ପ୍ରମୁଖ ଖବର

ବିଜେଡି ଘୋଷଣା କଲା ଆଉ ୬ ଲୋକସଭା ପ୍ରାର୍ଥୀଙ୍କ ନାଁ
ପ୍ରଥମ ପର୍ଯ୍ୟାୟରେ ଅପରାହ୍‌ଣରେ ବିଜେଡି ୯ ଜଣଙ୍କର ନାମ ଜାରି କରିଥିଲା, ଦ୍ବିତୀୟ ପର୍ଯ୍ୟାୟରେ ସନ୍ଧ୍ୟାରେ ୬ ଜଣ ପ୍ରାର୍ଥୀଙ୍କ ନାମ ଜାରି କରିଛି
୫୨୬ ପଏଣ୍ଟ ବୃଦ୍ଧି ସହ ବନ୍ଦ ହେଲା ସେନସେକ୍ସ, ନିବେଶକଙ୍କ ଲାଭ ୧.୩୩ ଲକ୍ଷ କୋଟି
ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି: ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ, ସନ୍ଧ୍ୟା ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ
କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଲେ ବିଧାୟକ ସୁର ରାଉତରାୟ
ବଲାଙ୍ଗୀର ସୋନପୁର ୫୭ ନମ୍ବର ଜାତୀୟ ରାଜପଥ ଭଦ୍ରାପାଲି ଛକରେ ଦୁର୍ଘଟଣା
OSRTC ବସ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ, ଦୁଇ ମୃତକ ହେଲେ ସୋନପୁର ଜିଲ୍ଲା ସୁବଳୟାର ହିମାଂଶୁ ଶେଖର ମହାପାତ୍ର ଓ ଡୁଙ୍ଗୁରିପାଲିର ନରେଶ ସାହୁ, ଦୁଇ ଯୁବକ ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନିୟମ କମ୍ପାନୀରେ କାମ କରୁଥିଲେ
ବିଜେଡି ଦଳରେ ସାମିଲ ହେଲେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ
ନବୀନ ନିବାସରେ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ସଂସଦୀୟ କ୍ଷେତ୍ର ପାଇଁ ସମୀକ୍ଷା
ଛତିଶଗଡରେ ବଡ ଏନକାଉଣ୍ଟର, ଯବାନଙ୍କ ଗୁଳିରେ ୬ ମାଓବାଦୀ ନିହତ

ପୁରୀରେ ମାଆ ବିମଳାଙ୍କ ସଂପର୍କରେ କିଛି ଗୋପନ ତଥ୍ୟ

0

ଷୋଳ ପୂଜାର ତୃତୀୟ ଦିବସରେ ସବୁ ଦେବୀ ପୀଠ ଚଳଚଞ୍ଚଳ

ଭୁବନେଶ୍ୱର: ଓଡ଼ିଶାର ସମସ୍ତ ଦେବୀ ପୀଠରେ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ସପ୍ତମୀ ଯୁକ୍ତ ଅଷ୍ଟମୀ ଅବସରରେ ଶ୍ରୀମନ୍ଦିରରେ ମାଆ ବିମଳାଙ୍କ ସମେତ, ମାଆ ବିରଜା, ମଙ୍ଗଳା, ହିଙ୍ଗୁଳା, ମଣିନାଗ ଦୁର୍ଗା ଆଦି ପୀଠମାନଙ୍କରରେ ସହସ୍ର କୁମ୍ଭାଭିଷେକ ଅନୁଷ୍ଠିତ ହୋଇଥାଏ। ଏଥିସହିତ ଆରମ୍ଭ ହୁଏ ଶାରଦୀୟ ପୂଜା। ଏବେ ସମଗ୍ର ରାଜ୍ୟର ଦେବୀ ପୀଠ ଚଳଚଞ୍ଚଳ ହୋଇ ଉଠିଲେଣି । 

