ପ୍ରମୁଖ ଖବର

କ୍ରସ୍‌ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି

ଆଜି ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର..ଜାଣନ୍ତୁ କେଉଁଠି କେତେ?

0

ଭୁବନେଶ୍ବର: ମାସ ଆରମ୍ଭରୁ ବଢିଛି ତୈଳ ଦର> ଲଗାତର ଦ୍ୱିତୀୟ ଦିନରେ ଆଜି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଛି । ଦେଶରେ ପ୍ରାୟ ସବୁ ସହରରେ ପେଟ୍ରୋଲ ଲିଟର ପିଛା ୨୫ ପଇସା ଓ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ହୋଇଛି। କ୍ରମାଗତ ତୈଳ ଦର ବୃଦ୍ଧି ଯୋଗୁଁ ନିଜ ଜୀବିକା ଲାଗି ଗମନାଗମନ ଓ ଯାତାୟାତ ଉପରେ ନିର୍ଭରଶୀଳ ଥିବା ଲୋକଙ୍କ ସମସ୍ୟା ଆହୁରୁ ବଢିଯାଇଛି।

ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୨୫ ପଇସା ବଢି ୧୦୧.୮୯ ଟଙ୍କାରେ ପହଞ୍ଛିଛି। ସେହିପରି ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ହୋଇ ୯୦.୧୭
ଟଙ୍କା ହୋଇଛି। ପେଟ୍ରୋଲ ଓ ଡିଜେଲ ମୂଲ୍ୟ ରେକର୍ଡ ସ୍ତରକୁ ଅତିକ୍ରମ କରିଛି।

ସେପ୍ଟେମ୍ବର ୨୪ ପରଠୁ ଡିଜେଲ ଦର ୬ ଥର ବୃଦ୍ଧି ହୋଇଛି ।
ସ୍ଥାନ ପେଟ୍ରୋଲ ଡିଜେଲ
ଦିଲ୍ଲୀ ୧୦୧.୮୯ ୯୦.୧୭
ମୁମ୍ବାଇ ୧୦୭.୯୫ ୯୭.୫୨
କୋଲକତା ୧୦୨.୪୭ ୯୩.୨୭
ଚେନ୍ନାଇ ୯୯.୫୮ ୯୪.୭୪

ବିଦେଶୀ ମୁଦ୍ରା ବିନିମୟ ଦର ଓ ଅନ୍ତରାଷ୍ଟ୍ରୀୟ ବଜାରରେ କ୍ରୁଡ ତୈଳ ଦରକୁ ଦୃଷ୍ଟିରେ ରଖି ପ୍ରତିଦିନ ସକାଳ ୬ଟାରେ ନୂଆ ତୈଳ ଦର ଜାରି କରାଯାଇଥାଏ। ୩ଟି ତେଲ କମ୍ପାନି ଆଇଓସିଏଲ,ଏଚପିସିଏଲ, ବିପିସିଏଲ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦର କେତେ ରହିବ, ତାହା ଜଣାଇଥାନ୍ତି।

ଆପଣ କେବଳ ଗୋଟିଏ ଏସଏମଏସ ମାଧ୍ୟମରେ ଆପଣଙ୍କର (ନିଜ) ସହରର ତୈଳ ଦର ଜାଣିପାରିବେ। ଏଥିପାଇଁ ଇ୍‌ଣ୍ଡିଆନ ଅଏଲର ଗ୍ରାହକ ମାନଙ୍କୁ ୯୨୨୪୯୯୨୨୪୯ ନମ୍ବରରେ ଆରଏସପି କୋର୍ଡ ଲେଖିବାକୁ ପଡିବ।

Leave A Reply

Your email address will not be published.