ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

କିଏ ସେହି ପୁଲିସ; ଯିଏ ମନୀଷଙ୍କୁ ପିଟିପିଟି ମାରିଦେଲେ?

0

କାନପୁର: ସ୍ଥାନୀୟ କାନପୁରର ପ୍ରପର୍ଟି ଡିଲର ମନୀଷ ଗୁପ୍ତାଙ୍କୁ ଗୋରଖପୁର ପୁଲିସ ପିଟିପଟି ହତ୍ୟା କରିଥିବା ମାମଲାରେ କିଛି ଫଟୋ ସାମନାକୁ ଆସିଛି। ରାମଗଡ ପୁଲିସ ଷ୍ଟେସନ ଦାୟିତ୍ୱରେ ଥିବା ଜଗତ ନାରାୟଣ ସିଂ,ଓ ସବ ଇନ୍ସପେକ୍ଟର ଅକ୍ଷୟ ମିଶ୍ର ହୋଟେଲ ରୁମରେ ପରିଚୟ ପତ୍ର ଯାଂଚ କରୁଥିବା ଦୁଇଟି ଫଟୋରେ ଦେଖିବାକୁ ମିଳିଛି। ଗୋଟେ ଫଟୋରେ ଦୁଇ ପୁଲିସ ଅଫିସର ପରିଚୟ ପତ୍ର ଯାଞ୍ଚ କରୁଥିବା ବେଳ ଆଉ ଏକ ଫଟୋରେ ମନୀଷଙ୍କ ସାଙ୍ଗ ବ୍ୟାଗ ଖୋଲୁଥିବାର ନଜର ଆସୁଛନ୍ତି। ତେବେ ମନୀଷ ଗୁପ୍ତାଙ୍କୁ ଉଭୟ ଫଟୋରେ ଦେଖିବାକୁ ମିଳିଛି।

ଏହି ଫଟୋ ସାମନାକୁ ଆସିବା ପରେ ସ୍ପଷ୍ଟ ହୋଇଯାଇଛି ଯେ, ଯେତେବେଳେ ପୁଲିସ ହୋଟେଲ ରୁମରେ ପ୍ରବେଶ କଲା ସେତେବେଳେ ମନୀଷ ଗୁପ୍ତା ଶୋଇଥିଲେ ଏବଂ ତାଙ୍କ ଅବସ୍ଥା ଭଲ ଥିଲା। ଯାଞ୍ଚ ସମୟରେ ମନୀଷ ତାଙ୍କର ଜଣେ ବନ୍ଧୁଙ୍କୁ ଫୋନ କରି କହିଥିଲେ ଯେ, କିଛି ଲୋକ ଆସିଛନ୍ତି । ଆଉ କିଛି ସମୟ ପରେ ହୋଟେଲ ରୁମକୁ ପୁଲିସ ଆସିଥିବା କହିଥିଲେ।

ମନୀଷ ଗୁପ୍ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ, ହୋଟେଲ ରୁମରେ ଯାଞ୍ଚ ସମୟରେ ତାଙ୍କ ସ୍ୱାମୀଙ୍କୁ ମାଡ଼ ମରାଯାଇଥିଲା ଏବଂ ଏଥିରେ ତାଙ୍କର ମୃତ୍ୟୁ ହୋଇଛି। ପୋଷ୍ଟମର୍ଟମ ରିପୋର୍ଟରେ ମନୀଷଙ୍କ ଶରୀରରେ ଗଭୀର ଆଘାତ ଥିବାର ଦେଖିବାକୁ ମିଳିଛି। ମନୀଷଙ୍କ ଶରୀରରେ ୪ ଟି ଗୁରୁତର ଆଘାତ ରହିଛି। ମୁଣ୍ଡର ମଧ୍ୟଭାଗରେ ମଧ୍ୟ ଗଭୀର ଆଘାତ ଲାଗିଛି । ଏହା ସହ ମନୀଷଙ୍କ ଡାହାଣ ହାତରେ ବାଡିରେ ମାଡ଼ ମରାଯାଇଥିବା ଚିହ୍ନ ରହିଛି। ମନୀଷଙ୍କ ପତ୍ନୀ ମୀନାକ୍ଷୀ ଗୁପ୍ତା ଟୁଇଟରରେ ମନୀଷଙ୍କ ମୃତଦେହର ଏକ ଫଟୋ ସେୟାର କରିଛନ୍ତି। ଲେଖିଛନ୍ତି, ମନୀଷ ଚାଲିଗଲା ପରେ ଏବେ ସେ ଏବେ ଏକୁଟିଆ ହୋଇଯାଇଛନ୍ତି। ଏବେ ତାଙ୍କୁ ସମସ୍ତଙ୍କ ସାଥ୍ ଦରକାର। ମନୀଷଙ୍କୁ ନ୍ୟାୟ ଦେବାକୁ ପଡିବ,ଏଥିପାଇଁ ସମସ୍ତଙ୍କ ସହଯୋଗ ଦରକାର ପଡିବ ବୋଲି କହିଛନ୍ତି ମୀନାକ୍ଷୀ ।

Leave A Reply

Your email address will not be published.