ପ୍ରମୁଖ ଖବର

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ
ଶିବସେନା ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ବଲିଉଡ୍ ତାରକା ଗୋବିନ୍ଦା
ପଦ୍ମ ଧରିଲେ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର

କ୍ୱାଡ୍ ବୈଠକରେ ତାଲିବାନ ଚିନ୍ତା, ଚୀନ୍ କଥା ବି ଉଠିଲା

0

ଓ୍ବାସିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଥିବା ବେଳେ ଉଭୟ ଦେଶର ବନ୍ଧୁତା ସାରା ବିଶ୍ୱ ଦେଖୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଛନ୍ତି। ହ୍ୱାଇଟ ହାଉସରେ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି। ବୈଠକରେ ଦୁଇ ଦେଶ ମଧ୍ୟରେ ବନ୍ଧୁତା, କରୋନା ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି।

ସେହିପରି କ୍ୱାଡ୍ ରାଷ୍ଟ୍ରଙ୍କ ସମ୍ମିଳନୀରେ ମଧ୍ୟ ମୋଦୀ ଯୋଗ ଦେଇଛନ୍ତି। ଆମେରିକା , ଭାରତ ସମେତ ଅଷ୍ଟ୍ରେଲିଆ ଓ ଜାପାନ କ୍ୱାଡ୍ ରାଷ୍ଟ୍ରର ବୈଠକରେ ଏକାଠି ହୋଇଥିଲେ।

କ୍ବାଡ୍ ବୈଠକରେ ମଧ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚା କରାଯାଇଛି। ବୈଠକକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନ କରି କହିଥିଲେ ଯେ , ୨୦୦୪ ପରେ କ୍ୱାଡ୍ ଦେଶ ଏକଜୁଟ ହୋଇଥିଲେ ଯେତେବେଳେ ସୁନାମୀର ସାମନା କରିବାକୁ ସବୁ ପ୍ରକାର ସହାୟତା କରାଯାଇଥିଲା। ଆଉ ଏବେ ସାରା ବିଶ୍ୱ ଯେତେବେଳେ କରୋନା ସହ ଲଢୁଛି , ସେତେବେଳେ ପୂରା ବିଶ୍ୱର ଭଲ ପାଇଁ କ୍ୱାଡ୍ ସକ୍ରିୟ ହୋଇଛି। କ୍ୱାଡ୍ ବୈଠକରେ ମୋଦୀ ଚୀନ ଆପ୍ସ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ଅନେକ ଚାଇନିଜ ଆପ ଉପରେ ପ୍ରତିବନ୍ଧକ ଲଗାଇଛି। ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି କେତେକଙ୍କ ଗୋପନୀୟତା ଉଂଲଘନ କରାଯାଇଥିବାରୁ କଟକଣା ଲାଗୁ କରାଯାଇଛି। ସେହିପରି ବୈଠକରେ ମହାକାଶ ଗବେଷଣା ପାଇଁ ଏକ କାର୍ଯ୍ୟକାରୀ କମିଟି ଗଠନ ହୋଇଛି ଓ କୋଭିଡ ଟିକା ଯୋଗାଣ ନେଇ କ୍ୱାଡ୍ ରାଷ୍ଟ୍ରଙ୍କ ମଧ୍ୟରେ କୂଟନୈତିକ ସହମତି ହୋଇଛି।

କ୍ୱାଡ୍ ବୈଠକରେ ଚାରି ଦେଶ ଆଫଗାନିସ୍ତାନରେ ତାଲିବାନ ସରକାର ପ୍ରସଙ୍ଗରେ ମଧ୍ୟ ବିସ୍ତୁତ ଭାବରେ ଆଲୋଚନା କରିଛନ୍ତି । ଆଫଗାନିସ୍ତାନ ସହି ଜଡିତ ଅନେକ ପ୍ରସଙ୍ଗରେ ବିଭିନ୍ନ ମତାମତ ନିଆଯାଇଛି। ଏବଂ ଭବିଷ୍ୟତର ଉଦ୍ଦେଶ୍ୟ ସ୍ଥିର କରାଯାଇଛି। ତାଲିବାନ ସହ ଚୀନ ବିରୋଧରେ ମଧ୍ୟ ଭାରତ, ଆମେରିକା, ଅଷ୍ଟ୍ରେଲିଆ,ଜାପାନ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି।

ଏହା ସହ ମୋଦୀ କ୍ୱାଡ୍ ଦେଶଗୁଡିକୁ କହିଛନ୍ତି, ଭାରତ-ପ୍ରଶାନ୍ତ ମହାସାଗରରେ ଏକାଠି କାମ କରିବାକୁ ପଡିବ । କ୍ୱାଡ୍‌ର ଉଦ୍ଦେଶ୍ୟ ହେଉଛି, ସମସ୍ତେ ମିଳିମିଶି ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରନ୍ତୁ ଏବଂ ଏହାକୁ ସମୃଦ୍ଧତା ଆଡକୁ ନେଇକି ଯିବା। ସେହିପରି ବାଇଡେନ କହିଛନ୍ତି, କେବଳ ସେହି ଗଣତାନ୍ତ୍ରିକ ଦେଶଗୁଡିକୁ ଏହି
ସଂଗଠନରେ ରଖାଯାଇଛି, ଯାହାର ସମଗ୍ର ବିଶ୍ୱପାଇଁ ଏକ ମିଳିତ ଚିନ୍ତାଧାରା ରଖିିବା ଦରକାର। ମିଳିତ ଭାବେ ସମସ୍ତ ଚ୍ୟାଲେଂଜ ଗୁଡିକୁ ମୁକାବିଲା କରିବାକୁ ପ୍ରସ୍ତୁତ ହେବା ଲାଗି ସେ ପରାମର୍ଶ ଦେଇଥିଲେ।

ହ୍ୱାଇଟ ହାଉସରେ ଜୋ ବାଇଡେନ ଓ ମୋଦୀଙ୍କ ସାକ୍ଷାତ ସମୟରେ ଆଫଗାନିସ୍ତାନ ପ୍ରସଙ୍ଗରେ ବିସ୍ତୁତ ଭାବେ ଆଲୋଚନା କରାଯାଇଛି । ଉଭୟ ନେତା ସ୍ପଷ୍ଟ କରିଛନ୍ତି ଯେ, ତାଲିବାନକୁ ସେମାନଙ୍କ ପ୍ରତିଶ୍ରୁତି ପାଳନ କରିବାକୁ ପଡିବ। ଆତଙ୍କବାଦ ପାଇଁ ଆଫଗାନିସ୍ତାନର ମାଟି ବ୍ୟବହାର କରାଯାଇପାରିବ
ନାହିଁ । ସେହିପରି ଆଫଗାନିସ୍ତାନରେ ପାକିସ୍ତାନ କେତେ ମାତ୍ରାରେ ସକ୍ରିୟ ଥିଲା, ତା ଉପରେ ମଧ୍ୟ ମୋଦୀ-ବାଇଡେନ ଚର୍ଚ୍ଚା କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଭାରତ ଆସିବା ପାଇଁ ନିମନ୍ତ୍ରଣ ଦେଇଥିବା ବେଳେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମଧ୍ୟ ଭାରତ ଆସିବା ପାଇଁ ଆମନ୍ତ୍ରଣ କରିଛନ୍ତି। ଭାରତ ତାଙ୍କ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ଅଛି ବୋଲି ମୋଦୀ କହିଛନ୍ତି ।

Leave A Reply

Your email address will not be published.