ପ୍ରମୁଖ ଖବର

ବାଲେଶ୍ୱର ମିଶନ ଶକ୍ତି କାଫେରେ ଅଗ୍ନିକାଣ୍ଡ: ଜିଲ୍ଲାପାଳଙ୍କ ଅଫିସ କାର୍ଯ୍ୟାଳୟରେ ଥିବା ମିଶନ ଶକ୍ତି କାଫେର ରୋଷେଇ ଘରେ ଭୟାବହ ଅଗ୍ନିକାଣ୍ଡ
ରଘୁନାଥପାଲି, ବୀରମିତ୍ରପୁର, ବଣାଇରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର
ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ କ୍ରୀଡ଼ାବିତମାନଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଆସନ୍ତାକାଲି ଦେଶରେ ଚତୁର୍ଥ ପର୍ଯ୍ୟୟ ଭୋଟ ଗ୍ରହଣ ଓ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ୪ଟି ସଂସଦୀୟ କ୍ଷେତ୍ର ଓ ୨୮ ବିଧାନସଭା ନିର୍ବାଚନ ମଣ୍ଡଳିରେ ଭୋଟ ଗ୍ରହଣ ହେବ

କ’ଣ ଥିଲା ସେହି ଭିଡିଓରେ? ଯାହାର ଭୟରେ ମହନ୍ତ ନେଲେ ଏଭଳି ନିଷ୍ପତ୍ତି…

0

ଲକ୍ଷ୍ନୌ: ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ଯୋଗୀଙ୍କ ରାଜ୍ୟରେ ଜଣେ ସାଧୁ ଓ ମଠର ମହନ୍ତଙ୍କ ଆତ୍ମହତ୍ୟା ଏବେ ପୂରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିସ କରିଛନ୍ତି ଯୋଗୀ ସରକାର।

ଉତ୍ତର ପ୍ରଦେଶ ଗୃହ ବିଭାଗ କେନ୍ଦ୍ର ସରକାରଙ୍କୁ ଏଥିପାଇଁ ଅନୁମତି ମାଗିଛନ୍ତି। ତେବେ ପୁଲିସ ଏବେ ସେହି ଫଟୋ ଓ ଭିଡ଼ିଓ ଖୋଜୁଛି ଯାହା ଭାଇରାଲ ହେବାର ନରେନ୍ଦ୍ର ଗିରିଙ୍କୁ ଡର ଥିଲା ଏବଂ ସେଥିପାଇଁ ସେ ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଲେ।

ମହନ୍ତ ନରେନ୍ଦ୍ର ଗିରି କାହିିଁକି ଆତ୍ମହତ୍ୟା କଲେ? ଏହା ପଛର କାରଣ କଣ? ଘଟଣା ସ୍ଥଳରୁ ମିଳିଥିବା ସୁଇସାଇଡ ନୋଟ ଆଧାରରେ ଉତ୍ତର ପ୍ରଦେଶ ପୁଲିସ
ଛାନଭିନ ଚଳାଇଥିବା ବେଳେ ନରେନ୍ଦ୍ର ଗିରିଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ସାମନାକୁ ଆସିଛି। ଯେଉଁଥିରେ ସେ ଆତ୍ମହତ୍ୟା କରିଥିବା ଉଲ୍ଲେଖ ରହିଛି।କିନ୍ତୁ ମହନ୍ତ କାହିଁକି ଆତ୍ମହତ୍ୟା କଲେ, ତାର କାରଣ ଖୋଜୁଛି ପୁଲିସ । ଉତ୍ତର ପ୍ରଦେଶ ପୁଲିସ ୧୮ ଜଣିଆ ଏସାଇଟି ଟିମ ଗଠନ କରି ତଦନ୍ତ ଚଳାଇଛି।ବଦନାମ ଭୟରେ ସେ ଆତ୍ମହତ୍ୟା କରିଥିବା ନିଜ ସୁଇସାଇଡ ନୋଟରେ ଲେଖିଛନ୍ତି ।ଏହାକୁ ଆଧାର କରି ପୁଲିସ ପଚରାଉଚରା ଜାରି ରଖିଛି।

