ପ୍ରମୁଖ ଖବର

ଭଞ୍ଜନଗର ଜଳଭଣ୍ଡାରରେ ବୁଡି ଦୁଇ କଲେଜ୍ ଛାତ୍ରଙ୍କ ମୃତ୍ୟୁ
ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ଟିଏମ୍‌ସି ନେତାଙ୍କ ଘରେ ଆୟକର ଚଢଉ
ସ୍ମାର୍ଟଫୋନ୍‌ରେ ଆଧାର ଆପ୍‌ ପ୍ରି-ଇନଷ୍ଟଲେସନ୍‌ ପ୍ରସ୍ତାବକୁ ପ୍ରତ୍ୟାହାର କଲେ ସରକାର
ତାମିଲନାଡୁର ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୧୬ ମୃତ
ଇଟାଲୀରେ ଗୁରୁଦ୍ୱାର ବାହାରେ ଗୁଳିକାଣ୍ଡ: ଦୁଇ ଭାରତୀୟ ଶିଖଙ୍କ ମୃତ୍ୟୁ
ଖୋର୍ଦ୍ଧାରେ ୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ ଛୁଟି
ଫିରୋଜାବାଦରେ ଭୟଙ୍କର ଅଗ୍ନିକାଣ୍ଡ: ୬୦ରୁ ଅଧିକ ଦୋକାନ ଜଳି ଛାରଖାର
ମହିଳା ସଂରକ୍ଷଣ ବିଲ୍ ବାବଦରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

କରୋନା କାଳରେ କମ୍ପିବ ପିପିଲି

0

ପିପିଲି ପଲିଟିକ୍ସ: ଆଜିଠୁ ମୈଦାନକୁ ଓହ୍ଲାଇବେ ଯୋଦ୍ଧା

ଭୁବନେଶ୍ବର: କିଏ ପିନ୍ଧିବ ପିପିଲିରେ ବିଜୟ ମୁକୁଟ? ପିପିଲି ଉପନିର୍ବାଚନରେ କିଏ ମାରିବ ବାଜିମାତ୍‌? ଆସନ୍ତା ୩୦ ତାରିଖରେ ପଡିବାକୁ ଯାଉଛି ଭୋଟ । ଏଥିପାଇଁ ଆଜିଠୁ ବିଧବଦ୍ଧ ଭାବେ ପ୍ରଚାର ମୈଦାନକୁ ଓହ୍ଲାଇବେ ୩ ରାଜନୈତିକ ଦଳ । କରୋନା କାଳରେକମ୍ପିବ ପିପିଲି । ପ୍ରଚାର ମୈଦାନକୁ ଓହ୍ଲାଇବେ ହେଭିୱେଟ । କରୋନା କଟକଣାରୁ ଏଥର ପ୍ରଚାରରେ ଫୋକସ ରହିଛି ଡୋର ଟୁ ଡୋର କ୍ୟାମ୍ପେନ ଓ କର୍ମୀ ସମ୍ମିଳନୀ । ତେଣୁ ଗାଁ ଗାଁରେ ନେତାମାନେ ଡେରା ପକାଇ ଭୋଟ ଗୋଟାଇବାକୁ ପ୍ରୟାସ ଆରମ୍ଭ କରିଛନ୍ତି ।

