ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ତାଲିବାନ ଉପରେ କାହିଁକି ରାଗିଲା କତାର?

0

କାବୁଲ: ତାଲିବାନକୁ ଖୋଲାଖୋଲି ସମର୍ଥନ କରୁଥିବା କତାର ଏବେ ଏହି ସଂଗଠନ ଉପରେ ବର୍ଷିଛି । କତାରର ଜଣେ ବରିଷ୍ଠ କୁଟନୀତିଜ୍ଞ କହିଛନ୍ତି ଯେ, ମହିଳାଙ୍କ ପ୍ରତି ତାଲିବାନଙ୍କ ମନୋଭାବ ଅତ୍ୟନ୍ତ ନିରାଶାଜନକ। ଏହି ପଦକ୍ଷେପ ଆଫଗାନିସ୍ତାନକୁ ଆହୁରି ପଛକୁ ଠେଲି ଦେବ। କେବଳ ସେତିକି ନୁହେଁ, ଇତିମଧ୍ୟରେ କତାରର ବୈଦେଶିକ ମନ୍ତ୍ରୀ ଶେଖ ମହମ୍ମଦ ବିନ୍ ଅବଦୁଲ ରେହମାନ ଅଲ ଥାନି ଏକ ସାମ୍ବାଦିକ ସମ୍ମିଳନୀରେ ୟୁରୋପୀୟ ବୈଦେଶିକ ନୀତି ମୁଖ୍ୟଙ୍କ ସହ ବିଭିନ୍‌ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

ସେ କହିଛନ୍ତି ଯେ ନିକଟରେ ଆଫଗାନିସ୍ତାନରେ ନିଆଯାଇଥିବା ପଦକ୍ଷେପ ଦୁର୍ଭାଗ୍ୟଜନକ। ତାଲିବାନ ମୁସଲିମ ବ୍ୟବସ୍ଥାରେ କିଭଳି ଦେଶ ଚଳାଇବାକୁ ହୁଏ ତାହା କତାରଠୁ ଶିଖିବା ଆବଶ୍ୟକ ।

ଉଲ୍ଲେଖନୀୟ କଥା ହେଉଛି ଯେ, ତାଲିବାନ ଆଫଗାନିସ୍ତାନକୁ କବଜା କରିବା ପରେ ଏବେ ସଙ୍ଗିନ୍ ପରିସ୍ଥିତି ଦେଖାଦେଇଛି। ଆଉ କତାର ଏହି ସମୟରେ ତାଲବାନକୁ ଅନେକ ସହଯୋଗ କରିଛି। ଏହା ସହ ହଜାର ହଜାର ବିଦେଶୀ ଓ ଆଫଗାନବାସୀଙ୍କୁ ଦେଶରୁ ବାହାରକୁ ଯିବା ଲାଗି ବାଟ କଢାଇଛି କତାର । ଆଫଗାନିସ୍ତାନକୁ ତାଲିବାନ କବ୍‌ଜା କାରିବା ପରେ ସେଠାକୁ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳ ପଠାଇବାରେ କତାର ବିଶ୍ୱର ହେଉଛି ପ୍ରଥମ ଦେଶ ।

Leave A Reply

Your email address will not be published.