ପ୍ରମୁଖ ଖବର

ମାତୃ ଓ ଶିଶୁ ସ୍ୱାସ୍ଥ୍ୟସେବା ସୁଦୃଢ଼ ପାଇଁ ‘ଜନନୀ’ ଡିଜିଟାଲ୍ ପ୍ଲାଟଫର୍ମ ଆରମ୍ଭ
ଶୁଭେନ୍ଦୁ ଅଧିକାରୀଙ୍କ ପିଏଙ୍କୁ ଗୁଳି କରି ହତ୍ୟା
‘ଦେଶର ଅଭିବୃଦ୍ଧିର ନୂଆ କେନ୍ଦ୍ର ହେବ ପୂର୍ବ ଉପକୂଳ’: ମୋହନ ମାଝୀଙ୍କ ଆହ୍ୱାନ
ବିହାରର ସାହାରସାରେ ମଧ୍ୟାହ୍ନ ଭୋଜନ ଖାଇ ୨୫୦ରୁ ଅଧିକ ଶିଶୁ ଅସୁସ୍ଥ
ନିଶାନ୍ତ କୁମାରଙ୍କ ସହ ୩୨ ଜଣ ମନ୍ତ୍ରୀ ଶପଥ ନେଲେ
ନିର୍ବାଚନରେ ଜାଲିଆତି ଅଭିଯୋଗ: ସୁପ୍ରିମକୋର୍ଟ ଯିବ ଟିଏମସି
ମୁଁ ଇସ୍ତଫା ଦେବି ନାହିଁ, ମୋତେ ବହିଷ୍କାର କରନ୍ତୁ: ମମତା ବାନାର୍ଜୀ

ହସ୍ପିଟାଲରେ ଭର୍ତ୍ତି ହେଲେ ଶ୍ୱେତା

0

ମୁମ୍ବାଇ: ହସ୍ପିଟାଲରେ ଭର୍ତ୍ତି ହେଲେ ଟେଲିଭିଜନ ଅଭିନେତ୍ରୀ ଶ୍ୱେତା ତିୱାରୀ। ମୁମ୍ବାଇର ଏକ ହସ୍ପିଟାଲରେ ଶ୍ୱେତାଙ୍କ ଚିକିତ୍ସା ଚାଲିଛି। ପାଣିପାଗ ପରିବର୍ତ୍ତନ ଯୋଗୁଁ ଦୁର୍ବଳତା ଓ ନିମ୍ନ ରକ୍ତଚାପ କାରଣରୁ ଯେ ଅସୁସ୍ଥ ଅନୁଭବ କରିଥଲେ। ଏହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତିକରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଶ୍ୱେତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ପୂର୍ବାପେକ୍ଷା ଭଲ ଥିବା ବେଳେ ସେ ବିଶ୍ରାମ ନେଉଛନ୍ତି।

ଶ୍ୱେତା ତିୱାରୀ ଇନଷ୍ଟାରେ ନିଜର ଏକ ଫଟୋ ସେୟାର କରିଥିଲେ। ଯେଉଁଥିରେ ସେ ଏକ ବହି ପଢୁଛନ୍ତି ଏବଂ ତାଙ୍କ ହାତରେ ଛୁଞ୍ଚି ଲାଗିଥିବାର ଦେଖିବାକୁ ମିଳିଥିଲା। ଏହା ପରେ ତାଙ୍କ ଫ୍ୟାନ ମାନେ ବ୍ୟସ୍ତ ହୋଇ ତାଙ୍କର ସ୍ୱାସ୍ଥ୍ୟବସ୍ଥା ନେଇ ପଚାରିଥିଲେ। ଫ୍ୟାନଙ୍କ ପ୍ରଶ୍ନ ପରେ ଶ୍ୱେତାଙ୍କ ଟିମ ପକ୍ଷରୁ କୁହାଯାଇଥିଲା ଯେ, ଶ୍ୱେତା ଏବେ ସୁସ୍ଥ ଅଛନ୍ତି। ଶ୍ୱେତା କିଛି ବ୍ୟସ୍ତ ବହୁଳ କାମ ଓ ଲଗାତର ଅଧିକ ଯାତ୍ରା କରିବା ଫଳରେ ଅସୁସ୍ଥ ହୋଇଯାଇଥିଲେ ଏବଂ
ରକ୍ତଚାପ କମିଯାଇଥିଲା।

ଶ୍ୱେତାଙ୍କ ସୁସ୍ଥତା ପାଇଁ ଯେଉଁମାନେ ପ୍ରାର୍ଥନା କରୁଛନ୍ତି ସେମାନଙ୍କୁ ମଧ୍ୟ ଟିମ ପକ୍ଷରୁ ଧନ୍ୟବାଦ ଜଣାଯାଇଛି । ଏବଂ ଶ୍ୱେତା ଖୁବ ଶୀଘ୍ର ଘରକୁ ଫେରିବେ ବୋଲି ଟିମ ପକ୍ଷରୁ ଜଣାଯାଇଛି। ନିକଟରେ ଶ୍ୱେତା ଓ ଦିବ୍ୟାଙ୍କା ତ୍ରିପାଠୀଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଦିବ୍ୟାଙ୍କା ଶ୍ୱେତାଙ୍କ ଗୋଡ ଚିପୁଥିବାର ନଜର ଆସିଥିଲେ। ଖବର ଅନୁସାରେ ଶ୍ୱେତାଙ୍କୁ ଖୁବ ଶୀଘ୍ର ବିଗ ବସ ସିଜିନ ୧୫ରେ ଏକ ଜନଜାତି ନେତା ଭାବେ ଦେଖିବାକୁ ମିଳିବ।

ଶ୍ୱେତା ତିୱାରୀ ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ନାଁ। ସେ ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ସଂଘର୍ଷ କରିଛନ୍ତି। କିନ୍ତୁ ସେ ତାଙ୍କ ଜୀବନରେ ଅନେକ ସଫଳତା ହାସଲ କରିପାରିଛନ୍ତି। ସୋସିଆଲ ମିଡିଆରେ ଅଧିକାଂଶ ସମୟ ଆକ୍ସିଭ ରହୁଥିବା ଶ୍ୱେତା ନିଜର ଅନେକ ଫଟୋ ମଧ୍ୟ ସେୟାର କରିଥାନ୍ତି । ନିଜର ଦୁଇ ଛୁଆଙ୍କ ସହ ଭିଡିଓ ମଧ୍ୟ ସେୟାର କରିବାର ଦେଖିବାକୁ ମିଳିଥାଏ।

Leave A Reply

Your email address will not be published.