ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ସତ କହିଲେ କି ବିଦ୍ୟାଭାରତୀ!

0

ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଉପରୁ ହଟିବ କି ରହସ୍ୟ? କ୍ରାଇମବ୍ରାଞ୍ଚ ବାହାର କରିବ କି ମୃତ୍ୟୁର ସତ? ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାକୁ ଏହାରି ଭିତରେ ୨ ମାସ ବିତିଯାଇଛି । ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଛି । କିନ୍ତୁ ମୃତ୍ୟୁ ଉପରୁ ରହସ୍ୟ ଏଯାଏ ଉନ୍ମୋଚନ ହୋଇପାରିନାହିଁ । ଆଜି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି । ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଦିନ କଣ ହୋଇଥିଲା ୧୬୧ରେ ରେକର୍ଡ ହୋଇଥିବା ତାଙ୍କ ବୟାନ ସତ କି ନାହିଁ ଜାଣିବାକୁ କ୍ରାଇମବ୍ରା ପ୍ରୟାସ ଚଳାଇଛି । ଆଜି ସକାଳେ ଫରେନସିକ ଲ୍ୟାବରେ ବିଦ୍ୟାଭାରତୀ ଆସି ନିଜ ବାପାଙ୍କ ସହ ପହଞ୍ଚିଥିଲେ ।

ପାଖାପାଖି ୪ ଘଂଟା ଧରି ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ ଚାଲିଥିଲା। କ୍ରାଇମବ୍ରାଂଚ ପକ୍ଷରୁ ପ୍ରସ୍ତୁତ ହୋଇଥିବା ୫୦ଟି ପ୍ରଶ୍ନ ବିଦ୍ୟାଭାରତୀଙ୍କୁ ଗୋଟିଏ ପରେ ଗୋଟିଏ ପଚରାଯାଇଥିଲା । ପ୍ରଥମ ଘଣ୍ଟାରେ ସ୍ୱାମୀ, ପାରିବାରିକ ସଂପର୍କ ଓ ଏଗ୍ରିମେଂଟ ନେଇ ପ୍ରଶ୍ନ ପଚରାଯାଇଥିଲା । ସ୍ୱାମୀ ସହ କିଭଳି ସଂପର୍କ ଥିଲା,ସୌମ୍ୟଙ୍କ ଦେହରେ ନିଆଁ ଲାଗିଲାବେଳେ ସେ କଣ କରୁଥିଲେ । ତାଙ୍କ ଜୀବନ ବଞ୍ଚାଇବାକୁ କିପରି ଉଦ୍ୟମ କରୁଥିଲେ । ସମସ୍ତ ପ୍ରଶ୍ନ ବିଦ୍ୟାଭାରତୀଙ୍କୁ ପଚରାଯାଇଛି ।ତେବେ ସ୍ୱାମୀଙ୍କ କଥା ପଚାରିବାବେଳେ ଭାବବିହ୍ୱଳ ହୋଇଯାଇଥିଲେ ବିଦ୍ୟାଭାରତୀ ା କାନ୍ଦି ପକାଇଥିଲେ । ଦ୍ୱିତୀୟ ଘ ।ରେ ଡିଏଫଓଙ୍କ ସହ ଲିଙ୍କ ନେଇ ପ୍ରଶ୍ନ ପଚରଯାଇଥିଲା । ୨ ଦିନ ତଳେ ଡିଏଫଓ ଓରୋଷେୟାଙ୍କର ଲାଏ ଡିଟେକ୍ସନ ଟେଷ୍ଟ ହୋଇଥିଲା । ସେମାନେ ରଖିଥିବା ଉ ର ଆଧାରରେ ବିଦ୍ୟାଙ୍କୁ ପ୍ରଶ୍ନ କରାଯାଇଥିଲା । ସୌମ୍ୟଙ୍କ ମୃତ୍ୟୁ ପରଠୁ ହିଁ ସମସ୍ତଙ୍କ ନଜର ବିଦ୍ୟାଭାରତୀଙ୍କ ଉପରେ ରହିଛି । ଘଟଣା ଦିନଠୁ ହିଁ ସେ ବିବାହ ଭିତରକୁ ଚାଲିଆସିଛନ୍ତି । ସୌମ୍ୟଙ୍କ ପରିବାର ଲୋକ ଏବେ ବି ବିଦ୍ୟାଙ୍କ ଗିରଫ ଦାବି କରୁଛନ୍ତି । ଡିଏଫଓ, ରୋଷେୟା ଓ ବିଦ୍ୟାଭାରତୀଙ୍କ ନାଁରେ ପରିବାର ଲୋକ ମାମଲା ଦାୟର କରିଥିଲେ । ଡିଏଫଓଙ୍କ ସହ ବିଦ୍ୟାଭାରତୀଙ୍କ ଅନୈତିକ ସଂପକ ର୍ ଅଛି ।ଯାହା ପାଇଁ ପରିବାର ମଧ୍ୟରେ ସବୁବେଳେ କଳହ ଲାଗିରହୁଥିଲା । ସୌମ୍ୟଙ୍କ ମୃତ୍ରୁ ପଛରେ ବିଦ୍ୟାଭାରତୀଙ୍କ ସମ୍ପୃକ୍ତି ଥିବା ସୌମ୍ୟଙ୍କ ପରିବାର ଲୋକ ଆରମ୍ଭରୁ ଅଭିଯୋଗ କରିଆସୁଛନ୍ତି ।

ଗଜପତି ଜିଲ୍ଲା ପୁଲିସ ପରେ ଏବେ ମାମଲାର ତଦନ୍ତ କ୍ରାଇମବ୍ରାଂଚ କରୁଛି । ଅଭିଯୋଗ ଆସିଥିବା ସମସ୍ତଙ୍କୁ ଗୋଟି ଗୋଟି କରି ଜେରା କରୁଛି କ୍ରାଇମବ୍ରାଞ୍ଚ । ତେବେ ଖୁବଶୀଘ୍ର ମୃତ୍ୟୁ ରହସ୍ୟ ଉପରୁ କ୍ରାଇମବ୍ରାଞ୍ଚ ପରଦା ଉଠାଇବ ବୋଲି ଆଶା ରହିଛି ।

Leave A Reply

Your email address will not be published.