ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସାମନାକୁ ଆସିଲା ପରିଚୟ

0

ସସପେନ୍ସ ଶେଷ । ସାମନାକୁ ଆସିଲା ଟିଏମସି ସାଂସଦ ତଥା ଅଭିନ୍ରେତୀ ନୁସରତା ଜାହାଁ ଙ୍କ ଶିଶୁ ପୁତ୍ରର ବାପାର ପରିଚୟ । ଏବେ ଶିଶୁ ପୁତ୍ରର ଜନ୍ମ ପ୍ରମାଣପତ୍ରରେ ତାହାର ବାପାଙ୍କ ନାମ ଉଲ୍ଲେଖ କରାଯାଇଛି । ଜନ୍ମଗତ ପ୍ରମାଣପତ୍ରରେ ନୁସରତ ଜାହାଁଙ୍କ ପୁଅର ବାପା ଭାବରେ ଅଭିନେତା ୟସ ଦାସଗୁପ୍ତାଙ୍କ ନାଁ ରହିଛି । ଗତ ଅଗଷ୍ଟ ୨୬ରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ ନୁସରତ । ବ୍ୟବସାୟୀ ନିଖିଲ ଜୈନଙ୍କ ସହ ତାଙ୍କର ବିବାହ ସଂପର୍କକୁ ନେଇ ଅନେକ ବିବାଦ ଦେଖାଦେଇଥିବା ବେଳେ ଉଭୟ ଅଲଗା ରହୁଥିଲେ । ନୁସରତ ଗର୍ଭବତୀ ହେବା ପରେ ନିଖିଲ ଏନେଇ କିଛି ଜାଣିନଥିବା ମଧ୍ୟ କହିଥିଲେ ।ନୁସରତଙ୍କ ପୁଅର ଜନ୍ମଗତ ପ୍ରମାଣପତ୍ର ଜାରି କରାଯିବା ପରେ ସେଥିରେ ୟଶ ଦାସଗୁପ୍ତାଙ୍କ ନାଁ ଥିବା ଦେଖିବାକୁ ମିଳିଛି । ଏଥିରେ ଶିଶୁ ପୁତ୍ରୁର ପୁରା ନାଁ ରହିଛି ଇସାନ ଜେ ଦାସଗୁପ୍ତା । କୋଲକତା ନଗର ନିଗମରେ ଜମା ହୋଇଥିବା କାଗଜପତ୍ର ଅନୁୟାୟୀ ସ୍ୱଷ୍ଟ ହୋଇଯାଇଛି ଯେ ନୁସରତଙ୍କ ପୁଅର ବାପା ୟଶଦାସଗୁପ୍ତା ଅଟନ୍ତି ।ନୁସରତଙ୍କର ଅଭିନେତା ୟଶ ଦାସଗୁପ୍ତାଙ୍କ ସହ ସମ୍ପର୍କକୁ ନେଇ ଅନେକ ଦିନରୁ ଚର୍ଚ୍ଚା ହୋଇ ଆସୁଥିଲା । କିନ୍ତୁ ଏବେ ଦୁହେଁ ରିଲେସନସିପରେ ଥିବା ସ୍ପଷ୍ଟ ହୋଇଯାଇଛି । ନୁସରତଙ୍କୁ ପ୍ରସବ ପାଇଁ ୟଶ ହିଁ ତାଙ୍କୁ ମେଡିକାଲ ନେଇକି ଯାଇଥିଲେ । ପୁଅ ହେବାର ଖୁସି ଖବର ମଧ୍ୟ ସେ ହିଁ ପବ୍ଲିକକୁ ଦେଇଥିଲେ । ନୁସରତ ଓ ୟଶଙ୍କୁ ପୂର୍ବରୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳିଥାଏ । ନୁସରତ ଓ ୟଶ ଦୁହେଁଙ୍କ ସାକ୍ଷାତ ଏକ ଫିଲ୍ମ ସୁଟିଂ ସମୟରେ ହୋଇଥିଲା । ଦୁହେଁ ସେ ଫିଲ୍ମର ପ୍ରମୋସନ କରିଥିଲେ । ଦୁହେଁ ଫଟୋସୁଟ ମଧ୍ୟ କରିଥିଲେ । ଏହା ପରେ ଉଭୟଙ୍କ ଫୋଟୋ ଖୁବ ଭାଇରାଲ ହୋଇଥିଲା । ସେବେଠୁ ହିଁ ଦୁହେଁ ରିଲେସନସିପରେ ଥିବା ଅନୁମାନ କରାଯାଉଥିଲା । ୨୦୧୯ରେ ନୁସରତ ଓ ନିଖିଲ ଜୈନ ତୁର୍କୀରେ ବିବାହ କରିଥିଲେ । କିନ୍ତୁ ଏ ବିବାହ ବେଶି ଦିନ ତିଷ୍ଠି ରହିପାରିନଥିଲା । ବିବାହର କିଛି ଦିନ ପରେ ଉଭୟ ଅଲଗା ରହିବାକୁ ଆରମ୍ଭ କରିଥିଲେ । ନୁସରତ କହିଥିଲେ ଯେ ତାଙ୍କର ଏହି ବାହାଘର ହିନ୍ଦୁ ମ୍ୟାରେଜ ଆକ୍ଟ ଅନୁଯାୟୀ ରେଜିଷ୍ଟ୍ରି ହୋଇନାହିଁ । ତେଣୁ ଏହି ବାହାଘର ଅମାନ୍ୟ ଅଟେ ।

Leave A Reply

Your email address will not be published.