ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ମହାନଦୀରେ ବନ୍ୟା ଆସୁଛି, କେଉଁଠି ରହିବ ପ୍ରଭାବ?

0

ଭୁବନେଶ୍ବର: ଆସନ୍ତାକାଲି ଆସିପାରେ ମହାନଦୀରେ ବନ୍ୟା । ୪ ଜିଲ୍ଲାକୁ ରହିଛି ବନ୍ୟା ଭୟ।ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଗେଟ ଖୋଲାଯିବା ପରେ ଉଛୁଳୁଛି ମହାନଦୀ। ହୀରାକୁଦରୁ ୨୮ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେବା ପରେ କାଲି ନିମ୍ନରୁ ମଧ୍ୟମ ଧରଣର ବନ୍ୟା ଆସିପାରେ। ଆସନ୍ତାକାଲି ଅପରାହ୍ନ ସୁଦ୍ଧା ମୁଣ୍ଡଳିରେ ୮ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । ଜଳସ୍ତର ବଢିବା ପରେ ମହାନଦୀ ଓ ଏହାର ଶାଖା ନଦୀ ଗୁଡିକରେ ବନ୍ୟା ଆଶଙ୍କା ରହିଛି । ତେଣୁ ୪ ଜିଲ୍ଲାକୁ ବନ୍ୟା ଭୟ ଥିବାରୁ ଏନେଇ ସରକାରଙ୍କ ପକ୍ଷରୁ ପ୍ରଶାସନକୁ ସତର୍କ କରାଯାଇଛି।

ଶନିବାର ସନ୍ଧ୍ୟା ସୁଦ୍ଧା ମୁଖ୍ୟତଃ ୪ ଜିଲ୍ଲାକୁ ବନ୍ୟା ଆଶଙ୍କା ରହିଛି। ଜଗତସିଂହପୁର,କେନ୍ଦ୍ରାପଡା, ପୁରୀ ଓ କଟକ। ଏହି ୪ ଜିଲ୍ଲାରେ ବିଭିନ୍ନ ନଦୀରେ ବନ୍ୟା ଆସିବ । ଏହାକୁ ନଜରରେ ରଖି ୪ ଜିଲ୍ଳାରେ ପ୍ରଶାସନ ଓ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଇଛି । ବନ୍ୟାକୁ ନଜରରେ ରଖି ଉପକୂଳ ଜିଲ୍ଲା ଗୁଡିକରେ ଓଡ୍ରାଫର ୩୦ଟି ଟିମ,ଏନଡିଆରଏଫର ୧୨ଟି ଟିମ ଓ ଅଗ୍ନିଶମର ୧୦ଟି ଟିମକୁ ମୁତୟନ କରାଯାଇଛି । ବନ୍ୟା ଭୟ ଥିବା ଅଞ୍ଚଳରେ ଜଳ ସମ୍ପଦ ବିଭାଗର ଜଣେ ଲେଖାଁଏ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।

ଶନିବାର ବନ୍ୟା ଆସିବା ପରେ ତିନିରୁ ଚାରିଦିନ ଅଧିକାଂଶ ସ୍ଥାନରେ ନଦୀ କୂଳ ଲଂଘିବ । ସୋମବାର ପୂର୍ଣ୍ଣିମା ଥିବାରୁ ସମୂଦ୍ର ପାଣି ଟାଣିବନି । ନଦୀ ବନ୍ଧ ଦୁର୍ବଳ ଥିବା ସ୍ଥାନରେ ଯେପରି ଘାଇ ସ୍ଥିତି ନହେବ ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ବିଭିନ୍ନ ସ୍ଥାନରେ ଘଳିଆ ଘାଇ ପରିସ୍ଥିତିର ମୁକାବିଲା କରିବା ପାଇଁ ବାଲି ବସ୍ତା ଓ ଆବଶ୍ୟକ ସରଞ୍ଜାମର ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି। ସ୍ଥିତି ଅଣାୟତ୍ତ ହେବା ଆଗରୁ ତଳିଆ ଅଂଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ରହିଛି।

ଆଜି ନରାଜରେ ଜଳସ୍ତର ବୃଦ୍ଧି ପାଇଛି।ଏବେ ନରାଜର ଜଳସ୍ତର ଉପରମୁଣ୍ଡରେ ରହିଛି ୨୫.୨୫ ଘନଫୁଟ । ଏବଂ ତଳମୁଣ୍ଡରେ ଜଳସ୍ତର ରହିଛି ୨୨.୭୦ ଘନଫୁଟ। ପ୍ରତି ଘଣ୍ଟାରେ ୨ ଲକ୍ଷ ୫୫ ହଜାର ୩୮୩ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଆସନ୍ତା ୧୮ରୁ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୮ରୁ ୨୦ଯାଏରେ ପୁଣି ବର୍ଷା ହେବ । ତେଣୁ ଆଗକୁ ପୁଣି ବର୍ଷା ଥିବାରୁ ବନ୍ୟା ଆଶଙ୍କା ଆହୁରି ବଢିପାରେ। ତେଣୁ ସ୍ଥିତି ଉପରେ ପୂରା ନଜର ରଖିବାକୁ ସରକାର ପକ୍ଷରୁ ଜିଲ୍ଲା ପ୍ରଶାସନକୁ ସତର୍କ କରାଯାଇଛି।

Leave A Reply

Your email address will not be published.