ପ୍ରମୁଖ ଖବର

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ
ଶିବସେନା ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ବଲିଉଡ୍ ତାରକା ଗୋବିନ୍ଦା
ପଦ୍ମ ଧରିଲେ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର

ଅରିନ୍ଦମ! ଏମିତି କ’ଣ ଯିବାର ଥିଲା…

0

ଭୁବନେଶ୍ବର: ଆଉ କିଛି ସମୟ ପରେ ବାତ୍ୟା ସ୍ଥଳଭାଗ ଛୁଇଁବ..ଆପଣ ଦେଖୁଛନ୍ତି ପବନର ବେଗ କେମିତି ଧିରେ ଧିରେ ବଢିବାରେ ଲାଗିଲାଣି…

ଆଉ ଶୁଣିବାକୁ ମିଳିବନି ଝଡ଼ ମୁହଁରୁ ଏସବୁ ସ୍ୱର। ଦେଖିବାକୁ ମିଳିବନି ବାତ୍ୟା ଓ ବନ୍ୟାର ଲାଇଭ ଚିତ୍ର। ପ୍ରଳୟର ପାଟି ପାଖରୁ ଲୋକଙ୍କୁ ଟିକିନିଖି ଖବର ଦେଇ ସାହାସୀ ରିପୋର୍ଟର ସାଜିଥିବା ଅରିନ୍ଦମ ଦାସ ଆଉ ନାହାନ୍ତି। ଏକଥା କେହି ବିଶ୍ୱାସ କରିପାରୁନାହାନ୍ତି। ନିଜ କାମକୁ ନେଇ ପରିଚିତ ଥିବା ଅରିନ୍ଦମ ଖବରକୁ ବେଶ ଭଲ ପାଉଥିଲେ। ବନ୍ୟା ହେଉ କି ବାତ୍ୟା ଅବା ୱାଇଲ୍ଡ ଲାଇଫ ରିପୋର୍ଟିଂ ସବୁ କଥାରେ ଖୋଜାପଡ଼ନ୍ତି ସେ।

ହେଲେ ଆଜି ସେହି ଖବର ପଛରେ ପଡି ନିଜେ ଖବର ପାଲଟିଯାଇଛନ୍ତି ଅରିନ୍ଦମ। ମୁଣ୍ଡଳିରେ ହାତୀ ଉଦ୍ଧାର ବେଳେ ବୋଟ ଓଲଟି ସେ ଆଖିବୁଜିଛନ୍ତି।

ଅରିନ୍ଦମ ଦାସ । ସାମ୍ବାଦିକ ଜଗତର ଜଣେ ବ୍ରାଣ୍ଡ । ସବୁବେଳେ ହସ ହସ ମୁହଁ। ନିଜର ଦୁଃସାହସିକ ପଦକ୍ଷେପ ପାଇଁ ସେ କେବଳ ମିଡିଆ ଜଗତରେ ନୁହେଁ ଘରେ ଘରେ ପରିଚିତ। କ୍ରାଇମ ରିପୋର୍ଟର ଭାବେ କ୍ୟାରିୟର ଆରମ୍ଭ କରିଥିବା ଅରିନ୍ଦମ ସାହାସୀ, ନିର୍ଭିକ ସାମ୍ବାଦିକ ଭାବେ ବେଶ ଜଣାଶୁଣା। କ୍ରାଇମ କୁହନ୍ତୁ କି ବିପର୍ଯ୍ଯୟ ଖବର ସବୁଠୁ ଗ୍ରାଉଣ୍ଡ ଜିରୋରେ ଅରିନ୍ଦମ ଦାସଙ୍କୁ ଦେଖିବାକୁ ମିଳେ। ସବୁଥିରେ ସେ ଥିଲେ ଦକ୍ଷ। ସବୁ ବେଳେ ଦୁଃସାହାସିକ ପଦକ୍ଷେପ ପାଇଁ ସେ ଆଗକୁ ବାହାରିଆସନ୍ତି।

ହେଲେ କିନ୍ତୁ ଏତେ କମ ବୟସରେ ସେ ସମସ୍ତଙ୍କୁ ପର କରିଚାଲିଯିବେ ତାହା ବିଶ୍ୱାସ ହେଉନାହିଁ। ନିଜଠୁ ଅଧିକ ଖବରକୁ ଭଲ ପାଉଥିବା ଲୋକଟି ଦିନେ ଖବର ପାଲଟିଯିବ ତାହା ହୁଏତ କାହାକୁ ବି ଜଣାନଥିଲା।

