ପ୍ରମୁଖ ଖବର

ସୁଜାତାଙ୍କୁ ଅର୍ଥ ବିଭାଗକୁ ବଦଳି, ମିଶନଶକ୍ତି ବିଭାଗ ଦାୟିତ୍ୱରେ ଶାଳିନୀ ପଣ୍ଡିତ
ସୁଜାତାଙ୍କ ପାଖରେ ଥିବା ଦୁଇ ବିଭାଗର ଦାୟିତ୍ୱ ଶାଳିନୀ ପଣ୍ଡିତଙ୍କୁ ଦିଆଯାଇଛି
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ତଥା କମିଶନର ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ
ଆସନ୍ତା ୧୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରୁ ପ୍ରାର୍ଥିପତ୍ର ପତ୍ର ଦାଖଲ କରିବେ
ଶନିବାର ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ଘସିପୁରା ବିଧାନସଭା ଆସନରେ ସ୍ୱାଧିନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ

୧୯ ବର୍ଷର ହୋଇଗଲେଣି ଖିଲାଡି କୁମାରଙ୍କ ପୁଅ, ଅକ୍ଷୟ କହିଲେ…

0

ମୁମ୍ବାଇ: ଆରବଙ୍କ ଅନ୍ଦାଜରେ ପାଗଳ ଫ୍ୟାନ। ଅକ୍ଷୟଙ୍କୁ ପସନ୍ଦ ପୁଅର ଏହି ଗୁଣ। ବଲିଉଡ଼ର ଖିଲାଡି କୁମାର ଅକ୍ଷୟ କୁମାରଙ୍କ ପୁଅ ଆରବ ଭାଟିୟା ଏବେ ୧୯ ବର୍ଷର ହୋଇଯାଇଛନ୍ତି। ଆରବ ଲାଇମଲାଇଟରୁ ଦୂରରେ ରହିଥିଲେ ମଧ୍ୟ ନିଜର ଡ୍ୟାସିଙ୍ଗ ଲୁକ ପାଇଁ ସୋସିଆଲ ମିଡିଆରେ ନିଜର ଫ୍ୟାନ ସଂଖ୍ୟା ଭଲ ବଢାଇପାରିଛନ୍ତି।

ସୋସିଆଲ ମିଡିଆରେ ଆରବଙ୍କ ଫଟୋ ଅଧକାଂଶ ସମୟ ଭାଇରାଲ ହେବାରେ ଲାଗିଥାଏ। ଆରବଙ୍କୁ ପାର୍ଟି ଫଙ୍କସନରେ ବହୁତ କମ ଦେଖିବାକୁ ମିଳିଥାଏ। କିନ୍ତୁ ଯେବେ ବି ସେ କ୍ୟାମେରା ସାମନାକୁ ଆସିଥାନ୍ତି ହ୍ୟାଣ୍ଡସମ ଓ ଚାମିଂ ଲୁକ ପାଇଁ ତାଙ୍କ ପଛରେ ଅନେକ ଝିଅ ପାଗଳଙ୍କ ପରି ପଡିଥାନ୍ତି। ଆରବଙ୍କ ଏକ ଫଟୋ ଯାହା ସୋସିଆଲ ମିଡିଆରେ ସବୁଠୁ ଅଧିକ ଭାଇରାଲ ହୋଇଥିଲା ତାହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କାନ ଟାଣୁ ଥିବାର ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ଆରବଙ୍କୁ ଗୁଡ ବଏ ବୋଲି କହିଥିଲେ।