ଓଡ଼ିଶାର ଶାକ୍ତ ପରମ୍ପରାରେ ଶ୍ରୀମନ୍ଦିରରେ ବିରାଜିତା ମାଆ ବିମଳା ପାଦ ପୀଠେଶ୍ୱରୀ ଭାବେ ଜଣାଶୁଣା। ଦେବୀ ଭାଗବତ, କାଳିକା ପୁରାଣ ଠାରୁ ଆରମ୍ଭ କରି ବାମଦେବ ସଂହିତା ଯାଏ ସବୁଠାରେ ଏକଥା ବର୍ଣ୍ଣନା କରାଯାଇଛି ଯେ ମାଆଙ୍କ ପୀଠ ଗୋପନୀୟ ସିଦ୍ଧ ତନ୍ତ୍ର ପୀଠ ଅଟେ। ଏପରିକି ତନ୍ତ୍ର ଚୂଡାମଣି ଗ୍ରନ୍ଥ ଅନୁଯାୟୀ ଭାରତର ୫୧ଟି ପୀଠ ମଧ୍ୟରୁ ଦଶମଟି ହେଲା ମାଆ ବିମଳା କ୍ଷେତ୍ର। ଶ୍ରୀକ୍ଷେତ୍ରଶ୍ୱରୀ ମାଆ ବିମଳା ତାନ୍ତ୍ରିକ ଦେବୀମାନଙ୍କ ମଧ୍ୟରେ ଶ୍ରେଷ୍ଠା ଓ କୌଳ କୁଳର ଆରାଧ୍ୟା ବୋଲି କେହି କେହି ଗବେଷକ ବର୍ଣ୍ଣନା କରିଛନ୍ତି । 

ମାଆ ବିମଳାଙ୍କ ସହସ୍ର କୁମ୍ଭାଭିଷେକ ତଥା ପୂଜାରମ୍ଭ ଆଶ୍ୱିନ କୃଷ୍ଣ ସପ୍ତମୀ କିମ୍ୱା ଅଷ୍ଟମୀ ଠାରୁ ଆରମ୍ଭ ହୋଇଥାଏ। ଅଷ୍ଟମୀ ତିଥିରୁ ପୂଜା ଆରମ୍ଭ ହେବା ବିଧାନ ଥିଲେ ମଧ୍ୟ ପୂର୍ବାବିଦ୍ଧା ଅର୍ଥାତ୍‍ ସପ୍ତମୀ ଯୁକ୍ତ, କେତେବେଳେ ପୁଣି ନବମୀ ପରବିଦ୍ଧା ଅର୍ଥାତ୍‍ ନବମୀ ଯୁକ୍ତ ଥିବା ଦେଖାଯାଏ।

ପୁରୀ ଶ୍ରୀମନ୍ଦିର ବେଢାରେ ମାଆ ବିମଳା ପୂଜିତା। ମାଦଳାପାଞ୍ଜି ତଥ୍ୟ ଅନୁସାରେ ମାଆଙ୍କ ମନ୍ଦିର ଯଯାତି କେଶରୀ ୭୭୩ରେ ନିର୍ମାଣ କରିଥିଲେ । ଅନ୍ୟ ଗବେଷକମାନେ କହନ୍ତି, ବର୍ତମାନର ମନ୍ଦିରକୁ ଚୋଳଗଙ୍ଗ ଦେବ ଦ୍ୱାଦଶ ଶତାଦ୍ଦୀରେ ନିର୍ମାଣ କରିଥିଲେ। ମାଆଙ୍କୁ ଶ୍ରୀକ୍ଷେତ୍ରାଧିଶ୍ୱରୀ ରୂପେ ଶଙ୍ଖ କ୍ଷେତ୍ରରେ ମାନ୍ୟତା ମିଳିଛି। ଉଚ୍ଚତା ୫ଫୁଟ, ଚତୁର୍ଭୁଜା ମାଆ ବିମଳା ପ୍ରଷ୍ଫୁଟିତ ପଦ୍ମ ଫୁଲ ଉପରେ ଦଣ୍ଡାୟମାନ ଅଛନ୍ତି । ଉତ୍କଳ ଇତିହାସର ଅଜ୍ଞାତ ଅଧ୍ୟାୟରେ ମାଆଙ୍କ ବିଗ୍ରହ ଲାଖ୍ୟାରେ ନିର୍ମିତ ବୋଲି ଦର୍ଶାଯାଇଛି । 

