ପ୍ରମୁଖ ଖବର

ଦିଗପହଣ୍ଡିରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ସାକା ସୁଜିତ ହେଲେ ନୂଆ ପ୍ରାର୍ଥୀ
ପ୍ରଥମ ନିର୍ବାଚନୀ ପ୍ରଚାରରେ ଓଡିଶା ଆସିବେ ଗୃହମନ୍ତ୍ରୀ ଅମିତ୍ ଶାହା, ସୋନପୁରରେ ପ୍ରଥମ ନିର୍ବାଚନୀ ସଭା କରି ଓଡିଶାବାସୀଙ୍କୁ ଭୋଟ ମାଗିବେ

ନବୀନ-ମୋଦୀ ବୌଦ୍ଧିକ ଲଢେଇ ପୁଣି ଜମିଲାଣି

0

‘ଆୟୁଷ୍ମାନ’ ଓଡ଼ିଶାରେ ଆରମ୍ଭ ହୋଇପାରିଲା ନାହିଁ; ଏବେ ଡିଜିଟାଲ ହେଲ୍‌ଥ ମିସନର ଭାଗ୍ୟ କଣ ହେବ?

ଭୁବନେଶ୍ୱର: କଥା କଥାରେ ନାଲିଆଖି ଦେଖାଉଥିଲେ କେନ୍ଦ୍ର ସରକାର। ଛୋଟ ଛୋଟ କଥାରେ ରାଜ୍ୟ ବିଜେପି ନେତା ବହେ ବର୍ଷିଯାଉଥିଲେ ରାଜ୍ୟ ସରକାରଙ୍କ ଉପରେ, ବିଜେଡି ଉପରେ ବି। ପରିସ୍ଥିତିରେ ପଡି ଅନେକ ଚାପକୁ ରାଜ୍ୟ ସରକାର ଗ୍ରହଣ କରି ନେଇଛନ୍ତି। ଗତ କିଛି ବର୍ଷ ଧରି ଏମିତି ଚାଲିଥିଲା। ହେଲେ ଲକ୍ଷ୍ୟ କରାଯାଉଛି ଯେ ଧୀରେ ଧୀରେ କେନ୍ଦ୍ର ସରକାରଙ୍କ ଆଉ ସେଭଳି ଟାଣପଣ ବା ବଡଭାଇ ପଣିଆ ନାହିଁ। ରାଜ୍ୟ ବିଜେପି ନେତାମାନେ ବି ତୁନି ପଡିଗଲେଣି। ଓଲଟା ଉପରକୁ ଖଟା-ମିଠା ସଂପର୍କ ରଖି କେନ୍ଦ୍ରକୁ ଜବାବ ଦେବା ଆରମ୍ଭ କରିଛି। କଥା କଥାକେ ପ୍ରବଚନ ଶୁଣାଉଛି।

ଗୋଟିଏ ଉଦାହରଣ ବୟାନ କରୁଛି ଯେ ଓଡ଼ିଶାରେ କେନ୍ଦ୍ରର ପ୍ରଭାବ କମି କମି ଆସିଲାଣି। ସରକାର ‘ଆୟୁଷ୍ମାନ’ ଯୋଜନା ଜନ୍ମ କରିବା ପରଠାରୁ ଏହାକୁ କାର୍ଯ୍ୟକାରୀ କରିବା ଲାଗି ସବୁବେଳେ ରାଜ୍ୟ ଉପରେ ଚାପ ପକାଇ ଆସିଥିଲେ। କେବେ ପ୍ରଧାନମନ୍ତ୍ରୀ ତ ଆଉ କେବେ ଗୃହମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ ଓ ଓଡ଼ିଶାର ମନ୍ତ୍ରୀମାନେ ଗର୍ଜନ ତର୍ଜନ କରିଛନ୍ତି। ରାଜ୍ୟ ସରକାର ଏହାକୁ ଖାତିର କରିନଥିଲେ। ଓଡ଼ିଶାରେ କେନ୍ଦ୍ରର ‘ଆୟୁଷ୍ମାନ’ ଯୋଜନା ପୋଡି ଖୋଲି ପାରିଲା ନାହିଁ।

ବରଂ କିଛି ବର୍ଷ ବ୍ୟବଧାନରେ ପୁଣି ନବୀନଙ୍କ ରାସ୍ତାରେ କେନ୍ଦ୍ର ଯିବା ଆରମ୍ଭ କରିଛି। କେନ୍ଦ୍ର ସରକାର ପୂର୍ବରୁ ନବୀନଙ୍କ କାଳିଆ ଯୋଜନା ପରେ ପରେ ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନା ଆରମ୍ଭ କରିଥିଲେ। ଏବେ ଆୟୁଷ୍ମାନ ଯୋଜନାର ରୂପ ବଦଳାଇ ଡିଜିଟାଲ ହେଲ୍‌ଥ ମିସନ ଆରମ୍ଭ କରୁଛନ୍ତି। କୁହାଯାଉଛି, ମୁଖ୍ୟମନ୍ତ୍ରୀ ଅଗଷ୍ଟ ୧୫ ତାରିଖ ଦିନ ସ୍ମାର୍ଟ ହେଲଥ କାର୍ଡ ପ୍ରଚଳନ କରିବା ପରେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ସେହି ରାସ୍ତାକୁ ଓହ୍ଲାଇଛନ୍ତି। ମୋଦୀ ଡିଜିଟାଲ ହେଲ୍‌ଥ ମିସନ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆଜି ଏହାର ଶୁଭାରମ୍ଭ ହେବ। ପ୍ରତି ଲୋକଙ୍କ ପାଖରେ ଗୋଟିଏ ହେଲ୍‌ଥ ଆଇଡି ନମ୍ବର ରହିବ। ପ୍ରତ୍ୟେକ ଭାରତୀୟଙ୍କୁ ହେଲଥ୍ ଆଇଡି କାର୍ଡ ମିଳିବ। ସେମାନେ ପ୍ରତ୍ୟେକ ଡାକ୍ତର କିମ୍ବା ଫାର୍ମାସି କିମ୍ବା ଲ୍ୟାବ ପରିଦର୍ଶନ କରିବା ସମୟରେ ଏହି ସ୍ୱାସ୍ଥ୍ୟ କାର୍ଡରେ ସମସ୍ତ ବିବରଣୀ ପଞ୍ଜୀକୃତ ହେବ। ଡାକ୍ତରଙ୍କୁ ସାକ୍ଷାତ ଠାରୁ ଆରମ୍ଭ କରି ଔଷଧ, ଡାକ୍ତରୀ ପରୀକ୍ଷା ପର୍ଯ୍ୟନ୍ତ, ମୋ ସ୍ୱାସ୍ଥ୍ୟ ପ୍ରୋଫାଇଲରେ ସବିଶେଷ ତଥ୍ୟ ଉପଲବ୍ଧ ହେବ।

ହେଲେ ଆଗକୁ ଦେଖିବାକୁ ହେବ ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ଆଗକୁ ବଢିବାକୁ ସୁଯୋଗ ଦେଉଛନ୍ତି ନା ଆୟୁଷ୍ମାନ ଭଳି ତାର ବି ବେକ ମୋଡି ଦେଉଛନ୍ତି?

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇତିମଧ୍ୟରେ ମାଲକାନିଗିରି, ସୁନ୍ଦରଗଡ, ବଲାଙ୍ଗୀରରେ ରାଜ୍ୟ ସରକାରଙ୍କ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଛନ୍ତି। ଖୁବ୍ ଶୀଘ୍ର ଅନ୍ୟ ଜିଲ୍ଲାରେ ମଧ୍ୟ ବାଣ୍ଟିବେ। ଏବେ ପୁଣି ସେହି ଦ୍ବନ୍ଦ୍ବ ହେଲା, କାହା କାର୍ଡ ଧରି ଲୋକେ ଆଗକୁ ଯିବେ। କେନ୍ଦ୍ର ନା ରାଜ୍ୟ? ନବୀନଙ୍କ କାର୍ଡରେ ୨୦୦ ହସ୍ପିଟାଲରେ ଚିକିତ୍ସା ସେବା କଥା କୁହାଯାଇଛି। ପୁରୁଷଙ୍କ ପାଇଁ ୫ଲକ୍ଷ ଓ ମହିଳାଙ୍କ ପାଇଁ ୧୦ଲକ୍ଷ ଟଙ୍କାର ଚିକିତ୍ସା ସେବା ଦିଆଯିବ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ଅନ୍ତ୍ୟୋଦୟ ଅନ୍ନ ଯୋଜନା, ଅନ୍ନପୂର୍ଣ୍ଣା ଯୋଜନା ଏବଂ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାର ସମସ୍ତ ହିତାଧିକାରୀ ଅର୍ଥାତ୍ ୩.୨୬ କୋଟି ଲୋକ ଏହା ଦ୍ବାରା ସେବା ପାଇବେ ବୋଲି କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ‘ଆୟୁଷ୍ମାନ’ ଯୋଜନା କାର୍ଯ୍ୟକାରୀ କରାଯିବା ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାର ସଫଳ ହୋଇପାରିନାହାନ୍ତି। କେନ୍ଦ୍ରର ଆୟୁଷ୍ମାନ ଯୋଜନାକୁ ଗ୍ରହଣ ନ କରି ରାଜ୍ୟ ସରକାର ନିଜସ୍ବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହାକୁ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। କେନ୍ଦ୍ର ସରକାର ଏକାଧିକ ଚିଠିରେ ଲେଖିଥିଲେ ଯେ ଏହି କାର୍ଯ୍ୟକ୍ରମକୁ ୩୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗ୍ରହଣ କରିନେଇଛନ୍ତି। ସେସବୁ ସ୍ଥାନରେ ଏହି କାର୍ଯ୍ୟକ୍ରମ ପ୍ରତି ଗ୍ରହଣୀୟତା ବୃଦ୍ଧି ପାଇଛି। ଏହା ସତ୍ତ୍ବେ ମୁଖ୍ୟମନ୍ତ୍ରୀ କୌଣସି ସୁଯୋଗ ଦେଇନାହାନ୍ତି କେନ୍ଦ୍ରକୁ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ପ୍ରଥମ ବିଭାଗରେ ରାଜ୍ୟର ପ୍ରାୟ ୯୯ ହଜାର ପରିବାର ଏବଂ ଦ୍ୱିତୀୟ ବିଭାଗରେ ପ୍ରାୟ ୭୨ ଲକ୍ଷ ପରିବାରଙ୍କୁ ସାମିଲ କରାଯାଇଥିଲା। ପ୍ରଥମ ବିଭାଗରେ ନିରାମୟ ଓ ନିଦାନ ଆଦି ଯୋଜନାରେ ସମସ୍ତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଥିବା ବେଳେ ୨ୟ ବିଭାଗରେ ବିଜୁ କୃଷକ କଲ୍ୟାଣ ଯୋଜନାରେ ସ୍ୱାସ୍ଥ୍ୟ ବୀମା ଏବଂ ଚିକିତ୍ସା ପାଣ୍ଠି ମାଧ୍ୟମରେ ଅଧିକ ସହାୟତା ଦିଆଯାଉଥିଲା। ଉଚ୍ଚମାନ ଚିକିତ୍ସା ପାଇଁ ରାଜ୍ୟ ସରକାର ସମସ୍ତ ସରକାରୀ ହସ୍‌ପିଟାଲ୍‌, ରାଜ୍ୟ ଓ ରାଜ୍ୟ ବାହାରର ୨୧୮ଟି ଘରୋଇ ହସ୍‌ପିଟାଲ୍‌କୁ ତାଲିକାଭୁକ୍ତ କରିଥିଲେ।


Leave A Reply

Your email address will not be published.