ଆରବ ନିଜ ବାପା ଅକ୍ଷୟ କୁମାରଙ୍କ ପରି ଦେଖିବାକୁ ବହୁତ ହ୍ୟାଣ୍ଡସମ। ତାଙ୍କ ଚେହେରା ପାଖାପାଖି ତାଙ୍କ ବାପାଙ୍କ ଚେହେରା ସହ ସହ ମିଶିଥାଏ । ବାପା ଓ ପୁଅଙ୍କ ମଧ୍ୟରେ ସଂପର୍କ ମଧ୍ୟ ଜବରଦସ୍ତ । ଉଭୟଙ୍କୁ ଅନେକ ଥର ଏକାଠି ବି ଦେଖିବାକୁ ମିଳିଥାଏ ।ଆରବ ନିଜ ମାଆଙ୍କର ମଧ୍ୟ ବହୁତ ନିକଟତର। ଟ୍ୱିଙ୍କିଲ ଖାନ ସୋସିଆଲ ମିଡିଆରେ ନିଜ ପୁଅ ଆରବର ସବୁ ଅପଡେଟ ଦେଇଥାନ୍ତି । ଆରବଙ୍କୁ ମଧ୍ୟ ନିଜ ବାପା ଅକ୍ଷୟଙ୍କ କରି ରୋଷେଇ କରିବା ଓ ନୂଆ ନୂଆ ଖାଦ୍ୟ ତିଆରି କରିବା ବହୁତ ପସନ୍ଦ।

ସୈଫଅଲ୍ଲୀ ଖାନ ଓ ଅମୃତା ସିଂହଙ୍କ ପୁଅ ଇବ୍ରାହିମ ଅଲ୍ଲୀଙ୍କ ସହ ଆରବଙ୍କ ବନ୍ଧୁତା ବହୁତ ଭଲ । ଦୁଇ ଜଣ ଭଲ ସାଙ୍ଗ ଅଟନ୍ତି । ବହୁତ ଥର ଆରବ ଓ ଇବ୍ରାହିମଙ୍କୁ ଏକାଠି ଦେଖିବାକୁ ମିଳିଛି । ଆରବ ଖେଳ ପ୍ରତି ଆଗ୍ରହୀ। ଇବ୍ରାହିମଙ୍କୁ ବହୁ ଥର ତାଙ୍କ ସହ ଫୁଟବଲ ଖେଳିବାର ଦେଖିବାକୁ ମିଳିଥାଏ । ଆରବଙ୍କ ବଲିଉଡରେ ଏଂଟ୍ରି ନେଇ ଅନେକ କଥା ସାମନାକୁ ଆସିଥାଏ । ଖିଲାଡି କୁମାର ‘ଇନଟୁ ଦ ୱାଇଲ୍ଡ ଉଇଥ ବିୟର ଗ୍ରିଲ୍ସ’ସୋରେ କହିଥିଲେ ଯେ, ତାଙ୍କ ପୁଅ ସମସ୍ତଙ୍କଠୁ ଭିନ୍ନ। ଆରବ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିବାକୁ ଚାହାଁନ୍ତି ବୋଲି ଅକ୍ଷୟ କହିଥିଲେ। ସେ ତାଙ୍କ ପୁଅକୁ ତାଙ୍କ ନିଜ ଅନ୍ଦାଜରେ ରହିବାକୁ ଦିଅନ୍ତି ବୋଲି କହିଥିଲେ।

ଅକ୍ଷୟ କହିଥିଲେ, ତାଙ୍କ ବାପା ତାଙ୍କ ପ୍ରେରଣା ଥିଲେ । ତାଙ୍କ ବାପା ତାଙ୍କୁ ଯାହା ଶିଖାଇଥିଲେ ସେ ତାଙ୍କ ବାପାଙ୍କର ସବୁ ନିୟମ ମାନିଥିଲେ। ଆରବଙ୍କୁ ମଧ୍ୟ ସେହିପରି ସବୁ ମିଳିବ ବୋଲି କହିଥିଲେ ଅକ୍ଷୟ। ଆରବ ବହୁତ ଟ୍ୟାଲେଣ୍ଟେଡ୍। ନିଜ ବାପା ଅକ୍ଷୟଙ୍କ ପରି ସେ ମାର୍ଶଲ ଆର୍ଟରେ ଟ୍ରେଣ୍ଡ । ଆରବଙ୍କ ପାଖରେ ବ୍ରାଉନ ବେଲ୍ଟ ଅଛି ଓ ସେ ଜୁଡୋ ନ୍ୟାସନାଲ ଚାମ୍ପିଅନସିପରେ ମଧ୍ୟ ସୁନା ପଦକ ପାଇଛନ୍ତି।

Leave A Reply

Your email address will not be published.