ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ଶପଥ ନେଲେ ଚରଣଜିତ

0

ନୂଆଦିଲ୍ଲୀ: ପଞ୍ଜାବରେ ଆସନ୍ତାବର୍ଷ ହେବାକୁ ଥିବା ନିର୍ବାଚନ ପୂର୍ବରୁ ବଡ଼ ପରିବର୍ତ୍ତନ ହୋଇଛି। ମୁଖ୍ୟମନ୍ତ୍ରୀ ଭାବେ ଆଜି ଚରଣଚିତ ସିଂ ଚନ୍ନୀ ଶପଥ ନେଇଛନ୍ତି। ସକାଳ ୧୧ଟାରେ ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ପଞ୍ଜାବର ରାଜ୍ୟପାଳ ବନୱାରିଲାଲା ପୁରୋହିତ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ ସୁଖଜିନ୍ଦର ସିଂ ରନ୍ଧାୱା ଓ ଓପି ସୋନୀ ଶପଥ ନେଇଛନ୍ତି ।କ୍ୟାପଟେନ ଅମରିନ୍ଦର ସିଂହ ଶନିବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।ପଞ୍ଜାବ କଂଗ୍ରେସରେ ଜାରି କନ୍ଦଳ ଭିତରେ କଂଗ୍ରେସ ଦଳ ଚେହେରା ପରିବର୍ତ୍ତନ କରିଛି।

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଚରଣଜିତ ରୂପନଗରସ୍ଥିତ ଗୁରୁଦ୍ୱାରକୁ ଯାଇ ପ୍ରାର୍ଥନା କରିଥିଲେ। ଏହା ପରେ ହରିଶ ରାୱତଙ୍କୁ ଭେଟିବା ପରେ ସେ ରାଜଭବନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଆଜି ଅପରାହ୍ନରେ ସେ କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି। ଚରଣଚିତ ସିଂ ଚନ୍ନୀ ଦଳିତ ସଂପ୍ରଦାୟରୁ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଚରଣଜିତ ପଞ୍ଜାବର ଜଣେ ପ୍ରମୁଖ ଦଳିତ ଶିଖ ନେତା ଭାବେ ବେଶ୍ ପରିଚିତ।

ଚମକୌର ସାହି ନିର୍ବାଚନ ମଣ୍ଡଳୀରୁ ସେ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । କ୍ୟାପଟେନ ଅମରିନ୍ଦର ସିଂହଙ୍କ କ୍ୟାବିନେଟରେ ସେ ବୈଷୟିକ ଶିକ୍ଷା ଓ ଉଦ୍ୟୋଗ ତାଲିମ ମନ୍ତ୍ରୀ ଥିଲେ। ୨୦୦୭ରେ ଚରଣଜିତ ପ୍ରଥମେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଗତ ବିଧାନସଭା ନିର୍ବାଚନରେ ସେ ଆମ ଆଦମୀ ପାର୍ଟିର ପ୍ରାର୍ଥୀଙ୍କୁ ୧୨ ହଜାରରୁ ଅଧିକ ଭୋଟରେ ହରାଇଥଲୋ। ଚରଣଜିତଙ୍କ ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ରାହୁଲ ଗାନ୍ଧୀ ଓ ନବଜୋତ ସିଂହ ସିଦ୍ଧୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଗାମୀ ବିଧାନସଭା ନିର୍ବାଚନକୁ ନଜରରେ ରଖି ଚରଣଜିତଙ୍କୁ ଟପ ପୋଷ୍ଟରେ ବସାଇବାକୁ ସହମତି ପ୍ରକାଶ ପାଇଛି ।

Leave A Reply

Your email address will not be published.