ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ବାଇଡେନ ନେଲେ ବୁଷ୍ଟର ଡୋଜ୍‌

0

ଓ୍ବାସିଂଟନ୍: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନେଲେ କରୋନାର ବୁଷ୍ଟର ଡୋଜ। ହ୍ୱାଇଟ ହାଉସରେ ବାଇଡେନ ଫାଇଜର ଟିକାର ତୃତୀୟ ଡୋଜ ନେଇଛନ୍ତି। ହ୍ୱାଇଟ ହାଉସରେ ତୃତୀୟ ଡୋଜ ନେବା ପରେ ସେ ଆମେରିକାବାସୀଙ୍କୁ ବୁଷ୍ଟର ଡୋଜ ନେବାକୁ ପରାମର୍ଶ ଦେଇଛନ୍ତି।

ବୁଷ୍ଟର ଡୋଜ ନେବା ପରେ ବାଇଡେନ କହିଛନ୍ତି, ଆମେରିକାର କିଛି ଲୋକ କରୋନା ଟିକା ନେବାରେ ବାଧା ସୃଷ୍ଟି କରୁଛନ୍ତି। ଗୋଟିଏ ଡୋଜ ନେବା ପାଇଁ
ମଧ୍ୟ ରାଜି ହେଉନାହାନ୍ତି। ଆମେରିକାରେ ଏବେ ସୁଦ୍ଧା ୭୭ ପ୍ରତିଶତ ଟିକା ନେଇସାରିଲେଣି। କିନ୍ତୁ ଏହା ଯଥେଷ୍ଟ ନୁହଁ। ଟିକା ନନେଲେ ଏହା ଆଗକୁ ବିପଦ ସାଜିପାରେ। ଟିକା ନନେଲେ ଡେଲଟା ଭାଇରସ ବ୍ୟାପିବାରେ। ଏବେ ବି ଏକ ଚତୃର୍ଥାଂଶ ଲୋକ ଟିକା ନେବାକୁ ରାଜି ହେଉନାହାନ୍ତି ବୋଲି ବାଇଡେନ କହିଛନ୍ତି।

ଆମେରିକାରେ ୬୫ ବର୍ଷରୁ ଅଧିକ ଓ ଏକାଧିକ ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ ନେବାକୁ ଅନୁମତି ଦିଆଯାଇଛି। ବାଇଡେନ ବୁଷ୍ଟର ଡୋଜ ନେବା ସମୟରେ ଥଟ୍ଟା କରି କହିଥିଲେ ଯେ, ମୋତେ ୭୮ ବର୍ଷ। କିନ୍ତୁ ମୁଁ ଜାଣେ ମୁଁ ଏତେ ବର୍ଷ ପରି ଦେଖାଯାଉନି। କିନ୍ତୁ ମୋର ବୟସ ୬୫ ବର୍ଷରୁ ଅଧିକ। ଏଣୁ ମୋତେ ଟିକା ନେବାକୁ ପଡିବ।

ଗତବର୍ଷ ଡିସେମ୍ବର ୨୧ରେ ବାଇଡେନ ପ୍ରଥମ ଡୋଜ ନେଇଥିଲେ। ଏହା ପରେ ଜାନୁଆରି ୧୧ରେ ଦ୍ୱିତୀୟ ଡୋଜ ନେବା ପରେ ଏବେ ତୃତୀୟ ଡୋଜ ନେଇଛନ୍ତି। କରୋନା ସଂକ୍ରମଣ ସ୍ଥିତିରେ ଏବେ ବି ସୁଧାର ଆସିନାହିଁ । ନୂଆ ଭାରିଆଣ୍ଟ ଅନେକ ଦେଶରେ ଚିନ୍ତା ବଢାଇଛି। ତେଣୁ ଅଧିକରୁ ଅଧିକ ଟିକା ନେଲେ କରୋନା ସଂକ୍ରମଣକୁ ମାତ ଦେଇହେବ। ଟିକା ନେବାକୁ ରାଜି ହେଉନଥିବା ଆମେରିକୀୟଙ୍କୁ ତୁରନ୍ତ ଟିକା ନେବାକୁ ପରାମର୍ଶ ଦେଇଛନ୍ତି ବାଇଡେନ।

Leave A Reply

Your email address will not be published.