ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ନବୀନଙ୍କ ନିର୍ଦେଶକୁ ଫୁ: ବାବୁ ଭୁଲିଗଲେ, ମନ୍ତ୍ରୀମାନେ ବି

0
  • ତିନି ଚାରିଦିନ ଜିଲ୍ଲାରେ କଟାଇବେ ବୋଲି କୁହାଯାଇଥିଲା
  • ଅଚାନକ ଜିଲ୍ଲା ଗସ୍ତ ଉପରେ ଗୁରୁତ୍ବ ଦିଆଯାଇଥିଲା
  • ଆହାର କେନ୍ଦ୍ରରେ ଖାଇଥାନ୍ତେ, ଲୋକଙ୍କ ସହିତ କଥା ହୋଇଥାନ୍ତେ
  • ମନ୍ତ୍ରୀମାନେ ଜିଲ୍ଲାଗସ୍ତ କରି ପ୍ରତିମାସ ୭ରେ ଦେଇଥାନ୍ତେ ରିପୋର୍ଟ
  • କରୋନା ଆଳରେ କାଗଜପତ୍ରରେ ରହିଗଲା ସବୁ ନିଷ୍ପତ୍ତି

ଭୁବନେଶ୍ବର: କୋଭିଡ୍ ଆଳରେ ଆଇଏଏସ୍ ଅଫିସରମାନେ ସରକାରଙ୍କକ ଏକ ବଡ ନିଷ୍ପତ୍ତିକୁ ଅତି ସହଜରେ ଟାଳି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମଥର ପାଇଁ ନିର୍ବାଚିତ ହେବା ପରେ ଗୋଟିଏ ବଡ ନିର୍ଦେଶନାମା ଜାରି କରିଥିଲେ। ଆଇଏଏସ୍ ଅଫିସରଙ୍କ ଉପରେ ରାଜ୍ୟ ସରକାର ଚାପ ସୃଷ୍ଟି କରିବାକୁ ଯାଇ କଣ କରିବେ, କଣ ନ କରିବେ ସେ ନେଇ ଗୋଟିଏ ସ୍ପଷ୍ଟ ନିର୍ଦେଶ ଦେଇଥିଲେ। ତତ୍କାଳୀନ ଉନ୍ନୟନ କମିସନର ତଥା ଆଜିର ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସେବେ ପାଦେ ଆଗକୁ ଯାଇ ବିଭିନ୍ନ ବାବୁଙ୍କ ଜିଲ୍ଲା ଗସ୍ତକୁ କଠୋର ଅନୁଶାସନ ଭିତରେ ଛନ୍ଦିଦେଇଥିଲେ।

ଏଥିରେ କୁହାଯାଇଥିଲା ଯେ ବାବୁମାନେ ଜିଲ୍ଲା ଗସ୍ତ କଲା ବେଳେ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ବା ସର୍କିଟ ହାଉସ ବା ଆଇବିରେ ଆଉ ଖାଇପାରିବେ ନାହିଁ। ସେମାନେ ମଧ୍ୟାହ୍ନ ଭୋଜନ ଆହାରେ କେନ୍ଦ୍ରରେ ବା ଯେ କୌଣସି ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ କେନ୍ଦ୍ରରେ ହିଁ କରିବାକୁ ହେବ। ଆଜି ଦିନରେ କରୋନା କାରଣରୁ ସ୍କୁଲ ବନ୍ଦ ରହିଛି। ଏଣୁ ମଧ୍ୟାହ୍ନ ଭୋଜନ ଖାଇବା ସମ୍ଭବ ନୁହେଁ। ତେବେ ଯେଉଁ ସମୟରେ ଆହାର କେନ୍ଦ୍ର ବି ଖୋଲାଯାଉଛି, ସେଠାରେ ଆଉ ବାବୁମାନଙ୍କୁ ଖାଇବା ଦେଖାଯାଉନାହିଁ। ଗୋଟିଏ ସମୟରେ ନିଜେ ୫ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ବରିଷ୍ଠ ଅଫିସରଙ୍କୁ ନେଇ ଆହର କେନ୍ଦ୍ରରେ ଖାଇବା ନଜିର ରହିଛି।

