ପ୍ରମୁଖ ଖବର

ଆଡ଼ପ ମଣ୍ଡପକୁ ବିଜେ କଲେ ଦାରୁବ୍ରହ୍ମ, ଆସନ୍ତାକାଲିଠାରୁ ମିଳିବ ଆଡ଼ପ ଅବଢ଼ା
ଅଭିଷେକ ବାନାର୍ଜୀଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ
ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବଗୌଡାଙ୍କ ପତ୍ନୀ ଚେନ୍ନମ୍ମାଙ୍କ ପରଲୋକ
ଭାରତର ପ୍ରଥମ ଘରୋଇ କକ୍ଷପଥ ରକେଟ ‘ବିକ୍ରମ-୧’ର ସଫଳ ଉତକ୍ଷେପଣ
ଅହମ୍ମଦାବାଦର ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୮ ମୃତ ଓ ୧୫ରୁ ଅଧିକ ଆହତ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା

ଶାହାରୁଖଙ୍କ ବିଜ୍ଞାପନଙ୍କୁ ସେୟାର କରି ସଲମାନ କହିଲେ…

0

ମୁମ୍ବାଇ: ସୋସିଆଲ ମିଡିଆରେ କିଙ୍ଗ୍ ଖାନ୍ ଶାହାରୁଖ ଖାନ୍‌ଙ୍କ ବିଜ୍ଞାପନକୁ ସେୟାର କଲେ ସଲମାନ ଖାନ୍। ମହାମାରୀ ପାଇଁ ଲକଡାଉନ ଯୋଗୁଁ ବଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । କରୋନା କଟକଣା ଯୋଗୁଁ ସିନେମା ହଲ ବନ୍ଦ ଥିବା ବେଳେ ସୁଟିଂ ମଧ୍ୟ ବନ୍ଦ ରହିଥିଲା । ଫଳରେ ବଡ଼ ପରଦାରେ କୌଣସି ଫିଲ୍ମ ରିଲିଜ ହୋଇପାରିନଥିଲା।

ତେବେ ଏବେ ସିନେମା କେବଳ ସିନେମା ହଲ ପର୍ଯ୍ୟନ୍ତ ସୀମିତ ହୋଇରହିନାହିଁ । ବରଂ ବର୍ତ୍ତମାନ ଓଟିଟି ପ୍ଲାଟଫର୍ମ ସବୁ କଳାକାରଙ୍କ ପାଇଁ ଆଣିଛି ଏକ ବଡ଼ ସୁଯୋଗ। ବଲିଉଡରୁ ଛୋଟ କଳାକାରଙ୍କଠୁ ଆରମ୍ଭ କର ବଡ଼ ବଡ଼ କଳାକାର ପର୍ଯ୍ୟନ୍ତ ସମସ୍ତଙ୍କର ଏବେ ଫିଲ୍ମ ଓଟିଟି ଫ୍ଲାଟଫର୍ମରେ ଆସିବାରେ ଲାଗିଛି ହେଲେ, ଶାହାରୁଖ ଖାନ ଏଥିରେ ପଛରେ ପଡିଯାଇଛନ୍ତି।

ଶାହାରୁଖଙ୍କ ନିକଟରେ ଏକ ବିଜ୍ଞାପନ ଆସିଥିଲା ଯେଉଁଥିରେ ସେ ଓଟିଟିରେ ଆସିବା ନେଇ ସଂକେତ ମିଳିଥିଲା । ଏହା ପରେ ଆଉ ଏକ ବିଜ୍ଞାପନରେ ସେ ନିଜ ସାଥୀ କଳାକାରଙ୍କ ଠାରୁ ପଛରେ ପଡିଯାଇଥିବା କହିଛନ୍ତି । ଆଉ ଏବେ ସଲମାନ ଶାହାରୁଖଙ୍କ ଏହି ଭିଡିଓଟି ସେୟାର କରି ସେମାନଙ୍କ ଫିଲ୍ମ କରଣ ଅର୍ଜୁନର ସ୍ମୃତିକୁ ତାଜା କରିଛନ୍ତି।

