ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

ବାଲକୋନିରୁ ମୋବାଇଲ ଫିଙ୍ଗିଲେ ଶାହାରୁଖ, କାହିଁକି?

0

ମୁମ୍ବାଇ: ବଲିଉଡର କିଙ୍ଗଖାନ ଶାହାରୁଖ ସୋସିଆଲ ମିଡିଆରେ ବହୁତ କମ ଆକ୍ଟିଭ୍ ରହିଥାନ୍ତି। ଗତ କିଛି ଦିନହେବ ସେ ନିଜର ଫିଲ୍ମ ସଂପର୍କରେ କିଛି ବି ଘୋଷଣା କରିନାହାନ୍ତି। ଶେଷ ଥର ସେ ନିଜର ଫିଲ୍ମ ‘ଜିରୋ’ରେ କ୍ୟାଟ୍ରିନା କୈଫ ଓ ଅନୁଷ୍କାଙ୍କ ସହ ନଜର ଆସିଥିଲେ। ଶାହାରୁଖଙ୍କ ଫ୍ୟାନ୍ସ ତାଙ୍କ ଆଗାମୀ ଫିଲ୍ମ ପାଇଁ ପାଗଳଙ୍କ ପରି ଅପେକ୍ଷା କରି ରହିଛନ୍ତି।

କିଛି ଦିନ ପୂର୍ବରୁ ଶାହାରୁଖଙ୍କ ଏକ ବିଜ୍ଞାପନ ଆସିଥିଲା ଯେଉଁଥିରେ ସେ ଡିଜନି ପ୍ଲସ ହଟଷ୍ଟାରରେ ଆସିବା ନେଇ ସଂକେତ ଦେଉଥିଲେ। ଏବେ ତାଙ୍କର ଆଉ ଏକ ବିଜ୍ଞାପନ ଆସିଛି। ଶାହାରୁଖଙ୍କ ଏହି ନୂଆ ବିଜ୍ଞାପନଟି ବି ଡିଜନୀ ପ୍ଲସ ହଟଷ୍ଟାରର । ଏହି ବିଜ୍ଞାପନରେ ଶାହାରୁଖଙ୍କୁ ରାଜେଶ ଜୈସଙ୍କ ସହ ଦେଖିବାକୁ ମିଳିଛି। ରାଜେଶ ଶାହାରୁଖଙ୍କୁ କହୁଛନ୍ତି, ଡିଜନି ପ୍ଲସ ହଟଷ୍ଟାରରୁ ଏକ ମେସେଜ ଆସିଛି । କିନ୍ତ ଯେଉଁ ମେସେଜର ଆଶା ଶାହାରୁଖ କରିଥିଲେ; ଏହା ସେହି
ମେସେଜ ନୁହେଁ । ଏହା ପରେ ଶାହାରୁଖ ସେହି ବ୍ୟକ୍ତି ଜଣଙ୍କ ହାତରୁ ମୋବାଇଲ ନେଇ ବାଲକୋନି ତଳକୁ ଫୋପାଡି ଦେଉଛନ୍ତି।

ପ୍ରଥମ ବିଜ୍ଞାପନରେ ଶାହାରୁଖ ରାଜେଶ ଜୈସଙ୍କୁ କହୁଥିଲେ, ଏତେ ସଂଖ୍ୟାର ଫ୍ୟାନ କେବେ କାହା ଘର ଆଗକୁ ଆସିବାର କେବେ ଦେଖିଛ? ରାଜେଶ ଏହା ପରେ କହିଛନ୍ତି , ନା ଦେଖିନି। କିନ୍ତୁ ଆଗକୁ ହୋଇପାରେ । ଏହା ପରେ ଶାହାରୁଖ ତାଙ୍କୁ ଏହାର ଅର୍ଥ ପଚାରିବାରୁ ସେ କହିଥିଲେ ଡିଜନି ପ୍ଲସ ହଟଷ୍ଟାରରେ ସବୁ ବଡ ବଡ ଷ୍ଟାରଙ୍କ ଫିଲ୍ମ ଆସୁଛି। କିନ୍ତୁ ଆପଣ ନାହାନ୍ତି। ଏହା ପରେ ଶାହାରୁଖ ଚିନ୍ତାରେ ପଡିଯାଉଛନ୍ତି।

ଫ୍ୟାନ ମାନେ ଅନୁମାନ କରୁଛନ୍ତି ଯେ , ଶାହାରୁଖଙ୍କ ଏକ ନୂଆ ପ୍ରୋଜେକ୍ଟ ଖୁବ ଶୀଘ୍ର ଡିଜନି ପ୍ଲସ ହଟଷ୍ଟାରରେ ଆସିବାକୁ ଯାଉଛି। ଯାହାର ନାମ ଶାହାରୁଖ
ଘୋଷଣା କରିବାର ବାକି ଅଛି। ଏହି କ୍ୟାମ୍ପେନର ନାଁ ଶିବାୟ ଏସଆରକେ ରଖାଯାଇଛି।

Leave A Reply

Your email address will not be published.