ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ମହନ୍ତଙ୍କ ସୁଇସାଇଡ ନୋଟରେ ସତ କେତେ?

0

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଆଖଡ଼ା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ପରେ ବିବାଦ ତେଜିବାରେ ଲାଗିଛି। ପୁଲିସ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଯାଞ୍ଚ ଜାରି ରଖିଛି । ତେବେ ଘଟଣା ସ୍ଥଳରୁ ମିଳିଥିବା ସୁଇସାଇଡ ନୋଟ କେତେ ସତ ଏବଂ ଏହା ନିଜେ ନରେନ୍ଦ୍ର ଗିରି ଲେଖିଛନ୍ତି ନା ଆଉ କେହି ଲେଖିଛି ତାକୁ ନେଇ ଏବେ ଉଠିଛି ପ୍ରଶ୍ନ । ପୁଲିସ ସୁଇସାଇଡ ନୋଟକୁ ନେଇ ଏବେ ଛାନଭିନ ଆରମ୍ଭ
କରିଛି।

ସୁଇସାଇଡ ନୋଟ ମିଳିବା ପରେ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ପାଇଁ ତାଙ୍କର ଜଣେ ଶିଷ୍ୟ ଆନନ୍ଦ ଗିରିଙ୍କୁ ଦାୟୀ କରାଯାଉଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଛି। ହେଲେ ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଥିବା ସେ ଗଣମାଧ୍ୟମ ସାମନାରେ କହିଛନ୍ତି। ଜଣେ ପୁଲିସ ଅଧିକାରୀ ମଠର ସମ୍ପତି ହାତେଇବାକୁ ମହନ୍ତଙ୍କ ଆତ୍ମହତ୍ୟାକୁ ହତ୍ୟା ରୂପର ଦେଉଛନ୍ତି ବୋଲି ଆନନ୍ଦ ଗିରି କହିଛନ୍ତି।

ଶିଷ୍ୟ ନିର୍ଭୟ ଦ୍ୱିବେଦୀଙ୍କ କହିବା ଅନୁସାରେ, ଆତ୍ମହତ୍ୟା ପୂର୍ବରୁ ମହନ୍ତ ନରେନ୍ଦ୍ର ଗିରି ସୁଇସାଇଡ ନୋଟ ଲେଖିବା ସହ ଏକ ଭିଡିଓ ବି କରିଥିଲେ। ଏହି ଭିଡିଓ ନରେନ୍ଦ୍ର ଗିରି ନିଜ ମୋବାଇଲରେ କରିଥିଲେ । ଆଉ ଏହି ଭିଡିଓରେ ନରେନ୍ଦ୍ର ଗିରି ସୁଇସାଇଡ ନୋଟରେ ଲେଖାଥିବା ସମସ୍ତ କଥା ବିସ୍ତୁତ ଭାବରେ କହିଥିଲେ। ଏହି ଭିଡିଓ ଏବେ ପୁଲିସ ପାଖେ ଥିବା ଶିଷ୍ୟ ନିର୍ଭୟ ଦ୍ୱିବେଦୀ କହିଛନ୍ତି।

ପ୍ରୟାଗରାଜରେ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ମହନ୍ତଙ୍କ କବାଟ ବନ୍ଦ ଥିଲା। ସନ୍ଦେହ ହେବାରୁ ଘରର କବାଟ ଖୋଲିବା ପରେ ଘର ଭିତରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ମିଳିଥିଲା। ଘଟଣା ସ୍ଥଳରୁ ଏକ ସୁଇସାଇଡ ନୋଟ ମିଳିଛି । ଯେଉଁ ଥିରେ ମାନସିକ ସ୍ତରରେ ବହୁତ ଚିନ୍ତାରେ ଥିଲେ ଏବଂ ଏଥିପାଇଁ ସେ ଆତ୍ମହତ୍ୟା କରିଥିବା ଲେଖାଯାଇଛି। ସୁଇସାଇଡ ନୋଟରେ ଶିଷ୍ୟ ଆନନ୍ଦ ଗିରିଙ୍କ କଥା ମଧ୍ୟ ଉଲ୍ଲେଖ ରହିଛି।

ତାଙ୍କ ମୃତ୍ୟୁ ପରେ ଆଖଡ଼ା ପରିଷଦରେ ବିବାଦ ଥିବା ଜଣାପଡିଛି। ତେବେ ମହନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ମହନ୍ତଙ୍କ
ମୃତ୍ୟୁ ପରେ ପୁଲିସ ସମଗ୍ର ଅଞ୍ଚଳକୁ ସିଲ କରିଦେବା ସହିତ ମଠରେ ସମସ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି।

Leave A Reply

Your email address will not be published.