ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ରାଜାକୁ ମାରିଦେଲା ରାଜଧାନୀ ଡ୍ରେନ!

0

ଭୁବନେଶ୍ବର: ମାଆ ମୁଁ ୫ ମିନିଟରେ ଆସୁଛି..ଏତିକି କହି ରାଜା ଯାଇଛି ଯେ ଯାଇଛି …। ରାଜଧାନୀର ମୁକୁଳା ଡ୍ରେନ ରାଜାକୁ ସବୁଦିନ ପାଇଁ ଭସାଇନେଇଛି । ୧୯ ଘଂଟା ଧରି ପାଣି ଭିତରେ ପୁଅକୁ ଖୋଜାଚାଲିଥିଲା, ଏପଟେ ମାଆ ଅନ୍ଧ ଲଉଡିର ଆସିବା ବାଟକୁ ଚାହିଁ ରହିଥିଲା । ରାତି ପାହିଗଲା.. ହେଲେ ସକାଳୁ ରାଜଧାନୀର ଛାତି ଉପରୁ ମାଆ ପାଖକୁ ଆସିଲା ଛାତିଥରା ଖବର। ପୁଅ ଆଉ ନାହିଁ…ରାଜା ଆଉ ନାହିଁ..। ରାଜଧାନୀର ମୁକୁଳା ଡ୍ରେନ ରାଜାର ଜୀବନ ନେଇଯାଇଛି।

ମରଣଯନ୍ତା ପାଲଟିଛି ରାଜଧାନୀର ମୁକୁଳା ଡ୍ରେନ । ଗୋଟେ ପଟେ ଗୋଟେ ମୁଣ୍ଡ ନେଉଛି । କିନ୍ତୁ ବିଏମସି ବିଛଣାରୁ ଉଠୁନି । କେବଳ ଏହା ଗୋଟିଏ ଘଟଣା ନୁହେଁ ଏହା ପୂର୍ବରୁ ବର୍ଷା ଦିନେ ଅନେକଙ୍କ ଏଭଳି ଅସଜଡା ଡ୍ରେନରେ ଜୀବନ ଯାଇଛି । ନେତା ଯାଉଛନ୍ତି, ମନ୍ତ୍ରୀ ଯାଉଛନ୍ତି ଆଶ୍ୱସନା ଦେଉଛନ୍ତି । ମୁକୁଳା ଡ୍ରେନର ମରାମତି କରାଯିବ ଆଗକୁ ଯେମିତି ଏପରି ଅଘଟଣର ପୁନରାବୃତ୍ତି ନହୁଏ ପ୍ରତିଶ୍ରୁତି ଦେଉଛନ୍ତି । କିନ୍ତୁ କିଛି ଦିନ ଗଲା ପରେ ପୁଣି ସବୁ ଭୁଲି ଯାଉଛନ୍ତି । ପାଣିର ଗାର ପରି ଏମାନଙ୍କ ପ୍ରତିଶ୍ରୁତି ବି ବର୍ଷାରେ ଧୋଇହୋଇଯାଉଛି।

ଦଶମ ଶ୍ରେଣୀର ପଢୁଥିବା ୧୫ ବର୍ଷର ପୁଅକୁ ହରାଇବା ପରେ ଏବେ ବାପା, ମାଆଙ୍କ ହୃଦୟ ଫାଟିପଡୁଛି । ଆଖିରେ ଲୁହ ରହୁନି । କାନ୍ଦ ବୋବାଳିରେ ଫାଟି ପଟୁଛି ଘର । ପୁଅ ହରାଇବା ଖବର ଶୁଣି ମାଆ ବାରମ୍ବାର ବେହୋସ ହୋଇଯାଇଛି । ମୋ ଧନକୁ ଫେରାଇଆଣ ବୋଲି ଅଳି କରୁଛି । ଭୁବନେଶ୍ୱର ଶତାଦ୍ଦୀ ନଗରରେ ଛୋଟବେଳୁ ବଢିଆସିଥିବା ରାଜାକୁ ସମସ୍ତେ ଜାଣନ୍ତି । ତେଣୁ ଏକ ନିଶ୍ୱାସ ବନ୍ଦ ହେଲା ଭଳି ଖବର ସ୍ଥାନୀୟ ଅଂଚଳକୁ ସ୍ତବ୍ଧ କରିଦେଇଛି।