ମହାନଦୀର ମୁଣ୍ଡୁଳି ନିକଟରେ ରାତି ୪ଟାରୁ ଏକ ହାତୀ ଛୁଆ ଫସି ରହିଥିଲା । ସକାଳୁ ସମସ୍ତ ଗଣମାଧ୍ୟମରେ ଖବର ପ୍ରସାରଣ ଆରମ୍ଭ ହୋଇଥିଲା। ସବୁ
ଚ୍ୟାନେଲ ଘଣ୍ଟା ଘଣ୍ଟା ଧରି ଲାଇଭ ଖବର ପ୍ରସାରଣ କରୁଥିଲେ। ଆଉ ସେତିକିବେଳେ ଘଟଣା ସ୍ଥଳରେ ଯାଇ ପହଞ୍ଚି ଯାଇଥିଲେ ଅରିନ୍ଦମ ଦାସ । ହାତୀକୁ
ଉଦ୍ଧାର କରିବାକୁ ବନବିଭାଗ, ଓଡ୍ରାଫ ଟିମ ପହଞ୍ଚିଥିଲେ।

ଆଉ ସବୁଥର ପରି ଏଥର ମଧ୍ୟ ରିସ୍କ ନେଇ ଅରିନ୍ଦମ କିଛି ଭଲ ଭିଜୁଆଲ ପାଇଁ ଓଡ୍ରାଫ ଟିମ ସହ ନଦୀ ଭିତରକୁ ଯାଇଥିଲେ। ହେଲେ ପାଣିର ସ୍ରୋତ ଏତେ ଥିଲା ଯେ ବୋଟଟି ଓଲଟିପଡିଥିଲା। ଅରିନ୍ଦମ ଓ କ୍ୟାମେରା ପର୍ସନ ପ୍ରଭାତ ସିହ୍ନା ବୋଟରେ ଥିବା ବେଳେ ଟିମ ସହ ଓଲଟିପଡିଥିଲେ। ଦେଶୀ ଡଙ୍ଗା ସାହାଯ୍ୟରେ ଉଦ୍ଧାର କରାଯାଇ ଅରିନ୍ଦମ ଓ ପ୍ରଭାତଙ୍କୁ ଏସସିବି ହସ୍ପିଟାଲକୁ ତୁରନ୍ତ ନିଆଯାଇଥିଲା। କିନ୍ତୁ ହସ୍ପିଟାଲରେ ପହଞ୍ଚିଲା ବେଳକୁ ଅରିନ୍ଦମ ଆଉ ନଥିଲେ। ସବୁଦିନ ପାଇଁ ଆଖିବୁଜିଦେଇଥିଲେ। କ୍ୟାମେରା ମ୍ୟାନ ପ୍ରଭାତଙ୍କ ଅବସ୍ଥା ମଧ୍ୟ ଭଲ ନଥିବା ବେଳେ ତାଙ୍କୁ ଆଇସିୟୁରେ ରଖାଯାଇଛି। ଓଟିଭିର କ୍ୟାମେରା ମ୍ୟାନ ପ୍ରଭାତଙ୍କ ସହ ୪ ଜଣ ଏବେ ଏସସିବି ଆଇସିୟୁରେ ଅଛନ୍ତି। ଜଣେ ଏବେ ବି ମହାନଦୀରେ ନିଖୋଜ ଅଛନ୍ତି।

ଅରିନ୍ଦମ ଅକାଳ ବିୟୋଗ ଆଜି ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ସୋସିଆଲ ମିଡିଆରେ କେବଳ ଗୋଟିଏ ଖବର। କିଏ ଏହାକୁ ବିଶ୍ୱାସ କରୁନଥିବା ଲେଖିଥିବା
ବେଳେ ଆଉ କେହି ଲେଖିଛନ୍ତି ଅରିନ୍ଦମ ଫେରିଆସ। ଆଉ କେହି ତାଙ୍କ ଆତ୍ମାର ସଦଗତି କାମନା କରି ଦୁଃଖ ପ୍ରକାଶ କରୁଛନ୍ତି। ଏଥିରୁ ହିଁ ଜଣାପଡୁଛି ଅରିନ୍ଦମଙ୍କୁ କେତେ ଭଲପାଉଥିଲେ ସମସ୍ତେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅରିନ୍ଦମ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଟୁଇଟ ଯୋଗେ ନିଜ ଶୋକବାର୍ତା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଓଡିଶାର ସାମ୍ବାଦିକ ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି । ତାଙ୍କର ଆତ୍ମାର ସଦଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଅରିନ୍ଦମଙ୍କ ମୃତ୍ୟୁ ଖବର ଶୁଣି ଶୋକପ୍ରକାଶ କରିଛନ୍ତି।

Leave A Reply

Your email address will not be published.