କୁହନ୍ତି ପ୍ରେମ ଅନ୍ଧ । ନା ଜାତି ନା ଧର୍ମ ନା ବୟସ କିଛି ଦେଖେନି । ବିନା ଜାତି, ଜାତକ,ଯୌତୁକରେ ବି ମିଶିଯାଏ ମନ । ବାନ୍ଧି ହୋଇଯାଏ ବନ୍ଧନ । ୧୯ ବର୍ଷର କନ୍ୟାକୁ ୬୧ ବର୍ଷର ବର । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆମେରିକାରୁ ଆସିଛି ଏଭଳି ଖବର । ଆମେରିକାର ଜଣେ ୧୯ ବର୍ଷର ଯୁବତୀ ୬୧ର୍ଷରବ୍ୟକ୍ତିଙ୍କୁ ବିବାହକରିଛନ୍ତି । ଆଉ ବିବାହ ପରେ ସେ କିଭଳି ତାଙ୍କ ୬୧ ବର୍ଷର ପ୍ରେମିକକୁ ବିବାହକରିଥିଲେ ସେ ନେଇ ଖୁଲାସା କରିଛନ୍ତି ।ଯୁବତୀ ଜଣକ କହିଛନ୍ତି ଯେ, ସେ ଯେତେବେଳେ ତାଙ୍କ ୬୧ ବର୍ଷର ପ୍ରେମିକଙ୍କୁ ନେଇ ପରିବାର ଲୋକଙ୍କ ସହ ସାକ୍ଷାତ କରାଇଥିଲେ । ପରିବାର ଲୋକ ପ୍ରଥମେ ବିବାହପାଇଁ ମନା କରି ଦେଇଥିଲେ । ଏବଂ ତାଙ୍କ ମାଆ ଘରକୁ ପୁଲିସ ଡାକିଦେଇଥିଲେ ।କିନ୍ତୁ ବିବାହ ପରେ ଏବେ ପରିବାର ଲୋକ ତାଙ୍କୁ ସ୍ୱୀକାର କରିଛନ୍ତିା ଆଶ୍ଚର୍ଯ୍ୟର କଥା ହେଉଛି ଉଭୟଙ୍କ ମଧ୍ୟରେ ୪୨ ବର୍ଷର ବ୍ୟବଧାନ ରହିଛି । ବିବାହ କରିଥିବା ୬୧ବର୍ଷର ବ୍ୟକ୍ତିଙ୍କ ପୂର୍ବର ଦୁଇଟି ପିଲା ରହିଛି । ଏହା ଯୁବତୀ ଜାଣିଥିଲେ ବି ତାଙ୍କପ୍ରେମରେ ସେ ପାଗଳ ଥିଲେ । ଏବଂ ତାଙ୍କୁ ବିବାହ କରିବାକୁ ମନସ୍ଥ କରିଥିଲେ ।୧୯ ବର୍ଷୀୟ ସୈନ୍ୟ ପୁଲିସ ଅଧିକାରୀ ଆଡ୍ରେ ଚେୟେନେ ସ୍ମାଇଲ ମୁନ ୨୦୨୦ରେପ୍ରଥମ ଥର ପାଇଁ ୬୧ ବର୍ଷୀୟ କେବିନଙ୍କୁ ଡେଟିଂ ସାଇଟରେ ପାଇଥିଲେ । ଉଭୟଙ୍କମଧ୍ୟରେ ୪୨ ବର୍ଷର ବ୍ୟବଧାନ ଥିବା ସତ୍ୱେ ମଧ୍ୟ ସ୍ମାଇଲ କେବିନଙ୍କୁ ବେଶ ପସନ୍ଦ କରିଥିଲେ । କିଛି ଦିନ ଅନଲାଇନ ଚାଟିଂ ପରେ ଉଭୟ ପରସ୍ପରକୁ ସାକ୍ଷାତକରିଥିଲେ । ଏବଂ ଆଇ ଲଭ ୟୁ କହିଥିଲେ ।
ଆଡ୍ରେ କହିଛନ୍ତି ସେ କେବିନଙ୍କୁ ସେ ପ୍ରଥମ ସାକ୍ଷାତ କରିଥିଲେ ବହୁତ ଡରିକି ଥିଲେ । ଏହା ପରେ ପରସ୍ପର ଉଭୟ ବିଷୟରେ ସବୁ କଥା ସେୟାର କରିଥିଲେ । ଆଡ୍ରେ କହିଛନ୍ତି, ତାଙ୍କ ଦୁଇଜଣଙ୍କ ମଧ୍ୟରେ ଥିବା ଭଲ ପାଇବା ହିଁ ପରସ୍ପରକୁ ଅତି ନିକଟତର କରିଛି । ଆଣ୍ଡ୍ରେଙ୍କସହ ସାକ୍ଷାତ ପୂର୍ବରୁ କେବିନଙ୍କ ବିବାହ ୧୯ ବର୍ଷ ହୋଇସାରିଥିଲା ଏବଂ ତାଙ୍କର ୧୬ ଓ ୨୩ ବର୍ଷର ଦୁଇଟି ପିଲା ଅଛନ୍ତି ।
ପ୍ରମୁଖ ଖବର
କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର