ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ରାଜ୍-ଶିଳ୍ପାଙ୍କ ସଂପର୍କ ବଢିବ ନା ଛିଡିବ?

0

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥ୍ୟା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ଜାମିନ ମିଳିଛି । ଅଶ୍ଲୀଳ ଭିଡିଓ ଫିଲ୍ମ କରିବା ଅଭିଯୋଗରେ ୨ ମାସ ହେବ ଜେଲରେ ରହିବା ପରେ କୁନ୍ଦ୍ରା ଜେଲରୁ ମୁକୁଳିବେ। ଏବେ ସମସ୍ତଙ୍କର ଯେଉଁ କଥା ଉପରେ ନଜର ରହିଛି, ତାହା ହେଲା ସ୍ୱାମୀ ରାଜ କୁନ୍ଦ୍ରା ସିନା ଜେଲରୁ ବାହାରିବେ; ତାଙ୍କୁ ଗ୍ରହଣ କରିବେ ତ ଶିଳ୍ପା?

କାରଣ ରାଜଙ୍କ ବିରୋଧରେ ଯେତେବେଳେ ଅଶ୍ଲୀଳ ଫିଲ୍ମ ନିର୍ମାଣ ମାମଲା ସାମନାକୁ ଆସିଥିଲା, ସେତେବେଳେ ଶିଳ୍ପା ପୁଲିସ ଆଗରେ କହିଥିଲେ, ସେ ଏନେଇ କିଛି ଜାଣିନାହାନ୍ତି । ପର୍ଣ୍ଣ ରାକେଟ ସହିତ ଜଡିତ ଆପ ‘ହଟସଟ’ କିମ୍ବା ‘ବଲିଫେମ’ ବିଷୟରେ ତାଙ୍କୁ ଜଣାନଥିଲା । ସେ ତାଙ୍କ କାମରେ ବ୍ୟସ୍ତ ଥିବା ବେଳେ ରାଜ କୁନ୍ଦ୍ରା କଣ କରୁଛନ୍ତି ସେ ବିଷୟରେ ସେ ସଂପୂର୍ଣ୍ଣ ଅଜ୍ଞ ଥିବା ପୁଲିସ ଆଗରେ ବୟାନ ରଖିଥିଲେ। ପ୍ରାଥମିକ ପ୍ରତିକ୍ରିୟାରେ ଶିଳ୍ପା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସକାରାତ୍ମକ ସଂକେତ ଦେଇଛନ୍ତି ।

ଶିଳ୍ପା ଇନଷ୍ଟାଗ୍ରାମରେ ସନ୍ଧ୍ୟା ସମୟରେ ବାହାରଥିବା ଇନ୍ଦ୍ରଧନୁର ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ, ଇନ୍ଦ୍ରଧନୁର ଅସ୍ତିତ୍ୱ ଏହା ଜଣାଇବା ପାଇଁ ଅଛି କି ଗୋଟେ ଖରାପ ସମୟ ପରେ ଭଲ ଜିନିଷ ମଧ୍ୟ ହୋଇପାରେ । ମଣିଷ ଜୀବନରେ ଖରାପ ସମୟ ଆସିବା ଯିବା ଲାଗିରହିଥାଏ । ଆଉ ସେଥିରୁ ସକରାତ୍ମକ ଦିଗକୁ ଖୋଜିବା ହେଉଛି ଜୀବନ ଜୀଇଁବାର କଳା । ଗତ କିଛି ଦିନରୁ ଶିଳ୍ପା ସେଟ୍ଟୀଙ୍କ ଜୀବନରେ କିଛି ଠିକ ଚାଲୁନଥିଲା । ଶିଳ୍ପାଙ୍କ ସ୍ୱାମୀ ରାଜ ପର୍ଣ୍ଣୋଗ୍ରାଫି ମାମଲାରେ ଜେଲରେ ଥିବା ବେଳେ ଶିଳ୍ପା ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲେ । ସେ କାମରୁ କିଛି ସମୟ ପାଇଁ ବିରତି ନେବା ସହ ସୋସିଆଲ ମିଡିଆରୁ ଦୂରେଇ ଯାଇଥିଲେ । ଏହି ସମୟରେ ତାଙ୍କ ଭଉଣୀ ଶମିତା ସେଟ୍ଟୀ ବି ପାଖରେ ନଥିଲେ। ହେଲେ ଶିଳ୍ପା ନିଜକୁ ଦୃଢ କରିବା ସହ କିଛି ଦିନ ପରେ ପୁଣି କାମକୁ ଫେରିଥିଲେ ।

ଏବେ ଶିଳ୍ପା ସୁପର ଡ୍ୟାନସର ଥ୍ରୀରେ ଜଜ୍ ଦାୟିତ୍ୱରେ ଅଛନ୍ତି । ଏହା ସହ ଶିଳ୍ପାଙ୍କ ଫିଲ୍ମ ହଙ୍ଗାମା ଟୁ ମଧ୍ୟ କିଛି ଦିନ ପୂର୍ବରୁ ରିଲିଜ ହୋଇଥିଲା । ଏବେ ଶିଳ୍ପାଙ୍କ ଜୀବନରେ ପୂର୍ବ ପରି ସବୁ ଠିକ ହେବା ନଜର ଆସୁଛି । ରାଜଙ୍କୁ ଜାମିନ ମିଳିଯାଇଛି ଆଉ ଶମିତା ମଧ୍ୟ ବିଗବସ ଓଟିଟିରୁ ବାହାରକୁ ଆସିଯାଇଛନ୍ତି । ଗତ ଗୁରୁବାର ଦିନ ମୁମ୍ବାଇ ପୁଲିସ ପକ୍ଷରୁ ୧୫୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରାଯାଇଥିବା ବେଳେ ଏହି ଚାର୍ଜସିଟ୍‌କୁ ଭିତ୍ତିହୀନ ଦର୍ଶାଇ ରାଜ ଜାମିନ ଆବେଦନ କରିଥିଲେ । ଗତକାଲି ମୁମ୍ବାଇ ହାଇକୋର୍ଟ ଏହାର ଶୁଣାଣି କରି ରାଜକୁନ୍ଦ୍ରାକୁ ଜାମିନ ମଂଜୁର କରିଛନ୍ତି ।

Leave A Reply

Your email address will not be published.