ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ଏକାଧିକ ଘୁର୍ଣ୍ଣିବଳୟ ସାମ୍ନା କରିବ ଓଡିଶା

0

ଭୁବନେଶ୍ୱର, ୧୯/୯ : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗର ରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି ହେବାକୁ ଯାଉଛି | ଏହାର ପ୍ରଭାବରେ ଓଡିଶାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି | ଗୋଟିଏ ଘୂର୍ଣି ବଳୟ ବର୍ତ୍ତମାନ ବଙ୍ଗୋପସାଗରରେ ରହିଥିବା ବେଳେ ଆଗାମୀ କିଛି ଦିନ ମଧ୍ୟରେ ଏକାଧିକ ଲଘୁଚାପ କେନ୍ଦ୍ରୀଭୂତ ହେବାର ସମ୍ଭାବନା ରହିଛି ବୋଲି ସିଇସି ର ନିର୍ଦେଶକ ଡ଼ଃ ଶରତ ଚନ୍ଦ୍ର ସାହୁ କହିଛନ୍ତି |

ଏହି ଘୁର୍ଣ୍ଣି ବଳୟ ଗୁଡିକ ଦକ୍ଷିଣ ଚାଇନା ସାଗର ରୁ ପଶ୍ଚିମ ଦିଗକୁ ଗତି କରି ମ୍ୟାନମାର ଓ ଥାଇଲାଣ୍ଡ ଦେଇ ବଙ୍ଗୋପସାଗର ଆଡ଼କୁ ମୁହାଁଉଛନ୍ତି |ଏହା ମଧ୍ୟରୁ ଗୋଟିଏ ଘୁର୍ଣ୍ଣିବଳୟ ବର୍ତମାନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ସ୍ଥିର ରହିଛି ଓ ଏହାର ପ୍ରଭାବରେ ଓଡିଶାର ଅଧିକାଂଶ ସ୍ଥାନରେ ରବିବାର ଠାରୁ ସେପ୍ଟେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ସେପ୍ଟେମ୍ବର ୨୦ ରୁ ୨୨ ତାରିଖ ମଧ୍ୟରେ ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ସୁନ୍ଦରଗଡ଼, ସୋନପୁର, ବୌଦ୍ଧ, ଦେଓଗଡ, ସମ୍ବଲପୁର, ବରଗଡ, ବଲାଙ୍ଗୀର, କନ୍ଧମାଳ, ଢେଙ୍କାନାଳ ଓ ଅନୁଗୁଳ ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଡ଼ଃ ସାହୁ କହିଛନ୍ତି |

ସେହିପରି ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ସେପ୍ଟେମ୍ବର ୨୪ ତାରିଖ ରେ ଅନ୍ୟଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବା ସହ ସେପ୍ଟେମ୍ବର ୨୫ ତାରିଖ ସୁଦ୍ଧା ଏହା ଲଘୁଚାପ ରେ ପରିଣତ ହେବ ଓ ସେପ୍ଟେମ୍ବର ୨୬ ତାରିଖରେ ଅବପାତର ରୂପ ନେବାର ସମ୍ଭାବନା ଥିବା ଜଣାପଡିଛି | ଏହାର ପ୍ରଭାବରେ ସେପ୍ଟେମ୍ବର ୨୬ ଓ ୨୭ ତାରିଖରେ ଉପକୂଳ ଓଡିଶା ଓ ଏହାର ସଂଲଗ୍ନ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ଏହା ଭଦ୍ରକ ଜିଲ୍ଲା ଦେଇ ଉତ୍ତର ଓଡିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ଅଛି ବୋଲି ଡ଼ଃ ସାହୁ କହିଛନ୍ତି | ସେହିପରି ଅନ୍ୟ ଏକ ଘୁର୍ଣ୍ଣି ବଳୟ ଉତ୍ତର ପୂର୍ବ ବଙ୍ଗୋପସାଗରରେ ସେପ୍ଟେମ୍ବର ୨୬ ତାରିଖରେ କେନ୍ଦ୍ରୀଭୂତ ହେବାର ସମ୍ଭାବନା ଥିବା ବେଳେ ୨୮ ତାରିଖ ସୁଦ୍ଧା ଏହା ଲଘୁଚାପ ରେ ପରିଣତ ହେବାର ସମ୍ଭାବନା ରହିଛି |

Leave A Reply

Your email address will not be published.