ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

କିଏ ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ?

0

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ପଦରୁ ଅମରିନ୍ଦର ସିଂ ଇସ୍ତଫା ଦେବା ପରେ ଏବେ ପରବର୍ତ୍ତୀ କଂଗ୍ରେସ ମୁଖିଆ କିଏ ହେବ, ସେ ନେଇ ହାଇକମାଣ୍ଡଙ୍କ ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ରହିଛି। କଂଗ୍ରେସ ବିଧାୟକ ଦଳ ବୈଠକ ସବୁ ନିଷ୍ପତ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଉପରେ ଛାଡିଛନ୍ତି। ଅର୍ଥାତ୍ ସୋନିଆ ଯାହାକୁ ଭଲ ଭାବିବେ ତାଙ୍କୁ ହିଁ କଂଗ୍ରେସ ବିଧାୟକମାନେ ମୁଖ୍ୟମନ୍ତ୍ରୀ ଭାବେ ମାନିନେବେ। ମିଳୁଥିବା ସୂନଚା ଅନୁସାରେ, ଆଜି ଯେ କୌଣସି ମୁହୂର୍ତ୍ତରେ ସୋନିଆ ନେତା ବାଛିପାରନ୍ତି।

କଂଗ୍ରେସ ପଞ୍ଜାବ ଶାଖାର କାର୍ଯ୍ୟକାରୀ ସଭାପତି ପବନ ଗୋଏଲ କହିଛନ୍ତି ଯେ ରାଜ୍ୟ ପ୍ରଭାରୀ ହରିଶ ରାଓ୍ବତ, ସାଧାରଣ ସଂପାଦକ ଅଜୟ ମାକେନ୍ ବିଧାୟକମାନଙ୍କର ବୈଠକ ନେଇଥିଲେ। ନେତା ନିର୍ବାଚନ ଦାୟିତ୍ବ ସମସ୍ତେ ସୋନିଆ ଗାନ୍ଧୀଙ୍କ ଉପରେ ଛାଡିଛନ୍ତି। ଆଜି ତାଙ୍କ ନିଷ୍ପତ୍ତି ବିଷୟରେ ଜାଣିପାରିବେ। କଂଗ୍ରେସ ବିଧାୟକ ପର୍ଗତ ସିଂ ଏବଂ କୁଳଦୀପ ସିଂ କହିଛନ୍ତି ଯେ ଅମରିନ୍ଦରଙ୍କ ଉତ୍ତରାଧିକାରୀ କାହାକୁ କରାଯିବ, ତାହାକୁ ସେମାନେ ଅପେକ୍ଷା କରିଛନ୍ତି।

ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ କଂଗ୍ରେସ ସାଧାରଣ ସଂପାଦକ (ସଂଗଠନ) କେ ସି ଭେନୁଗୋପାଳ ଏବଂ ରାଜ୍ୟସଭା ସାଂସଦ ଅମ୍ବିକା ସୋନୀଙ୍କ ସହିତ ପୃଥକ୍ ପୃଥକ୍ ଭାବେ ବୈଠକ କରିଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବାକୁ ଥିବା ସମ୍ଭାବ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ଦଳର ଭେଟେରାନ୍ ନେତା ଅମ୍ବିକା ସୋନୀ ବି ଅଛନ୍ତି। କିନ୍ତୁ ସୋନୀ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିବା ଖବର ଆସୁଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କଂଗ୍ରେସ ପଞ୍ଜାବ ୟୁନିଟ୍ ମୁଖ୍ୟ ସୁନୀଲ ଜାଖଡ, ନବଜୋତ୍ ସିଂ ସିଦ୍ଧୁ ଏ ଦଳର ସାଂସଦ ଆର୍ ସିଂ ବିଟ୍ଟୁ ଦୌଡରେ ଅଛନ୍ତି।

ଉଲ୍ଲେଖଥାଉକି, ଗତକାଲି ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଗତ ନିର୍ବାଚନରେ କଂଗ୍ରେସ ରାଜ୍ୟର ୧୧୭ଟି ବିଧାନସଭା ଆସନ ମଧ୍ୟରୁ ୭୭ଟି ଜିତିବା ପରେ ୨୦୧୭ ମାର୍ଚ୍ଚ ୧୬ରେ ଅମରିନ୍ଦର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ସେ ୨୦୦୨ରୁ ୨୦୦୭ ଯାଏ ବି ମୁଖ୍ୟମନ୍ତ୍ରୀ ଥିଲେ। ଗତକାଲି ଇସ୍ତଫା ଦେବା ପରେ ଅମରିନ୍ଦର ଗଣମାଧ୍ୟମକୁ କହିଥିଲେ ଯେ ସେ ଅପମାନିତ ଅନୁଭବ କଲେ। ଦଳର ସର୍ବୋଚ୍ଚ ନେତୃତ୍ୱ ତାଙ୍କ ଉପରେ ବିଶ୍ୱାସ ହରାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଶନିବାର ଦିନ କଂଗ୍ରେସ ବିଧାୟକମାନେ ତୃତୀୟ ଥର ପାଇଁ ତାଙ୍କୁ ହଟାଇବାକୁ ଚାହିଁଥିବା ଜାଣିବାକୁ ପାଇଲେ। ଏଣୁ ଏଭଳି ନିଷ୍ପତ୍ତି ନେଲେ।

କଂଗ୍ରେସର ଅଧିକ ପ୍ରତିଷ୍ଠିତ ବୋଲି ଦାବି କରୁଥିବା ଅମରିନ୍ଦର ସି ଏବଂ ସିଦ୍ଧୁଙ୍କ ମଧ୍ୟରେ ମତଭେଦ ପରେ କଂଗ୍ରେସର ପଞ୍ଜାବ ୟୁନିଟ୍ ସଙ୍କଟରେ ପଡ଼ିଯାଇଥିଲା। ଜୁଲାଇ ୧୮ରେ ସିଦ୍ଧୁ ପଞ୍ଜାବ କଂଗ୍ରେସ ମୁଖ୍ୟ ଭାବରେ ନିଯୁକ୍ତ ହେବା ପୂର୍ବରୁ ଦୁଇ ନେତା ମାସ ମାସ ଧରି ପରସ୍ପରକୁ ସମାଲୋଚନା କରିଥିଲେ। ଅଗଷ୍ଟ 20 ରେ, ଦୁଇ ନେତା ଦଳ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଏକ ଗୋଷ୍ଠୀ ଗଠନ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ କଂଗ୍ରେସ ସଭାପତିଙ୍କ ମଧ୍ୟରେ ବିବାଦ ଜାରି ରହିଥିଲା।

ପଞ୍ଜାବ ବିଧାନସଭା ନିର୍ବାଚନ ଫେବୃଆରୀ କିମ୍ବା ମାର୍ଚ୍ଚ ୨୦୨୨ରେ ଅନୁଷ୍ଠିତ ହେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.