ଆଜିଠୁ ଜମିବ ପିପିଲି ଉପନିର୍ବାଚନ ପ୍ରଚାର । ବିଧିବଦ୍ଧ ଭାବେ ମୈଦାନକୁ ଓହ୍ଲାଇବେ ୩ ରାଜନୈତିକ ଦଳର ଷ୍ଟାର ପ୍ରଚାରକ । ପିପିଲିରେ ଭୋଟରଙ୍କ ମନ କିଣିବାକୁ ପ୍ରୟାସ କରିବେ ସବୁ ରାଜନୈତିକ ଦଳ । ସାନି ପ୍ରଚାର ଲାଗି ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିସାରିଛନ୍ତି । ପିପିଲି ଉପନିର୍ବାଚନରେ ବଡ଼ ବ୍ୟବଧାନରେ ବିଜୟ ଲାଭ କରିବାକୁ ବିଜେଡି ଜୋରଦାର ଉଦ୍ୟମ କରୁଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମେତ ବିଧାୟକ, ମନ୍ତ୍ରୀ ଓ ସାଂସଦଙ୍କୁ ମିଶାଇ ୨୦ ଜଣ ଷ୍ଟାର କ୍ୟାମ୍ପେନର ତାଲିକାରେ ଅଛନ୍ତି । ଏବେ କୋଭିଡ କଟକଣାରେ ପ୍ରଚାର ହେଉଥିବାରୁ ୱାର୍ଡ ୱାରୀ ବୈଠକ ଓ ଘର ଘର ବୁଲି ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ଲାଗି ଷ୍ଟାର କ୍ୟାମ୍ପେନର ଭୋଟ ପ୍ରଚାର କରିବା ନେଇ ପ୍ଲାନ କରିଛି ବିଜେଡ଼ି । ବିଜେଡିର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ସରିଛି । ୱାର୍ଡ ସ୍ତରରେ ତିନିରୁ ୪ ଜଣଙ୍କୁ ନେଇ ଦଳ ପ୍ରଚାର କରିବ । କରୋନା କଟକଣା ମାନି ଛୋଟ ଛୋଟ ସଭା କରିବାକୁ ନିର୍ଦ୍ଦେଶ ରହିଛି । ପିପିଲିରେ ବଡ଼ ବ୍ୟବଧାନରେ ଜିତିବା ଦଳ ପାଇଁ ଚ୍ୟାଲେଞ୍ଜ ବୋଲି ବିଜେଡି କହିଛି ।

ଅନ୍ୟପଟେ କଂଗ୍ରେସ ଓ ବିଜେପି ମଧ୍ୟ ଜୋରଦାର ପ୍ରଚାର କରିବାକୁ ଅଣ୍ଟା ଭିଡିଛନ୍ତି । ବିଜେପି ପାଇଁ ଦଳୀୟ ନେତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ମଧ୍ୟ ପ୍ରଚାର କରିବେ। ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ୨୦ ଜଣିଆ ଷ୍ଟାର ପ୍ରଚାରକ । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ୩ କେନ୍ଦ୍ର ମନ୍ତ୍ରୀ , ରାଜ୍ୟପ୍ରଭାରୀ ଡି ପୁରନ୍ଦେଶ୍ୱରୀ, ସାଂସଦ ଅପରାଜିତା ଷ୍‌ଡଙ୍ଗୀ ,ପ୍ରତାପ ଷଡଙ୍ଗୀ, ଜୁଏଲ ଓରାମ ଓ ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଅଛନ୍ତି । ଗତ ସାଧାରଣ ନିର୍ବାଚନରେ ବିଜେପି କମ ଭୋଟ ବ୍ୟବଧାନରେ ପରାଜିତ ହୋଇଥିବାରୁ ଏଥର ଦଳ ବିଜୟୀ ହେବ ବୋଲି କହିଛି ।

ସେହିପରି କଂଗ୍ରେସ ମଧ୍ୟ ପ୍ରଚାର ଲାଗି ଜୋରଦାର ପ୍ରସ୍ତୁତି କରିଛି । ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କ ଲାଗି ପ୍ରଚାର କରିବାକୁ ପିସିସି ସଭାପତି ଓ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାରଙ୍କ ନେଇ ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରସ୍ତୁତ ହୋଇଛି । ଷ୍ଟାର ପ୍ରଚାରକ ମାନେ ଘର ଘର ବୁଲି ଭୋଟରଙ୍କୁ ଭେଟିବା ଉପରେ ଗୁରୁତ୍ୱ ଦେଇଛି କଂଗ୍ରେସ । ଦଳ ଏଥର ପିପିଲିରେ ଭଲ କରିବ ବୋଲି ଆଶା ରଖିଛି । ପିପିଲି ଉପନିର୍ବାଚନ ସବୁ ଦଳ ପାଇଁ ସମ୍ମାନର ପ୍ରଶ୍ନ । କାରଣ ଆଗକୁ ପଂଚାୟତଓ ପୌର ନିର୍ବାଚନ ପାଇଁ ଏହା ପ୍ରାକ ପ୍ରସ୍ତୁତି ସଦୃଶ । ତେବେ ତିନି ଥର ତାରିଖ ଘୁଞ୍ଚିବା ପରେ ଆସନ୍ତା ୩୦ରେ ପିପିଲି ଭୋଟ ପଡିବାକୁ ଯାଉଛି । ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ପିପିଲିରେ ଭଲ ପ୍ରଦର୍ଶନ କରି ଭୋଟରଙ୍କୁ ବାର୍ତା ଦେବାକୁ ଲାଗିପଡିବେ ୩ ରାଜୈନିତକ ଦଳ ।

Leave A Reply

Your email address will not be published.