ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ବାଲକୋନିରୁ ମୋବାଇଲ ଫିଙ୍ଗିଲେ ଶାହାରୁଖ, କାହିଁକି?

0

ମୁମ୍ବାଇ: ବଲିଉଡର କିଙ୍ଗଖାନ ଶାହାରୁଖ ସୋସିଆଲ ମିଡିଆରେ ବହୁତ କମ ଆକ୍ଟିଭ୍ ରହିଥାନ୍ତି। ଗତ କିଛି ଦିନହେବ ସେ ନିଜର ଫିଲ୍ମ ସଂପର୍କରେ କିଛି ବି ଘୋଷଣା କରିନାହାନ୍ତି। ଶେଷ ଥର ସେ ନିଜର ଫିଲ୍ମ ‘ଜିରୋ’ରେ କ୍ୟାଟ୍ରିନା କୈଫ ଓ ଅନୁଷ୍କାଙ୍କ ସହ ନଜର ଆସିଥିଲେ। ଶାହାରୁଖଙ୍କ ଫ୍ୟାନ୍ସ ତାଙ୍କ ଆଗାମୀ ଫିଲ୍ମ ପାଇଁ ପାଗଳଙ୍କ ପରି ଅପେକ୍ଷା କରି ରହିଛନ୍ତି।

କିଛି ଦିନ ପୂର୍ବରୁ ଶାହାରୁଖଙ୍କ ଏକ ବିଜ୍ଞାପନ ଆସିଥିଲା ଯେଉଁଥିରେ ସେ ଡିଜନି ପ୍ଲସ ହଟଷ୍ଟାରରେ ଆସିବା ନେଇ ସଂକେତ ଦେଉଥିଲେ। ଏବେ ତାଙ୍କର ଆଉ ଏକ ବିଜ୍ଞାପନ ଆସିଛି। ଶାହାରୁଖଙ୍କ ଏହି ନୂଆ ବିଜ୍ଞାପନଟି ବି ଡିଜନୀ ପ୍ଲସ ହଟଷ୍ଟାରର । ଏହି ବିଜ୍ଞାପନରେ ଶାହାରୁଖଙ୍କୁ ରାଜେଶ ଜୈସଙ୍କ ସହ ଦେଖିବାକୁ ମିଳିଛି। ରାଜେଶ ଶାହାରୁଖଙ୍କୁ କହୁଛନ୍ତି, ଡିଜନି ପ୍ଲସ ହଟଷ୍ଟାରରୁ ଏକ ମେସେଜ ଆସିଛି । କିନ୍ତ ଯେଉଁ ମେସେଜର ଆଶା ଶାହାରୁଖ କରିଥିଲେ; ଏହା ସେହି
ମେସେଜ ନୁହେଁ । ଏହା ପରେ ଶାହାରୁଖ ସେହି ବ୍ୟକ୍ତି ଜଣଙ୍କ ହାତରୁ ମୋବାଇଲ ନେଇ ବାଲକୋନି ତଳକୁ ଫୋପାଡି ଦେଉଛନ୍ତି।

ପ୍ରଥମ ବିଜ୍ଞାପନରେ ଶାହାରୁଖ ରାଜେଶ ଜୈସଙ୍କୁ କହୁଥିଲେ, ଏତେ ସଂଖ୍ୟାର ଫ୍ୟାନ କେବେ କାହା ଘର ଆଗକୁ ଆସିବାର କେବେ ଦେଖିଛ? ରାଜେଶ ଏହା ପରେ କହିଛନ୍ତି , ନା ଦେଖିନି। କିନ୍ତୁ ଆଗକୁ ହୋଇପାରେ । ଏହା ପରେ ଶାହାରୁଖ ତାଙ୍କୁ ଏହାର ଅର୍ଥ ପଚାରିବାରୁ ସେ କହିଥିଲେ ଡିଜନି ପ୍ଲସ ହଟଷ୍ଟାରରେ ସବୁ ବଡ ବଡ ଷ୍ଟାରଙ୍କ ଫିଲ୍ମ ଆସୁଛି। କିନ୍ତୁ ଆପଣ ନାହାନ୍ତି। ଏହା ପରେ ଶାହାରୁଖ ଚିନ୍ତାରେ ପଡିଯାଉଛନ୍ତି।

ଫ୍ୟାନ ମାନେ ଅନୁମାନ କରୁଛନ୍ତି ଯେ , ଶାହାରୁଖଙ୍କ ଏକ ନୂଆ ପ୍ରୋଜେକ୍ଟ ଖୁବ ଶୀଘ୍ର ଡିଜନି ପ୍ଲସ ହଟଷ୍ଟାରରେ ଆସିବାକୁ ଯାଉଛି। ଯାହାର ନାମ ଶାହାରୁଖ
ଘୋଷଣା କରିବାର ବାକି ଅଛି। ଏହି କ୍ୟାମ୍ପେନର ନାଁ ଶିବାୟ ଏସଆରକେ ରଖାଯାଇଛି।

Leave A Reply

Your email address will not be published.