ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ମୁକାବିଲା ପାଇଁ ପ୍ରସ୍ତୁତ ଅଛି ଭାରତ

0

ଯେକୌଣସି ପରିସ୍ଥିତିର ସାମନା କରିବାକୁ ପ୍ରସ୍ତୁତ ଅଛି ଭାରତ । ଚୀନ ସୀମା ସ୍ଥିତି ନେଇ ଆଜି ନୂଆ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ସଲ ଭି.ଆର.ଚୌଧୁରୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଏଲଏସି ସେପଟେ ଚୀନ ବାୟୁସେନାର ଲଢୁଆ ବିମାନ ରହିଛି । ଏଲଏସିର ୩ଟି ଏୟାରବେସରେ ଚୀନ ସେନା ମୁତୟନ ଅଛନ୍ତି । ତେଣୁ ଯେକୌଣସି ପରିସ୍ଥିତି ପାଇଁ ଭାରତ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି ।

ଆସନ୍ତା ୮ ତାରିଖରେ ବାୟୁସେନା ଦିବସ ପାଳନ ହେବାକୁ ଥିବା ବେଳେ ତା ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ନୂଆ ବାୟୁସେନା ମୁଖ୍ୟ । କହିଛନ୍ତି, ରାଫେଲ , ଆପାଚେ ସାମିଲ ହେବା ପରେ ଶତ୍ରୁ ପକ୍ଷକୁ ଜବାବ ଦେବାରେ ଭାରତ ବେଶ ଦକ୍ଷ ହୋଇପାରିଛି । ଲଦାଖରେ ଭାରତୀୟ ବାୟୁସେନାର ଉପସ୍ଥିତି ଉଚ୍ଚ ପର୍ବତମାଳାରେ ଚୀନର ଦବଦବାକୁ ହ୍ରାସ କରିବ । ସେହିପରି ସାଇବର ଆଟାକ ଭଳି ଘଟଣାକୁ ପ୍ରତିହତ କରିବା ପାଇଁ ଭାରତୀୟ ବାୟୁସେନା ତାର ନେଟୱର୍କ ସିଷ୍ଟମକୁ ବିକଶିତ କରିଛି ବୋଲି ଭି.ଆର.ଚୌଧୁରୀ କହିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ, ଅନେକ ଦିନ ହେଲା ଡ୍ରୋନ ନିରୋଧୀ ଜ୍ଞାନକୌଶଳ ଓ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଭାରତ କାମ କରି ଆସୁଛି । ଯାହାକି ଆଗକୁ ସୁରକ୍ଷାବାହିନୀକୁ ବଳ ଦେବ । ସେହିପରି କୋଏମ୍ବାଟୁରରେ ମହିଳା ବ୍ରାୟୁନୋ ଅଧିକାରୀଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାରେ କହିଛନ୍ତି ଯେ, ଏଭଳି ଘଟଣା ପାଇଁ ବାୟୁସେନାର କଠୋର ନିୟମ ରହିଛି । ପୀଡିତାଙ୍କ ଫିଙ୍ଗର ଟେଷ୍ଟ କରାଯାଇନି । ଏନେଇ ଗଣମାଧ୍ୟରେ ଭୁଲ ଖବର ପ୍ରସାରଣ ହୋଇଥିବା ଏୟାର ଚିଫ ମାର୍ସଲ ଭି.ଆର.ଚୌଧୁରୀ କହିଛନ୍ତି ।

Leave A Reply

Your email address will not be published.