ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

କ’ଣ ଥିଲା ସେହି ଭିଡିଓରେ? ଯାହାର ଭୟରେ ମହନ୍ତ ନେଲେ ଏଭଳି ନିଷ୍ପତ୍ତି…

0

ଲକ୍ଷ୍ନୌ: ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ଯୋଗୀଙ୍କ ରାଜ୍ୟରେ ଜଣେ ସାଧୁ ଓ ମଠର ମହନ୍ତଙ୍କ ଆତ୍ମହତ୍ୟା ଏବେ ପୂରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିସ କରିଛନ୍ତି ଯୋଗୀ ସରକାର।

ଉତ୍ତର ପ୍ରଦେଶ ଗୃହ ବିଭାଗ କେନ୍ଦ୍ର ସରକାରଙ୍କୁ ଏଥିପାଇଁ ଅନୁମତି ମାଗିଛନ୍ତି। ତେବେ ପୁଲିସ ଏବେ ସେହି ଫଟୋ ଓ ଭିଡ଼ିଓ ଖୋଜୁଛି ଯାହା ଭାଇରାଲ ହେବାର ନରେନ୍ଦ୍ର ଗିରିଙ୍କୁ ଡର ଥିଲା ଏବଂ ସେଥିପାଇଁ ସେ ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଲେ।

ମହନ୍ତ ନରେନ୍ଦ୍ର ଗିରି କାହିିଁକି ଆତ୍ମହତ୍ୟା କଲେ? ଏହା ପଛର କାରଣ କଣ? ଘଟଣା ସ୍ଥଳରୁ ମିଳିଥିବା ସୁଇସାଇଡ ନୋଟ ଆଧାରରେ ଉତ୍ତର ପ୍ରଦେଶ ପୁଲିସ
ଛାନଭିନ ଚଳାଇଥିବା ବେଳେ ନରେନ୍ଦ୍ର ଗିରିଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ସାମନାକୁ ଆସିଛି। ଯେଉଁଥିରେ ସେ ଆତ୍ମହତ୍ୟା କରିଥିବା ଉଲ୍ଲେଖ ରହିଛି।କିନ୍ତୁ ମହନ୍ତ କାହିଁକି ଆତ୍ମହତ୍ୟା କଲେ, ତାର କାରଣ ଖୋଜୁଛି ପୁଲିସ । ଉତ୍ତର ପ୍ରଦେଶ ପୁଲିସ ୧୮ ଜଣିଆ ଏସାଇଟି ଟିମ ଗଠନ କରି ତଦନ୍ତ ଚଳାଇଛି।ବଦନାମ ଭୟରେ ସେ ଆତ୍ମହତ୍ୟା କରିଥିବା ନିଜ ସୁଇସାଇଡ ନୋଟରେ ଲେଖିଛନ୍ତି ।ଏହାକୁ ଆଧାର କରି ପୁଲିସ ପଚରାଉଚରା ଜାରି ରଖିଛି।

ନରେନ୍ଦ୍ର ଗିରି ସୁଇସାଇଡ ନୋଟରେ ଲେଖିଥିଲେ ଯେ, ଶିଷ୍ୟ ଆନନ୍ଦ ଗିରି ତାଙ୍କୁ ଅପମାନିତ କରିବାକୁ ଷଡଯନ୍ତ୍ର କରୁଥିଲେ। କୌଣସି ମହିଳାଙ୍କ ସହ କମ୍ପ୍ୟୁଟରାଇଜଡ ଫଟୋ ଭାଇରାଲ କରିବାକୁ ଧମକ ଦେଉଥିଲେ । ସେହିପରି ମହନ୍ତଙ୍କ ମୃତ୍ୟୁ ପଛର କାରଣ ସମ୍ପତି ବିବାଦ ସାଙ୍ଗକୁ ଷଡ଼ଯନ୍ତ୍ର ରହିଥିବା ଆଶଙ୍କା କରାଯାଉଛି। ତେବେ ପ୍ରକୃତ ସତ କଣ ଆଗାମୀ ଦିନରେ ତଦନ୍ତରୁ ଜଣାପଡିବ।

ମହନ୍ତଙ୍କ ମୃତ୍ୟୁ ପରେ ଆଉ ଏକ ଭିଡିଓକୁ ନେଇ ଏବେ ଚର୍ଚ୍ଚା ହେଉଛି । ଯେଉଁଥିରେ ଗତ କିଛି ମାସ ତଳେ ଗୋଡ ଧରି ନରେନ୍ଦ୍ର ଗିରିଙ୍କୁ ଭୁଲ ମାଗୁଛନ୍ତି
ଶିଷ୍ୟ ଆନନ୍ଦଗିରି। ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାରେ ପୁଲିସ ଶିଷ୍ୟ ଆନନ୍ଦ ଗିରିଙ୍କ ସମେତ ହନୁମାନ ମନ୍ଦିର ପୂଜାରୀ ଆଧ୍ୟା ତିୱାରୀ, ଆଉ ତାଙ୍କ ପୁଅ ସନ୍ଦୀପ ତିୱାରୀଙ୍କୁ ଗିରଫ କରି ତଦନ୍ତ ଚଳାଇଛି । ଆନନ୍ଦ ଗିରିଙ୍କୁ ଗିରଫ କରିବା ୟୁପି ପୁଲିସ ହରିଦ୍ୱାରରୁ ପ୍ରୟାଗରାଜ ନେଇଆସିଛି । ତାଙ୍କୁ ପଚରାଉଚରା ଜାରି ରହିଛି। ନରେନ୍ଦ୍ର ଗିରିଙ୍କ ଯେଉଁ ଭିଡିଓ ପୁଲିସ ପାଖରେ ଅଛି ସେଥିରେ ବି ସେ ଏହି ୩ ଜଣଙ୍କ ନାଁ ନେଉଛନ୍ତି। ଭିଡିଓରେ କେବେଳ ନରେନ୍ଦ୍ର ଗିରିଙ୍କୁ ଦେଖିବାକୁ ମିଳୁଛି।

ଗତ ସୋମବାର ପୟାଗରାଜ ବାନ୍ଧଗିରି ମଠରେ ନରେନ୍ଦ୍ର ଗିରିଙ୍କ ସହେନ୍ଦଜନକ ଅବସ୍ଥାରେ ମୃତହେଦ ମିଳିଥିଲା। ଗତକାଲି ମହନ୍ତ ନରେନ୍ଦ୍ର ଗିରିଙ୍କୁ ଭୂସମାଧି
ଦିଆଯାଇଛି। ସମାଧି ଦିଆଯିବା ପୂର୍ବରୁ ତାଙ୍କ ମରଶରୀରକୁ ସଙ୍ଗମ ସ୍ଥଳକୁ ନିଆଯାଇଥିଲା । ସେଠାରେ ଟ୍ରକ ଭିତରେ ତାଙ୍କ ସ୍ନାନ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଥିଲା। ପୋଷ୍ଟମର୍ଟମ କରାଯାଇଥିବା ଯୋଗୁ ସଙ୍ଗମରେ ତାଙ୍କ ବୁଡ଼ ପକାଯାଇନଥିଲା ।

Leave A Reply

Your email address will not be published.