ମୃତ୍ୟୁର ଆଭାସ ମିଳିଲା ପରି ରାଜା ଯେତେବେଳେ କାଲି ଅପରାହ୍ନରେ ଟିଉସନ ଯିବା ପାଇଁ ବାହରିଥିଲା ମାଆ ମନା କରିଥିଲେ । ପ୍ରବଳ ବର୍ଷା ପାଇଁ ପୁଅ ଘରୁ ବାହାରିବାକୁ କହିଲା ବେଳେ ମାଆ କହିଥିଲେ ନା ତୁ ଆଜି ଟିଉସନ ଯାଆନି । ହେଲେ ମନା କରିବା ସତ୍ୱେ ୫ ମିନିଟରେ ସାଂଗେ ସାଂଗେ ଆସୁଛି କହି ରାଜା ଘରୁ ବାହାରିପଡିଥିଲା । ହେଲେ ସେ କଣ ଜାଣିଥିଲା ବାଟରେ ତାକୁ ଜଗିକି ରହିଛି ମୃତ୍ୟୁ । ବର୍ଷା ପାଇଁ ରାସ୍ତା ଓ ଡ୍ରେନ ଜଣାପଡିନଥିବାରୁ ଗଣ୍ଡମୁଣ୍ଡା ମୁଖ୍ୟ ନାଳର ସ୍ରୋତରେ ପଡିଯାଇଥିଲା ରାଜା । ସାଇକେଲ ସିନା ରହିଯାଇଥିଲା ହେଲେ ଆଖି ପିଛୁଳାକେ ରାଜା ପାଣିର ସୁଅରେ ଭାସିଯାଇଥିଲା।

ଗତକାଲି ଅପରାହ୍ନଠୁ ରାତି ଯାଏ ଅଗ୍ନିଶମ ବାହିନୀର ୪୦ ଜଣିଆ ଟିମ ବହୁ ଖୋଜାଖୋଜି ପରେ ରାଜାକୁ ପାଇନଥିଲେ । ରାତିର ଅନ୍ଧାର ଯୋଗୁଁ ଖୋଜିବା ମଧ୍ୟ କଷ୍ଟକର ହୋଇପଡିଥିଲା। ଏହା ପରେ ଆଜି ସକାଳୁ ପୁଣି ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ବହୁ ଖୋଜାଖୋଜି ଶେଷରେ ୧୦ଟା ବେଳେ ପଞ୍ଚସଖା ଅଂଚଳ ନିକଟ ନାଳରୁ ରାଜାର ମୃତଦେହ ମିଳିଥିଲା।

ରାଜାର ମୃତ୍ୟୁ କେବଳ ତା ମାଆ ବାପାଙ୍କ କୋଳକୁ ଖାଲି କରିଦେଇନି; ପୁରା ରାଜଧାନୀବାସୀଙ୍କ ଦୋହଲାଇଦେଇଛି । ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି ଯାହାର ଉତ୍ତର ନାହିଁ । ୬ ବର୍ଷ ମଧ୍ୟରେ ଏଭଳି ମୁକୁଳା ଡ୍ରେନରେ ଅନେକ ଜୀବନ ଗଲାଣି । ୨୦୧୫ ଅଗଷ୍ଟ ୨୬ରେ ସମାନ ଭାବରେ ସ୍ମାର୍ଟ ସିଟିର ଏମିତି ମୁକୁଳା ଡ୍ରେନ ଭିତରେ ଜଣେ ୯ ବର୍ଷର ବାଳକ ଭାସିଯାଇଥିଲେ । ନୟାପଲ୍ଲୀ ବେହେରା ସାହି ନିକଟରେ ମୁକୁଳା ପଡିଥିବା ଡ୍ରେନ ଛାତ୍ରଙ୍କ ପାଇଁ କାଳ ସାଜିଥିଲା । ସେହିପରି ୨୦୧୭ରେ ଜଣେ ଟ୍ୟୁସନ ସାର , ୨୦୧୮ରେ ଜଣେ ଛୋଟ ପିଲା ମଧ୍ୟ ହୁଗୁଳା ଡ୍ରେନରେ ଭାସିଯାଇଥିଲେ।

ସେହିପରି ୨୦୧୯ରେ ମଧ୍ୟ ମୁକୁଳା ଡ୍ରେନ ଯୋଗୁଁ ନୟାପଲ୍ଲୀ ସାଲିଆସାହି ଏକାମ୍ର ଭିଲ୍ଲା ନିକଟରେ ଜଣେ ବୃଦ୍ଧା ଭାସିଯାଇ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ସ୍ମାର୍ଟ ସିଟିରେ ବାରମ୍ବାର ଏଭଳି ଘଟଣା ଘଟିବା ପ୍ରଶାସନର ପାରିବାପଣିଆକୁ ପୁଣି ଥରେ ପଦାରେ ପକାଇଛି।

Leave A Reply

Your email address will not be published.