ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଆଜି ବାଇଡେନ-ମୋଦୀ ବୈଠକ; କେଉଁ ପ୍ରସଙ୍ଗ ଉଠିବ?

0

ଓ୍ବାସିଂଟନ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ। ଦୁଇ ଦେଶର ନେତାଙ୍କ ସାକ୍ଷାତ ଉପରେ ସାରା ବିଶ୍ୱର ନଜର ରହିଛି। ବାଇଡେନ କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ମୋଦୀ ତାଙ୍କୁ ଆଜି ଭେଟିବେ। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ମୋଦୀଙ୍କ ମଧ୍ୟରେ ଥିବା ଉତ୍ତମ ସଂପର୍କ ସମସ୍ତଙ୍କୁ ଜଣା। ତେଣୁ ବାଇଡେନଙ୍କ ଓ ମୋଦୀଙ୍କ ମଧ୍ୟରେ ହେବାକୁ ଥିବା ବୈଠକ କିପରି ରହିବ?

ମୋଦି ଓ ବାଇଡେନଙ୍କ ଏହି ବୈଠକ ବହୁ ଗୁରୁତ୍ୱ ରଖେ। ଉଭୟ ଦେଶର ନେତା ଦ୍ୱିପାକ୍ଷିକ ସମ୍ପର୍କ ସହ ବହୁ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିପାରନ୍ତି। ସେହିପରି କରୋନା ମହାମାରୀ ସହ ଏବେ ବି ସାରା ବିଶ୍ୱ ଲଢୁଛି। ସେପଟେ ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ଏହି ଗସ୍ତର ଗୁରୁତ୍ୱ ଆହୁରି ବଢିଯାଇଛି। ମୋଦୀ ଓ ବାଇଡେନଙ୍କ ମଧ୍ୟରେ ଏହା ପ୍ରଥମ ଦ୍ୱିପାକ୍ଷିକ ଆଲୋଚନା ହେବ। ଭାରତ-ଆମେରିକାର ବ୍ୟାପକ ରଣନୀତି ସହଯୋଗ ନେଇ ସମୀକ୍ଷା ହେବ। ପରସ୍ପରର ସ୍ୱାର୍ଥ ନେଇ ଆଲୋଚନା କରିବା ସହ ବିଶ୍ୱର ମୁଖ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିବେ।

କ୍ୱାଡ୍ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତଙ୍କବାଦ ଓ ମହାମାରୀ କରୋନା ପ୍ରସଙ୍ଗ ଉଠାଇପାରନ୍ତି । ସେହିପରି ଜାତିସଂଘ ସାଧାରଣ ପରିଷଦ ବୈଠକରେ ଚୀନ ବିରୋଧରେ କୂଟନୈତିକ ସହମତି ସୃଷ୍ଟି କରିପାରନ୍ତି ମୋଦୀ। ଚୀନର ଆକ୍ରମଣାତ୍ମକ ଆଭିମୁଖ୍ୟର ମୁକାବିଲା ପାଇଁ ନୂଆ ରଣନୀତି ପ୍ରସ୍ତୁତିରେ ମୂଳଦୁଆ ପଡିପାରେ। ଭାରତ -ଆମେରିକା ଆହୁରି ନିକଟତର ହେବା ସହ ଚୀନର ଘେରାବନ୍ଦୀ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇପାରେ। କାଲି ଜାତିସଂଘର ୭୭ ତମ ସାଧାରଣ ଅଧିବେଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନ କରିବେ। ବିଶ୍ୱ ସମ୍ମୁଖରେ ଭାରତର ପକ୍ଷ ରଖିବେ। କରୋନା ମହାମାରୀ, ଆତଙ୍କବାଦ, ଜଳବାୟୁ ପରବର୍ତ୍ତନ ନେଇ ସମସ୍ତ ଦୃଷ୍ଟି ଆକର୍ଷଣ କରିପାରନ୍ତି ମୋଦୀ।

ଆଜି ରାଷ୍ଟ୍ରପତି ବାଇଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କ୍ୱାଡ୍ ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ୟୁଏନ ଜେନେରାଲ ଆସେମ୍ଲିକୁ ସମ୍ବେଧାନ କରିବାର କାର୍ଯ୍ୟକ୍ରମ ରହିଛି। ଆମେରିକାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ୨୬ ତାରିଖରେ ଭାରତ ଫେରିବେ। କରୋନା ମହାମାରୀ ପାଇଁ ୨ ବର୍ଷ ପରେ ଏହା ମୋଦୀଙ୍କ ପ୍ରଥମ ବିଦେଶ ଯାତ୍ରା।

Leave A Reply

Your email address will not be published.