ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ମୋଦିଙ୍କୁ ଜନ୍ମଦିନର ଉପହାର

0

ଫଟୋ ଆଙ୍କି ଶୁଭେଚ୍ଛା ଜଣାଇଲେ ଓଡ଼ିଆ ଝିଅ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜନ୍ମଦିନ । ୭୧ ବର୍ଷରେ ପହ ିଛନ୍ତି ମୋଦି । ଏହି ଅବସରରେ ଓଡିଶାର ଝିଅ ମୋଦିଙ୍କୁ ଏକ ଭିନ୍ନ ଉପହାର ଦେଇଛନ୍ତି । ୮ ଫୁଟ ଉଚ୍ଚ ଓ ୪ ଫୁଟ ଚଉଡାରେ ମୋଦିଙ୍କ ଏକ ପ୍ରତିକୃତି ତିଆରି କରିଛନ୍ତି ପ୍ରିୟଙ୍କା । ମୁଖ୍ୟ କଥା ହେଉଛି ଭୁବନେଶ୍ୱର ରହୁଥିବା ପ୍ରିୟଙ୍କା ସାହାଣୀ ବିଭନ୍ନ ଶଷ୍ୟରେ ଏହି ଫଟୋଟି ତିଆରି କରିଛନ୍ତି । ଭାରତ ଏକ କୃଷି ପ୍ରଧାନ ଦେଶ । ଆମେ ଶସ୍ୟକୁ ପୂଜା କରୁ । ତେଣୁ ମୋଦିଙ୍କ ପ୍ରତିକୃତି ତିଆରି ପାଇଁ ସେ ଶସ୍ୟକୁ ବାଛିଥିବା କହିଛନ୍ତି ।

ଚୂଡା,ଚାଉଳ,ହରଡ଼, ମୁଗ,ମସୁରରେ ମୋଦିଙ୍କର ୮ ଫୁଟ ଉଚ୍ଚର ଫଟୋ ତିଆରି କରି ଓଡିଶାବାସୀଙ୍କ ତରଫରୁ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଚା ଜଣାଇଛନ୍ତି ପ୍ରିୟଙ୍କାା ଏହି ଚିତ୍ରରେ ଓଡିଶାର ସଂସ୍କୃତିକୁ ମଧ୍ୟ ଦର୍ଶାଇଛନ୍ତି ପ୍ରିୟଙ୍କା । ପ୍ରିୟଙ୍କା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ସାରା ବିଶ୍ୱର ଲୋକପ୍ରିୟ ନେତା । ଭାରତକୁ ବିଶ୍ୱର ଶକ୍ତିଶାଳୀ ଦେଶ ବନାଇବାକୁ ମୋଦିଙ୍କୁ ଜନ୍ମଦିନରେ ପ୍ରିୟଙ୍କା ନିବେଦନ କରିଥିବା କହିଛନ୍ତି ।ପ୍ଲାଏ ବୋର୍ଡ ଉପରେ ପ୍ରିୟଙ୍କା ତିଆରି କରିଥିବା ମୋଦିଙ୍କ ଏହି ଫଟୋରେ ଭାରତର ମାନଚିତ୍ର ମଧ୍ୟ କରାଯାଇଛି । ଏହାର ଅର୍ଥ ହେଉଛି, ମୋଦି ହେଉଛନ୍ତି ସମଗ୍ର ଭାରତବାସୀଙ୍କ ନେତା ଓ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ତାଙ୍କ ହୃଦୟ ସ୍ପନ୍ଦିତ ହେଉଛି ।

ପ୍ରିୟଙ୍କା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ହଟାଇଲେ । ମହିଳାଙ୍କୁ ତିନି ତଲାଗରୁ ମୁକ୍ତ କରାଇଲେ । ଏଭଳି ଅନେକ ପଦକ୍ଷେପ ନେଇ ସେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଯାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କର ଏହି ପ୍ରତିକୃତି ତିଆରି କରିବାକୁ ମୋଦିଙ୍କୁ ଦୁଇ ଦିନ ସମୟ ଲାଗିଥିଲା ।

Leave A Reply

Your email address will not be published.