ତ୍ରିନେତ୍ରୀ ମାଆ ବିମଳାଙ୍କ ମହାତ୍ମ୍ୟରେ ଅଗଣିତ ଲୋକକଥା ଭରି ରହିଛି। ତେବେ ଦେବୀ ଭାଗବତ କହେ, ସତୀଙ୍କ ଶରୀର ପାଦ ପଦ(ମତାନ୍ତରରେ ରସନା) ପଡିବା ସ୍ଥାନରେ ବିମଳା ପୀଠର ସୃଷ୍ଟି। ବର୍ଷର ଶାରଦୀୟ ଷୋଳ ଦିନକୁ ବାଦ୍‍ ଦେଲେ ମାଆ ବିମଳା କୈବଲ୍ୟ ଭୋଜିନୀ, ପରମ ବୈଷ୍ଣବୀ । ଶ୍ରୀଜଗନ୍ନାଥଙ୍କ ପ୍ରସାଦ ମାଆ ପାଖରେ ପୁନଃ ସମର୍ପିତ ହେବା ପରେ ଶ୍ରୀ ମହାପ୍ରସାଦ ବୋଲାଇଥାଏ । 

ସହସ୍ରକୁମ୍‍୍ଭାଭିଷେକ ଠାରୁ ମାଆଙ୍କ ଶାରଦୀୟ ପୂଜା ଆରମ୍ଭ ହୋଇଥାଏ । ଦୁର୍ଗାମାଧବ ଉପାସନା ଆଶ୍ୱିନ ମାସର କୃଷ୍ଣାଷ୍ଟମୀଠାରୁ ଶୁକ୍ଲ ନବମୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପାଳନ କରାଯାଏ । ଷୋଳ ପୂଜାର ପ୍ରଥମ ଆଠ ଦିନ ଦୁର୍ଗା ମାଧବ (ରୁନ୍ଧା ମୂର୍ତି) ବଡ଼ଦେଉଳ ବିମଳା ମନ୍ଦିରରେ ପୂଜା ପାଆନ୍ତି । ନବମୀ ଦିନଠାରୁ ଦୁର୍ଗାମାଧବ ଶାକ୍ତ ଗୁଣ୍ଡିଚା ବା ଗୁପ୍ତ ଗୁଣ୍ଡିଚାରେ ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀ ମନ୍ଦିରକୁ ଯାଇଥାନ୍ତି । ଏହା ଦଶହରା ପର୍ଯ୍ୟନ୍ତ ଚାଲେ । ଗବେଷକମାନଙ୍କ ମତରେ ଦୁର୍ଗାମାଧବଙ୍କର ଏକତ୍ର ଅବସ୍ଥାନ ଓ ପୂଜା ନୀତି ୧୩ ଶତାଦ୍ଦୀ ବେଳକୁ ଆରମ୍ଭ ହୋଇଛି । 

ସପ୍ତମ, ଅଷ୍ଟମୀ, ନବମୀ ତିଥିରେ ମାଆ ବିମଳାଙ୍କୁ ମାଛ ବେସର, ଶାଗ, ଖେଚୁଡି, ଭଜା ଆଦି ସଙ୍ଖୁଡି ଭୋଗ ଅର୍ପଣ କରାଯାଇଥାଏ ।ଏହି ତିନି ଦିନ ମଧ୍ୟରାତ୍ରିରେ ମହାପ୍ରଭୁଙ୍କ ପହୁଡ ହେବା ପରେ ଅନେକ ଗୁପ୍ତ ନୀତି ସମ୍ପର୍ଣ୍ଣ ହୋଇଥାଏ । ଶାରଦୀୟ ପୂଜା ଆବହନମାନ କାଳରୁ ମହିଳାଙ୍କୁ ବିମଳା ମନ୍ଦିର ପ୍ରବେଶ ଉପରେ ନିଷେଧାଦେଶ ଲାଗୁ କରାଯାଇଛି । 

ଉଲ୍ଲେଖଯୋଗ୍ୟ, ଶାରଦୀୟ ଦୁର୍ଗାପୂଜା ଶ୍ରୀମନ୍ଦିର ବେଢାସ୍ଥିତ ବଟ ମଙ୍ଗଳା, ଭୁବନେଶ୍ୱରୀ, ଉତ୍ତରାୟଣୀଙ୍କ ମନ୍ଦିରରେ ବିଧି ଅନୁସାରେ କରାଯାଏ । କିନ୍ତୁ ମାଆ ବିମଳାଙ୍କ ଭଳି ଏଠାରେ ତ୍ରିଦିନାତ୍ମକ ବିଶେଷ ପୂଜା ବ୍ୟବସ୍ଥା ନାହିଁ ।

Leave A Reply

Your email address will not be published.