ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

୧୯ ବର୍ଷର ହୋଇଗଲେଣି ଖିଲାଡି କୁମାରଙ୍କ ପୁଅ, ଅକ୍ଷୟ କହିଲେ…

0

ମୁମ୍ବାଇ: ଆରବଙ୍କ ଅନ୍ଦାଜରେ ପାଗଳ ଫ୍ୟାନ। ଅକ୍ଷୟଙ୍କୁ ପସନ୍ଦ ପୁଅର ଏହି ଗୁଣ। ବଲିଉଡ଼ର ଖିଲାଡି କୁମାର ଅକ୍ଷୟ କୁମାରଙ୍କ ପୁଅ ଆରବ ଭାଟିୟା ଏବେ ୧୯ ବର୍ଷର ହୋଇଯାଇଛନ୍ତି। ଆରବ ଲାଇମଲାଇଟରୁ ଦୂରରେ ରହିଥିଲେ ମଧ୍ୟ ନିଜର ଡ୍ୟାସିଙ୍ଗ ଲୁକ ପାଇଁ ସୋସିଆଲ ମିଡିଆରେ ନିଜର ଫ୍ୟାନ ସଂଖ୍ୟା ଭଲ ବଢାଇପାରିଛନ୍ତି।

ସୋସିଆଲ ମିଡିଆରେ ଆରବଙ୍କ ଫଟୋ ଅଧକାଂଶ ସମୟ ଭାଇରାଲ ହେବାରେ ଲାଗିଥାଏ। ଆରବଙ୍କୁ ପାର୍ଟି ଫଙ୍କସନରେ ବହୁତ କମ ଦେଖିବାକୁ ମିଳିଥାଏ। କିନ୍ତୁ ଯେବେ ବି ସେ କ୍ୟାମେରା ସାମନାକୁ ଆସିଥାନ୍ତି ହ୍ୟାଣ୍ଡସମ ଓ ଚାମିଂ ଲୁକ ପାଇଁ ତାଙ୍କ ପଛରେ ଅନେକ ଝିଅ ପାଗଳଙ୍କ ପରି ପଡିଥାନ୍ତି। ଆରବଙ୍କ ଏକ ଫଟୋ ଯାହା ସୋସିଆଲ ମିଡିଆରେ ସବୁଠୁ ଅଧିକ ଭାଇରାଲ ହୋଇଥିଲା ତାହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କାନ ଟାଣୁ ଥିବାର ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ଆରବଙ୍କୁ ଗୁଡ ବଏ ବୋଲି କହିଥିଲେ।

ଆରବ ନିଜ ବାପା ଅକ୍ଷୟ କୁମାରଙ୍କ ପରି ଦେଖିବାକୁ ବହୁତ ହ୍ୟାଣ୍ଡସମ। ତାଙ୍କ ଚେହେରା ପାଖାପାଖି ତାଙ୍କ ବାପାଙ୍କ ଚେହେରା ସହ ସହ ମିଶିଥାଏ । ବାପା ଓ ପୁଅଙ୍କ ମଧ୍ୟରେ ସଂପର୍କ ମଧ୍ୟ ଜବରଦସ୍ତ । ଉଭୟଙ୍କୁ ଅନେକ ଥର ଏକାଠି ବି ଦେଖିବାକୁ ମିଳିଥାଏ ।ଆରବ ନିଜ ମାଆଙ୍କର ମଧ୍ୟ ବହୁତ ନିକଟତର। ଟ୍ୱିଙ୍କିଲ ଖାନ ସୋସିଆଲ ମିଡିଆରେ ନିଜ ପୁଅ ଆରବର ସବୁ ଅପଡେଟ ଦେଇଥାନ୍ତି । ଆରବଙ୍କୁ ମଧ୍ୟ ନିଜ ବାପା ଅକ୍ଷୟଙ୍କ କରି ରୋଷେଇ କରିବା ଓ ନୂଆ ନୂଆ ଖାଦ୍ୟ ତିଆରି କରିବା ବହୁତ ପସନ୍ଦ।

ସୈଫଅଲ୍ଲୀ ଖାନ ଓ ଅମୃତା ସିଂହଙ୍କ ପୁଅ ଇବ୍ରାହିମ ଅଲ୍ଲୀଙ୍କ ସହ ଆରବଙ୍କ ବନ୍ଧୁତା ବହୁତ ଭଲ । ଦୁଇ ଜଣ ଭଲ ସାଙ୍ଗ ଅଟନ୍ତି । ବହୁତ ଥର ଆରବ ଓ ଇବ୍ରାହିମଙ୍କୁ ଏକାଠି ଦେଖିବାକୁ ମିଳିଛି । ଆରବ ଖେଳ ପ୍ରତି ଆଗ୍ରହୀ। ଇବ୍ରାହିମଙ୍କୁ ବହୁ ଥର ତାଙ୍କ ସହ ଫୁଟବଲ ଖେଳିବାର ଦେଖିବାକୁ ମିଳିଥାଏ । ଆରବଙ୍କ ବଲିଉଡରେ ଏଂଟ୍ରି ନେଇ ଅନେକ କଥା ସାମନାକୁ ଆସିଥାଏ । ଖିଲାଡି କୁମାର ‘ଇନଟୁ ଦ ୱାଇଲ୍ଡ ଉଇଥ ବିୟର ଗ୍ରିଲ୍ସ’ସୋରେ କହିଥିଲେ ଯେ, ତାଙ୍କ ପୁଅ ସମସ୍ତଙ୍କଠୁ ଭିନ୍ନ। ଆରବ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିବାକୁ ଚାହାଁନ୍ତି ବୋଲି ଅକ୍ଷୟ କହିଥିଲେ। ସେ ତାଙ୍କ ପୁଅକୁ ତାଙ୍କ ନିଜ ଅନ୍ଦାଜରେ ରହିବାକୁ ଦିଅନ୍ତି ବୋଲି କହିଥିଲେ।

ଅକ୍ଷୟ କହିଥିଲେ, ତାଙ୍କ ବାପା ତାଙ୍କ ପ୍ରେରଣା ଥିଲେ । ତାଙ୍କ ବାପା ତାଙ୍କୁ ଯାହା ଶିଖାଇଥିଲେ ସେ ତାଙ୍କ ବାପାଙ୍କର ସବୁ ନିୟମ ମାନିଥିଲେ। ଆରବଙ୍କୁ ମଧ୍ୟ ସେହିପରି ସବୁ ମିଳିବ ବୋଲି କହିଥିଲେ ଅକ୍ଷୟ। ଆରବ ବହୁତ ଟ୍ୟାଲେଣ୍ଟେଡ୍। ନିଜ ବାପା ଅକ୍ଷୟଙ୍କ ପରି ସେ ମାର୍ଶଲ ଆର୍ଟରେ ଟ୍ରେଣ୍ଡ । ଆରବଙ୍କ ପାଖରେ ବ୍ରାଉନ ବେଲ୍ଟ ଅଛି ଓ ସେ ଜୁଡୋ ନ୍ୟାସନାଲ ଚାମ୍ପିଅନସିପରେ ମଧ୍ୟ ସୁନା ପଦକ ପାଇଛନ୍ତି।

Leave A Reply

Your email address will not be published.