ସେହିଭଳି ସେବେ କୁହାଯାଇଥିଲା ଯେ ବାବୁମାନେ ଜିଲ୍ଲା ଗସ୍ତକୁ ଗୋଟିଏ ଦିନରେ ସୀମିତ ରଖିପାରିବେ ନାହିଁ। ସେମାନେ ପ୍ରତିମାସ ପ୍ରଥମ ସପ୍ତାହରେ ଜିଲ୍ଲା ଗସ୍ତ କରିବେ ଓ ୩ରୁ ୪ ଦିନ ଗୋଟିଏ ଜିଲ୍ଲାରେ ଅବସ୍ଥାନ କରିବା ସହିତ ଅତି କମରେ ଦୁଇଟି ବ୍ଲକରେ ବୁଲି ସରକାରୀ ବ୍ୟବସ୍ଥା କିଭଳି ଚାଲିଛି, ତାହାର ସରଜମିନ୍ ତଦନ୍ତ କରିବେ। ଗସ୍ତବେଳେ ବାବୁମାନେ ପଞ୍ଚାୟତ ଓ ପୌର ପ୍ରତିନିଧିମାନଙ୍କ ସହିତ ମଧ୍ୟ ଆଲୋଚନା କରି ସେମାନଙ୍କ ମତାମତ ନେବା ସହିତ ଯୋଜନା କାର୍ଯ୍ୟାନ୍ବୟନ ବେଳେ କେଉଁ କେଉଁ ସମସ୍ୟା ସାମ୍ନା କରୁଛନ୍ତି, ତାହା ଯାଞ୍ଚ କରିବେ। ଅନୁରୂପ ଭାବେ ସରକାରୀ ଅଧିକାରୀମାନଙ୍କ ସହିତ ମଧ୍ୟ କଥାହେବେ। ତେବେ ଗସ୍ତ ବେଳେ ଯତେ ଅଧିକ ଅନୁଷ୍ଠାନକୁ ଅଚାନକ ଗସ୍ତ କରିବେ, ସେତେ ଭଲ ବୋଲି କୁହାଯାଇଥିଲା।

କେବଳ ସେତିକି ନୁହେଁ, ବାବୁମାନେ ବିଦ୍ୟାଳୟ, ସ୍ବାସ୍ଥ୍ୟ ସେବା ଅନୁଷ୍ଠାନ ସହିତ ବୃଦ୍ଧାଶ୍ରମ, ଅନାଥାଶ୍ରମ ଆଦି ପ୍ରଦକ୍ଷଣ କରିବା ଲାଗି ସତର୍କ କରାଇ ଦିଆଯାଇଥିଲା। ସରକାରଙ୍କ କେଉଁ ସେବା କିଭଳି ଭାବେ ଉପଲବ୍ଧ ହେଉଛି, କିଏ ବାଧକ ସାଜୁଛି, ତ୍ରୁଟିବିଚ୍ୟୁତି ଲକ୍ଷ୍ୟ କରିବେ। ସଚିବମାନଙ୍କ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି କୁହାଯାଇଥିଲା। ମାତ୍ର ଏସବୁକୁ ବାବୁମାନେ ଇତିମଧ୍ୟରେ ପାସୋରି ଯାଇଥିବା ଭଳି ମନେ ହେଉଛି। କୌଣସି ଜିଲ୍ଲାରୁ ଏଭଳି ଚିତ୍ର ସାମ୍ନାକୁ ଆସୁନାହିଁ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ସ୍ତରରେ ମଧ୍ୟ ଏହାର ଆଉ ସମୀକ୍ଷା ହେଉନାହିଁ।

ନିଜେ ଶ୍ରୀ ମହାପାତ୍ର ଏବେ ମୁଖ୍ୟଶାସନ ସଚିବ ଥିଲେ ହେଁ, ତାଙ୍କ ନିର୍ଦେଶନାମା କାର୍ଯ୍ୟକାରୀ କରାନଯିବା ଘଟଣାକୁ ବୁଦ୍ଧିଜୀବୀ ମହଲ ଗ୍ରହଣ କରିପାରୁନାହାନ୍ତି। ଉଲ୍ଲେଖଯୋଗ୍ୟ, ଏହାପୂର୍ବରୁ ମନ୍ତ୍ରୀମାନଙ୍କ ଗସ୍ତ ସଂପର୍କରେ ମଧ୍ୟ ସରକାରଙ୍କ କୁହାଯାଇଥିଲା ଓ ପ୍ରତିମାସ ୭ ତାରିଖରେ ସେମାନଙ୍କ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଯେମିତି ହେଲେ ପହଞ୍ଚିବା ନେଇ ନିର୍ଦେଶ ଦିଆଯାଇଥିଲା। କରୋନା ଆଳରେ ମନ୍ତ୍ରୀ ବି ସରକାରଙ୍କ ଏହି ନିଷ୍ପତ୍ତିକୁ ପାସୋରି ଦେଇଛନ୍ତି ବା ପାଳନ କରିବା ଲାଗି ଆଗ୍ରହ ଦେଖାଉନାହାନ୍ତି।

Leave A Reply

Your email address will not be published.