ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ସମ ହସ୍ପିଟାଲର ହୃଦରୋଗ ବିଭାଗ ଟିମ୍ ଦ୍ୱାରା ବିରଳ ଅସ୍ତ୍ରୋପଚାର

0

ଭୁବନେଶ୍ୱର, ୩୦/୦୯ : ଜନ୍ମ ସମୟରୁ ଜୀବନ ସୃଷ୍ଟିକାରୀ ହୃଦରୋଗ ଥିବା ଜଣେ ୨୫ ବର୍ଷ ଯୁବକଙ୍କର ଶରୀରରେ ସଫଳତାର ସହ ବିରଳ ଅସ୍ତ୍ରୋପଚାର କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲର ହୃଦରୋଗ ବିଭାଗର ସର୍ଜନ । ସାରଦା ପ୍ରସନ୍ନ ପାତ୍ର ନାମକ ଯୁବକ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ଓ କୌଣସି କାମ କରିବାକୁ ସକ୍ଷମ ହୋଇପାରୁନଥିବା ବେଳେ ତାଙ୍କୁ ବିଭିନ୍ନ ପରୀକ୍ଷା ନିମନ୍ତେ ସମ୍ ହସ୍ପିଟାଲରେ ଭର୍ତି କରାଯାଇ ଥିଲା । ପରୀକ୍ଷା ଦ୍ୱାରା ଦୁଇ ହୃଦଯନ୍ତ୍ରର ମଝିରେ ଥିବା ନିଳୟରେ ଏକ ବଡ ଛିଦ୍ର ରହିଥିବା ଦେଖିବାକୁ ମିଳିଥିଲା । ଏହା ବ୍ୟତିତ ଫୁସଫୁସକୁ ଯାଇଥିବା ଧମନୀ ସମ୍ପୂର୍ଣର୍ ବନ୍ଦ ହୋଇଯାଇଥିଲା ।ଏହି ଛିଦ୍ର ଦ୍ୱାରା ଶରୀରର ବିଶୂଦ୍ଧ ରକ୍ତ ଓ ଦୂଷିତ ରକ୍ତ ମିଶି ଯାଉଥିଲା ଏବଂ ଅମ୍ଳଜାନ ସ୍ତର ୭୦ ପ୍ରତିଶତ ରହୁଥିଲା । ସେହିପରି ଧମନୀର ଆକାର ମଧ୍ୟ ଖୁବ୍ କମ୍ ଥିଲା ବୋଲି ସିଟିଭିଏସ ବିଭାଗର ସିନିୟର କନସଲଟାଂଟ ଡ. ସଂଗ୍ରାମ କେଶରୀ ବେହେରା କହିଛନ୍ତି । ଏହିଭଳି ଅବସ୍ଥାକୁ ଡାକ୍ତରୀ ଶବ୍ଦରେ ଟେଟ୍ରାଲୋଜି ଅଫ ଫାଲଟ ବୋଲି କୁହାଯାଏ ଯାହାକି ଏକ ଜନ୍ମଗତ ତ୍ରୁଟି ବୋଲି ସେ କହିଛନ୍ତି ।

ସମ୍ପୃକ୍ତ ରୋଗୀ ଜଣକ ପ୍ରଥମେ କାର୍ଡିଓଲୋଜି ବିଭାଗର କନସଲଟାଂଟ ଡ. ଦିବ୍ୟରଞ୍ଜନ ବେହେରାଙ୍କ ପାଖରେ ଚିକିତ୍ସିତ ହୋଇଥିବା ବେଳେ ସେ ସର୍ଜରୀ ନିମନ୍ତେ କାଥଲାବରେ କଏଲ ଇନବୋଲିଜାଇସନ କରିଥିଲେ । କାର୍ଡିଆକ ଆନାସ୍ଥେସିସ ଡ. ସୁକାନ୍ତ କୁମାର ଭୋଇ ଏହି ସର୍ଜରୀରେ ଏକ ପ୍ରମୂଖ ଭୂମିକା ଗ୍ରହଣ କରିଥିଲେ । ଡ. ସଂଗ୍ରାମ କେଶରୀ ବେହେରା କହିଛନ୍ତି ଯେ ସର୍ଜରୀ ହେବା ପୂର୍ବରୁ ରୋଗୀଙ୍କୁ ହାର୍ଟ-ଲଙ୍ଗ ମେସିନରେ ରଖାଯାଇଥିଲା । ପ୍ରଥମେ ତାଙ୍କର ଭେଂଟ୍ରିକୁଲାର ସେପ୍ଟାଲ ଡିଫେକ୍ଟକୁ ବନ୍ଦ କରାଯାଇଥିଲା, ଦକ୍ଷିଣ ପଟର ଭେଂଟ୍ରିକୁଲାର ଆଉଟଫ୍ଲୋ ଟ୍ରାକକୁ ବଡ କରାଯାଇ ଏକ ଟ୍ରାଂସଆନୁଲାର ପ୍ୟାଚ ଲଗାଯାଇଥିଲା । ଏହାଛଡା ଏକ ଭଲ୍‌ଭ ମଧ୍ୟ ଲଗାଯାଇଥିଲା । ରୋଗୀ ଏବେ ସୁସ୍ଥ ହେବା ପରେ ମଙ୍ଗଳବାର ତାଙ୍କୁ ଡିସଚାର୍ଜ କରାଯାଇଛି ବୋଲି ଡାକ୍ତର ବେହେରା କହିଛନ୍ତି ।

Leave A Reply

Your email address will not be published.