ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଆତଙ୍କବାଦ ପ୍ରସଙ୍ଗରେ ଗର୍ଜିଲେ କମଲା-ମୋଦୀ

0

ଓ୍ବାସିଂଟନ: ତିନି ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଆମେରିକା ଉପରାଷ୍ଟ୍ରପତି କମଲା ହାରିସଙ୍କୁ ସାକ୍ଷାତ କରିଛନ୍ତି । ହ୍ୱାଇଟ ହାଉସରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଏହା ସହ ଜାପାନ ପ୍ରଧାନମନ୍ତ୍ରୀ ସୁଗାଙ୍କ ସହ ମଧ୍ୟ ମୋଦୀଙ୍କ ଭେଟ ହୋଇଛି। ସେହିପରି ଅଷ୍ଟ୍ରେଲିଆ ସ୍କର୍ଟ ମାରିସନଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଟୁଇଟ କରି କହିଛନ୍ତି ମାରିସନ ତାଙ୍କର ଏକ ଭଲ ବନ୍ଧୁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା ସମୟରେ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ ଆତଙ୍କବାଦ ପ୍ରସଙ୍ଗ ଉଠାଇଥିଲେ। ପାକିସ୍ତାନ ମାଟିରେ ବହୁ ଆତଙ୍କୀ ସଂଗଠନ ସକ୍ରିୟ ଥିବା ହାରିସ କହିଥିଲେ । ହାରିସ କହିଥିଲେ ଯେ ପାକିସ୍ତାନକୁ ଚେତାବନୀ ଦିଆଯାଇଛି ଯେ, ସେ ଏହି ଆତଙ୍କୀ
ସଂଗଠନକୁ ନିଜ କାବୁରେ ରଖୁ ଯାହାର ପ୍ରଭାବ ଭାରତ ଓ ଆମେରିକାର ସୁରକ୍ଷା ଉପରେ ଯେମିତି ନପଡେ । ସେହିପରି ଆଲୋଚନା ବେଳେ ହାରିସ ଏହା ବି
କହିଥିଲେ ଯେ, ପୁରା ବିଶ୍ୱର ଲୋକତନ୍ତ୍ର ବିପଦରେ ଅଛି । ଏହାର ସ୍ଥିତି ସୁଧାରିବା ପାଇଁ ଲୋକତନ୍ତ୍ର ଉପରେ ଭାରତ ଓ ଆମେରିକା ଦୁଇ ଦେଶ ମିଶିକି କାମ
କରିବାକୁ ନିଷ୍ପତ୍ତି ନେଇଛନ୍ତି । ଭାରତ କୋଭିଡ ପରିଚାଳନାକୁ ମଧ୍ୟ କମଳା ହାରିସ ପ୍ରଶଂସା କରିଥିଲେ।

ସେହିପରି ମୋଦୀ ମଧ୍ୟ କମଳା ହାରିସଙ୍କ ବହୁତ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ପୁରା ବିଶ୍ୱ ପାଇଁ ହାରିସ ଏକ ପ୍ରେରଣା । ହାରିସଙ୍କୁ ଭାରତ ଆସିବା ପାଇଁ ସେ ନିମନ୍ତ୍ରଣ କରିଛନ୍ତି। ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଏଭଳି ସମୟରେ କ୍ଷମତାକୁ ଆସିଥିଲେ , ଯେଉଁ ସମୟରେ ତାଙ୍କ ଆଗରେ
ବହୁ ଚ୍ୟାଲେଂଜ ଥିଲା। ବାଇଡେନଙ୍କ ସରକାର ମହାମାରୀର ସାମନା କରିବା ସହିତ ଜଳବାୟୁ ପରିବର୍ତ୍ତନକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। କ୍ୱାଡ୍କୁ
ସକ୍ରିୟ କରିବାକୁ ବାଇଡେନ କାମ କରିଥିବା ମୋଦୀ କହିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଭେଟିଛନ୍ତି। ଦୁଇ ଦେଶ ମଧ୍ୟରେ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ବ୍ୟାପାର ଓ
ସାଂସ୍କୃତିକ ପ୍ରସଙ୍ଗରେ ଚର୍ଚ୍ଚା ହୋଇଛି। ଜାପାନ ପ୍ରଧାନମନ୍ତ୍ରୀ ସୁଗାଙ୍କୁ ମୋଦୀ ପ୍ରଥମ ଥର ପାଇଁ ଭେଟିଛନ୍ତି । ଏହା ପୂର୍ବରୁ କେବଳ ଫୋନରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ଏହି ଗସ୍ତରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ମୋଦୀ ସାକ୍ଷାତ କରି ସ୍କର୍ଟ ମାରିସନଙ୍କୁ ପ୍ରଶଂସା କରି ତାଙ୍କର ଜଣେ ଭଲ ବନ୍ଧୁ ବୋଲି କହିଛନ୍ତି। ଅଷ୍ଟେଲିଆ ଓ ଭାରତ ମଧ୍ୟରେ ବାଣିଜ୍ୟ ଓ ବ୍ୟାପାର ନେଇ ବିସ୍ତୃତ ଭାବେ ଆଲୋଚନା ହୋଇଥିବା ମୋଦୀ କହିଛନ୍ତି।

Leave A Reply

Your email address will not be published.