ପ୍ରମୁଖ ଖବର

୨୭ ରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍‍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଟିଇଟି ପ୍ରଶ୍ନପତ୍ର ଜାଲିଆତି ମାମଲା: ୫ ତାରିଖରେ ହେବ ଶୁଣାଣି
ଦୁଇ ଦିନ ମଧ୍ୟରେ ଭାଜପାର ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ ହେବେ: ବିଜୟପାଲ ସିଂ ତୋମାର
ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

ତାଲିବାନ ଉପରେ କାହିଁକି ରାଗିଲା କତାର?

0

କାବୁଲ: ତାଲିବାନକୁ ଖୋଲାଖୋଲି ସମର୍ଥନ କରୁଥିବା କତାର ଏବେ ଏହି ସଂଗଠନ ଉପରେ ବର୍ଷିଛି । କତାରର ଜଣେ ବରିଷ୍ଠ କୁଟନୀତିଜ୍ଞ କହିଛନ୍ତି ଯେ, ମହିଳାଙ୍କ ପ୍ରତି ତାଲିବାନଙ୍କ ମନୋଭାବ ଅତ୍ୟନ୍ତ ନିରାଶାଜନକ। ଏହି ପଦକ୍ଷେପ ଆଫଗାନିସ୍ତାନକୁ ଆହୁରି ପଛକୁ ଠେଲି ଦେବ। କେବଳ ସେତିକି ନୁହେଁ, ଇତିମଧ୍ୟରେ କତାରର ବୈଦେଶିକ ମନ୍ତ୍ରୀ ଶେଖ ମହମ୍ମଦ ବିନ୍ ଅବଦୁଲ ରେହମାନ ଅଲ ଥାନି ଏକ ସାମ୍ବାଦିକ ସମ୍ମିଳନୀରେ ୟୁରୋପୀୟ ବୈଦେଶିକ ନୀତି ମୁଖ୍ୟଙ୍କ ସହ ବିଭିନ୍‌ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

ସେ କହିଛନ୍ତି ଯେ ନିକଟରେ ଆଫଗାନିସ୍ତାନରେ ନିଆଯାଇଥିବା ପଦକ୍ଷେପ ଦୁର୍ଭାଗ୍ୟଜନକ। ତାଲିବାନ ମୁସଲିମ ବ୍ୟବସ୍ଥାରେ କିଭଳି ଦେଶ ଚଳାଇବାକୁ ହୁଏ ତାହା କତାରଠୁ ଶିଖିବା ଆବଶ୍ୟକ ।

ଉଲ୍ଲେଖନୀୟ କଥା ହେଉଛି ଯେ, ତାଲିବାନ ଆଫଗାନିସ୍ତାନକୁ କବଜା କରିବା ପରେ ଏବେ ସଙ୍ଗିନ୍ ପରିସ୍ଥିତି ଦେଖାଦେଇଛି। ଆଉ କତାର ଏହି ସମୟରେ ତାଲବାନକୁ ଅନେକ ସହଯୋଗ କରିଛି। ଏହା ସହ ହଜାର ହଜାର ବିଦେଶୀ ଓ ଆଫଗାନବାସୀଙ୍କୁ ଦେଶରୁ ବାହାରକୁ ଯିବା ଲାଗି ବାଟ କଢାଇଛି କତାର । ଆଫଗାନିସ୍ତାନକୁ ତାଲିବାନ କବ୍‌ଜା କାରିବା ପରେ ସେଠାକୁ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳ ପଠାଇବାରେ କତାର ବିଶ୍ୱର ହେଉଛି ପ୍ରଥମ ଦେଶ ।

Leave A Reply

Your email address will not be published.