ନରେନ୍ଦ୍ର ଗିରି ସୁଇସାଇଡ ନୋଟରେ ଲେଖିଥିଲେ ଯେ, ଶିଷ୍ୟ ଆନନ୍ଦ ଗିରି ତାଙ୍କୁ ଅପମାନିତ କରିବାକୁ ଷଡଯନ୍ତ୍ର କରୁଥିଲେ। କୌଣସି ମହିଳାଙ୍କ ସହ କମ୍ପ୍ୟୁଟରାଇଜଡ ଫଟୋ ଭାଇରାଲ କରିବାକୁ ଧମକ ଦେଉଥିଲେ । ସେହିପରି ମହନ୍ତଙ୍କ ମୃତ୍ୟୁ ପଛର କାରଣ ସମ୍ପତି ବିବାଦ ସାଙ୍ଗକୁ ଷଡ଼ଯନ୍ତ୍ର ରହିଥିବା ଆଶଙ୍କା କରାଯାଉଛି। ତେବେ ପ୍ରକୃତ ସତ କଣ ଆଗାମୀ ଦିନରେ ତଦନ୍ତରୁ ଜଣାପଡିବ।

ମହନ୍ତଙ୍କ ମୃତ୍ୟୁ ପରେ ଆଉ ଏକ ଭିଡିଓକୁ ନେଇ ଏବେ ଚର୍ଚ୍ଚା ହେଉଛି । ଯେଉଁଥିରେ ଗତ କିଛି ମାସ ତଳେ ଗୋଡ ଧରି ନରେନ୍ଦ୍ର ଗିରିଙ୍କୁ ଭୁଲ ମାଗୁଛନ୍ତି
ଶିଷ୍ୟ ଆନନ୍ଦଗିରି। ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାରେ ପୁଲିସ ଶିଷ୍ୟ ଆନନ୍ଦ ଗିରିଙ୍କ ସମେତ ହନୁମାନ ମନ୍ଦିର ପୂଜାରୀ ଆଧ୍ୟା ତିୱାରୀ, ଆଉ ତାଙ୍କ ପୁଅ ସନ୍ଦୀପ ତିୱାରୀଙ୍କୁ ଗିରଫ କରି ତଦନ୍ତ ଚଳାଇଛି । ଆନନ୍ଦ ଗିରିଙ୍କୁ ଗିରଫ କରିବା ୟୁପି ପୁଲିସ ହରିଦ୍ୱାରରୁ ପ୍ରୟାଗରାଜ ନେଇଆସିଛି । ତାଙ୍କୁ ପଚରାଉଚରା ଜାରି ରହିଛି। ନରେନ୍ଦ୍ର ଗିରିଙ୍କ ଯେଉଁ ଭିଡିଓ ପୁଲିସ ପାଖରେ ଅଛି ସେଥିରେ ବି ସେ ଏହି ୩ ଜଣଙ୍କ ନାଁ ନେଉଛନ୍ତି। ଭିଡିଓରେ କେବେଳ ନରେନ୍ଦ୍ର ଗିରିଙ୍କୁ ଦେଖିବାକୁ ମିଳୁଛି।

ଗତ ସୋମବାର ପୟାଗରାଜ ବାନ୍ଧଗିରି ମଠରେ ନରେନ୍ଦ୍ର ଗିରିଙ୍କ ସହେନ୍ଦଜନକ ଅବସ୍ଥାରେ ମୃତହେଦ ମିଳିଥିଲା। ଗତକାଲି ମହନ୍ତ ନରେନ୍ଦ୍ର ଗିରିଙ୍କୁ ଭୂସମାଧି
ଦିଆଯାଇଛି। ସମାଧି ଦିଆଯିବା ପୂର୍ବରୁ ତାଙ୍କ ମରଶରୀରକୁ ସଙ୍ଗମ ସ୍ଥଳକୁ ନିଆଯାଇଥିଲା । ସେଠାରେ ଟ୍ରକ ଭିତରେ ତାଙ୍କ ସ୍ନାନ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଥିଲା। ପୋଷ୍ଟମର୍ଟମ କରାଯାଇଥିବା ଯୋଗୁ ସଙ୍ଗମରେ ତାଙ୍କ ବୁଡ଼ ପକାଯାଇନଥିଲା ।

Leave A Reply

Your email address will not be published.