ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଧରାପଡିଲା ପାକିସ୍ତାନର ତାଲିବାନୀ ପ୍ରେମ, ବୈଠକ ବାତିଲ୍

0

ନୂଆଦିଲ୍ଲୀ:ଏହି ସପ୍ତାହରେ ନ୍ୟୁୟର୍କରେ ମିଳିତ ଜାତିସଂଘ ସାଧାରଣ ସଭା ଅଧିବେଶନ ପରିସରରେ ଆୟୋଜିତ ହେବାକୁ ଥିବା ସାର୍କ ବୈଦେଶିକ ମନ୍ତ୍ରୀଙ୍କ ବୈଠକକୁ ଶେଷ ମୁହୁର୍ତ୍ତରେ ବାତିଲ୍ କରିଦିଆଯାଇଛି। ପାକିସ୍ତାନର ଏକ ବଡ଼ ଧରଣର ଷଡ୍‌ଯନ୍ତ୍ର ଧରାପଡିିଯିବା ପରେ ଏଭଳି ନିଷ୍ପତ୍ତି ହୋଇଥିବା ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ। ଆଫଗାନିସ୍ତାନରର ତାଲିବାନୀ ସରକାରର ମନ୍ତ୍ରୀଙ୍କୁ ବସାଇବାକୁ ପାକିସ୍ତାନ ଉଦ୍ୟମ ଚଳାଇଥିଲା।

ଖବର ଅନୁସାରେ, ବୈଠକରେ ପାକିସ୍ତାନ ଏକ “ଖାଲି ଚେୟାର” ରଖିବାକୁ ଚାହୁଁଥିଲା। ଯଦି ଏହି ବୈଠକ ଅନୁଷ୍ଠିତ ହୋଇଥାନ୍ତା, ତେବେ ନ୍ୟୁୟର୍କରେ ଜାତିସଂଘରେ ଆଫଗାନିସ୍ତାନର ମିଶନର ଜଣେ ପ୍ରତିନିଧି ଏଥିରେ ଯୋଗ ଦେଇଥାନ୍ତେ। ତାଲିବାନ ପ୍ରତିନିଧି ମଧ୍ୟ ଏହି ସଭାର ଅଂଶ ହେବା ଉଚିତ ବୋଲି ପାକିସ୍ତାନ ପ୍ରସ୍ତାବ ଦେଇଥିଲା।

ପାକିସ୍ତାନର ଏହି ପ୍ରସ୍ତାବକୁ ଅବଶିଷ୍ଟ ସଦସ୍ୟମାନେ ତୀବ୍ର ବିରୋଧ କରିଥିଲେ। କହିଥିଲେ ଯେ ନୂତନ ତାଲିବାନ ଶାସନକୁ ବିଶ୍ବ ସମୁଦାୟ ମାନ୍ୟତା ଦେଇ ନାହାଁନ୍ତି ଏବଂ ସେମାନେ ପରିଚୟପତ୍ର ପାଇଁ ଜାତିସଂଘ ନିକଟକୁ ମଧ୍ୟ ଯାଇ ନାହିଁ। ତେବେ, ସାର୍କ ସଦସ୍ୟଙ୍କ ମଧ୍ୟରେ ଏହି ପ୍ରସଙ୍ଗରେ କୌଣସି ଚୁକ୍ତିନାମା ହୋଇ ପାରିନାହିଁ। କେବଳ “ସହମତି ଅଭାବ” କାରଣରୁ ସାର୍କ ବୈଦେଶିକ ମନ୍ତ୍ରୀଙ୍କ ବୈଠକକୁ ବାତିଲ କରିଦିଆଯାଇଛି।

ନେପାଳର ବୈଦେଶିକ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ସାର୍କ ସଚିବାଳୟକୁ ଏକ ଚିଠି ପଠାଇ କହିଛି ଯେ “ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ସହମତି ନ ଥିବାରୁ ୨୫ ତାରିଖରେ ହେବାକୁ ଥିବା ସାର୍କ ମନ୍ତ୍ରୀ ପରିଷଦର ବୈଠକ ଏବେ ଅନୁଷ୍ଠିତ ହେବ ନାହିଁ। ସାର୍କ ରାଷ୍ଟ୍ର ସହିତ ୨୦୦୭ରେ ଆଫଗାନିସ୍ତାନ ଯୋଡିହୋଇଥିଲା ଓ ଏହା ସର୍ବକନିଷ୍ଠ ରାଷ୍ଟ୍ର ଭାବେ ଗଣତି ହେଉଛି। ଭାରତ, ବାଂଲାଦେଶ, ଭୁଟାନ, ନେପାଳ, ମାଲଦ୍ୱୀପ, ଶ୍ରୀଲଙ୍କା ଏବଂ ପାକିସ୍ଥାନ ଏହି ଦଳର ଏକ ଅଂଶ ଅଟନ୍ତି। ୧୯୮୭ ମସିହା ଜାନୁଆରୀ ୧୭ ତାରିଖରେ କାଠମାଣ୍ଡୁରେ ସାର୍କ ସଚିବାଳୟ ପ୍ରତିଷ୍ଠା କରାଯାଇଥିଲା।

Leave A Reply

Your email address will not be published.