଲ ଫଟୋ ଉଠିବ ପାଇଁ ଲୋ ଲାଇଟ ପରଫରମାନ୍ସ ଦିଆଯାଇଛିା । ଏଥିରେ ସିନେମେଟିକ ମୋଡ଼ ଦିଆଯାଇଛି । ଆପଲ କହିଛି , ବ୍ୟବହାରକାରୀ ଏଥିରେ ସିନେମେଟିକର ଭିଡିଓ ବନେଇପାରିବେ । ଏହା ଡଲବୀ ଭିଜନ ଏଚଡିର ମାଧ୍ୟମରେ ସୁଟ କରାଯାଏ । ଏହାକୁ ଏକ ଖାସ କଷ୍ଟମ ସେନସର ଦ୍ୱାରା ସକ୍ଷମ କରାଯାଏ । ଦୁଇଟି ଯାକ ନୂଆ ଆଇଫୋନ ୫ଜି ଅଟେ । ଆଇଫୋନର ଦାମ ୬୯୯ ଡଲାରୁ ଆରମ୍ଭ ହେବ । ଏବଂ ଆଇଫୋନ ୧୩ ମିନିର ଦାମ ୭୯୯ ଡଲାରରୁ ଆରମ୍ଭ ହେବ । ଆଇଫୋନ ୧୩ରେ ବ୍ୟାଟେରି ବ୍ୟାକଅପ ଭଲ ରହିଥିବାର କମ୍ପାନି କହିଛି ।

ଭାରତରେ ଆଇଫୋନ ୧୩ର ମିନିର ଦାମ ୬୯,୯୦୦ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଆଇଫୋନ ୧୩ର ଦାମ ୭୯,୯୦୦ ଟଙ୍କାରୁ ଆରମ୍ଭ ହେବ । ସେହିପରି ଭାରତରେ ଆଇଫୋନ ୧୩ ପ୍ରୋର ଦାମ ଲକ୍ଷେ ୧୯ ହଜାର ୯୦୦ରୁ ଆରମ୍ଭ ହେଉଥିବା ବେଳେ ଆଇଫୋନ ୧୩ ପ୍ରୋ ମ୍ୟାକ୍ସର ଦାମ ଲକ୍ଷେ ୨୯ ହଜାର ୯୦୦ ଟଙ୍କାରୁ ଆରମ୍ଭ । ଆପଲ ପକ୍ଷରୁ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଆଇଫୋନ ୧୩ର ପ୍ରୋ ସିରିଜ ଲଞ୍ଚ କରାଗଲା ଏହି ସିରିଜର ହଜ ପ୍ରୋମୋସନ ରେଟ୍‌ ଡିସପ୍ଲେ ଦିଆଯାଇଛି । ଏଥିରେ ଅଲଟ୍ରା ୱାଇଡ କ୍ୟାମେରା ଓ ୱାଇଡ ଆଙ୍ଗଲ କ୍ୟାମେରା ମଧ୍ୟ ଦିଆଯାଇଛି । କମ ଆଲୁଅରେ ଏଥରେ ଭଲ ଫଟୋ ନିଆଯାଇପାରିବ ବୋଲ କମ୍ପାନି ପକ୍ଷରୁ କୁହାଯାଇଛି । ଆଇଫୋନ ୧୩ ପ୍ରୋରେ ମାଇକ୍ରୋ ଫଟୋଗ୍ରାଫିର ବିକଳ୍ପ ମଧ୍ୟ ଦିଆଯାଇଛି । ତିନୋଟି ପ୍ରକାରର କ୍ୟାମେରା ନାଇଡ ମୋଡର କାମ କରିପାରିବ । ଆପଲ ଆଇଫୋନ ୧୩ ପ୍ରୋ ଓ ପ୍ରୋ ମ୍ୟାକ୍ସ ଦୁଇଟି କ୍ଷେତ୍ରରେ ପୂର୍ବ ସରିଜ ଅପେକ୍ଷା ଏହି ସିରିଜରେ ବ୍ୟାଟେରି ବଡ଼ ଦିଆଯାଇଛି ।

Leave A Reply

Your email address will not be published.