ଡିଜନି ପ୍ଲସ ହଟଷ୍ଟାର ପାଇଁ ଶାହରୁଖଙ୍କ ଦ୍ୱିତୀୟ ବିଜ୍ଞାପନଟି ସଲମାନ ସେୟାର କରି ଲେଖିଛନ୍ତି ଯେ, ଆପଣ ଶାହାରୁଖଙ୍କୁ ସ୍ୱାଗତ କରିବେନି? ଏହାର ଉତ୍ତରରେ ଶାହାରୁଖ ଲେଖିଛନ୍ତି ଧନ୍ୟବାଦ ଭାଇଜାନ। ଏହି ବନ୍ଧନ ଏବେ ପ୍ରେମର ବନ୍ଧନ ହୋଇଛି। ଏଠାରେ ଶାହାରୁଖ ଦୁହିଁଙ୍କ ଫିଲ୍ମ କରଣ ଅର୍ଜୁନର ଡାଇଲଗ କହି ପୁରୁଣା ଦିନ କଥା ମନେ ପକାଇଦେଇଛନ୍ତି।

ଶାହାରୁଖ ଓ ସଲମାନ । ଦୁହିଁଙ୍କ ବନ୍ଧୁତା ବଲିଉଡରେ ଫେମସ ଯୋଡି । ଅନେକ ଚଳଚ୍ଚିତ୍ରରେ ଉଭୟ ଏକାଠି କାମ କରିଛନ୍ତି । କରଣ ଅର୍ଜୁନ ଫିଲ୍ମଟି ପୁର୍ନଜନ୍ମ ଉପରେ ଆଧାରିତ ଥିଲା ଏବଂ ସିନେ ପ୍ରେମୀଙ୍କୁ ମଧ୍ୟ ଫିଲ୍ମଟି ଖୁବ ପସନ୍ଦ ଆସିଥିଲା । ଫିଲ୍ମର ଗୀତଗୁଡିକ ମଧ୍ୟ ସୁପରହିଟ ଥିଲା । ଫିଲ୍ମରେ ଅମରେଶ ପୁରୀ, ରାକ୍ଷୀ ଗୁଲଜାର, ମମତା କୁଲକର୍ଣ୍ଣି ଓ କାଜୋଲଙ୍କୁ ମୁଖ୍ୟ ଙୂମିକାରେ ଦେଖିବାକୁ ମିଳିଥିଲା। ଶାହାରୁଖ ଏହି ବିଜ୍ଞାପନରେ ତାଙ୍କର ଜଣେ ମ୍ୟାନେଜରଙ୍କ ସହ କଥା ହେଉଥିବାର ଦେଖିବାକୁ ମିଳିଛି।

ଶାହାରୁଖଙ୍କ ଡିଜିଟାଲ ପ୍ଲାଟଫର୍ମରେ ପ୍ରୋଜେକ୍ଟକୁ ନେଇ ଅନେକ ଖବର ଶୁଣିବାକୁ ମିଳୁଛି । ଆଉ ଏବେ ଏହି ବିଜ୍ଞାପନ ଦେଖି ଲାଗୁଛି ଯେମିତି ଶାହାରୁଖ ଖୁବଶୀଘ୍ର ନିଜର ଓଟିଟି ଡେବ୍ୟୁକୁ ନେଇ ବଡ ଘୋଷଣା କରିବାର ସଂକେତ ଦେଉଛନ୍ତି । ଆଗକୁ ଶାହାରୁଖଙ୍କ କେତୋଟି ଫିଲ୍ମ ମଧ୍ୟ ଆସୁଛି । ସାଉଥ ଅଭିନେତ୍ରୀ ନୟନତାରାଙ୍କ ସହ ଏକ ଫିଲ୍ମରେ ଶାହାରୁଖ ନଜର ଆସିବେ । ଏହା ସହ ଦୀପିକା ପାଦୁକୋନଙ୍କ ସହ ପଠାନ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିବ ଶାହାରୁଖଙ୍କୁ। ସିର୍ଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ଶାହାରୁଖଙ୍କ କ୍ୟାରିୟର ପାଇଁ ବହୁତ ଗୁରୁତ୍ୱ ରଖୁଛି।

Leave A Reply

Your email address will not be published.