ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ଆଜି ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର..ଜାଣନ୍ତୁ କେଉଁଠି କେତେ?

0

ଭୁବନେଶ୍ବର: ମାସ ଆରମ୍ଭରୁ ବଢିଛି ତୈଳ ଦର> ଲଗାତର ଦ୍ୱିତୀୟ ଦିନରେ ଆଜି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଛି । ଦେଶରେ ପ୍ରାୟ ସବୁ ସହରରେ ପେଟ୍ରୋଲ ଲିଟର ପିଛା ୨୫ ପଇସା ଓ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ହୋଇଛି। କ୍ରମାଗତ ତୈଳ ଦର ବୃଦ୍ଧି ଯୋଗୁଁ ନିଜ ଜୀବିକା ଲାଗି ଗମନାଗମନ ଓ ଯାତାୟାତ ଉପରେ ନିର୍ଭରଶୀଳ ଥିବା ଲୋକଙ୍କ ସମସ୍ୟା ଆହୁରୁ ବଢିଯାଇଛି।

ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୨୫ ପଇସା ବଢି ୧୦୧.୮୯ ଟଙ୍କାରେ ପହଞ୍ଛିଛି। ସେହିପରି ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ହୋଇ ୯୦.୧୭
ଟଙ୍କା ହୋଇଛି। ପେଟ୍ରୋଲ ଓ ଡିଜେଲ ମୂଲ୍ୟ ରେକର୍ଡ ସ୍ତରକୁ ଅତିକ୍ରମ କରିଛି।

ସେପ୍ଟେମ୍ବର ୨୪ ପରଠୁ ଡିଜେଲ ଦର ୬ ଥର ବୃଦ୍ଧି ହୋଇଛି ।
ସ୍ଥାନ ପେଟ୍ରୋଲ ଡିଜେଲ
ଦିଲ୍ଲୀ ୧୦୧.୮୯ ୯୦.୧୭
ମୁମ୍ବାଇ ୧୦୭.୯୫ ୯୭.୫୨
କୋଲକତା ୧୦୨.୪୭ ୯୩.୨୭
ଚେନ୍ନାଇ ୯୯.୫୮ ୯୪.୭୪

ବିଦେଶୀ ମୁଦ୍ରା ବିନିମୟ ଦର ଓ ଅନ୍ତରାଷ୍ଟ୍ରୀୟ ବଜାରରେ କ୍ରୁଡ ତୈଳ ଦରକୁ ଦୃଷ୍ଟିରେ ରଖି ପ୍ରତିଦିନ ସକାଳ ୬ଟାରେ ନୂଆ ତୈଳ ଦର ଜାରି କରାଯାଇଥାଏ। ୩ଟି ତେଲ କମ୍ପାନି ଆଇଓସିଏଲ,ଏଚପିସିଏଲ, ବିପିସିଏଲ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦର କେତେ ରହିବ, ତାହା ଜଣାଇଥାନ୍ତି।

ଆପଣ କେବଳ ଗୋଟିଏ ଏସଏମଏସ ମାଧ୍ୟମରେ ଆପଣଙ୍କର (ନିଜ) ସହରର ତୈଳ ଦର ଜାଣିପାରିବେ। ଏଥିପାଇଁ ଇ୍‌ଣ୍ଡିଆନ ଅଏଲର ଗ୍ରାହକ ମାନଙ୍କୁ ୯୨୨୪୯୯୨୨୪୯ ନମ୍ବରରେ ଆରଏସପି କୋର୍ଡ ଲେଖିବାକୁ ପଡିବ।

Leave A Reply

Your email address will not be published.