ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ଶ୍ରୀମନ୍ଦିର ସହିତ ମାଆ ସମଲେଇଙ୍କର କି ସଂପର୍କ ରହିଛି?

0

ଷୋଳ ପୂଜାର ଆଜି ନବମ ଦିବସ, ନବରାତ୍ରି ପାଇଁ ମାନସିକରେ ଭକ୍ତ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ସମ୍ୱଲପୁର ସହରରେ ମାଆ ସମଲେଶ୍ୱରୀଙ୍କ ଆସ୍ଥାନ। କିମ୍ୱଦନ୍ତୀ କୁହେ, ପାଟଣାର ରାଜା ନରସିଂହ ଦେବଙ୍କ ସାନଭାଇ ବଳରାମ ଦେବଙ୍କୁ ଦେବୀ ନିଜେ ସ୍ୱପ୍ନାଦେଶ କରିଥିଲେ। ଦେବୀଙ୍କ ନିର୍ଦେଶରେ ମହାନଦୀର ପୂର୍ବତଟରେ ଥିବା ସିମୁଳି ବୃକ୍ଷ ମୂଳରେ ଦେବୀଙ୍କୁ ପ୍ରତିଷ୍ଠା କରିଥିଲେ ରାଜା ବଳରାମ ଦେବ।

ସିମୁଳିିକୁ ସମ୍ୱଲପୁର ଅଞ୍ଚଳରେ ସେମେଲ୍‍ କହୁଥିବା ହେତୁ ଦେବୀଙ୍କୁ ସମେଲାଇ ବା ସମଲାଇ କୁହାଯାଉଥିବା ଅନୁମାନ କରାଯାଉଛି। ପରବର୍ତ୍ତୀ ସମୟରେ ଦେବୀ ସମଲେଶ୍ୱରୀ ଭାବେ ସମଗ୍ର ରାଜ୍ୟରେ ମାଆ ବିଦିତ। ତେବେ ଦେବୀଙ୍କୁ କେହି କେହି ସିଂହ ବାହିନୀ,ସୋମଲାଇ,ସୋମଲେଶ୍ୱରୀ ଆଦି ନାଁରେ ପୂଜା କରିଥାନ୍ତି। ଚୌହାନ ରାଜାମାନେ ଦେବୀ ସମଲେଶ୍ୱରୀଙ୍କୁ ତାଙ୍କ ଇଷ୍ଟଦେବୀ ଭାବେ ପୂଜା କରୁଥିବାର ଜଣାଯାଏ। 

ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କୁ କ୍ଷତ୍ରୀୟମାନେ ଭୁବନେଶ୍ୱରୀ ମନ୍ତ୍ରରେ ପୂଜା କରିଥାନ୍ତି। ମାଆଙ୍କ ଗମ୍ଭୀରା ମଧ୍ୟରେ ଚଣ୍ଡୀ ଚାମୁଣ୍ଡୀ, ଭୁବନେଶ୍ୱରୀ, ଛତ୍ର ବାଉତି,ବେଢ଼ା କାନ୍ଥରେ ଦଶ ମହାବିଦ୍ୟା-ଉଗ୍ରତାରା,ଦୁର୍ଗା ମଙ୍ଗଳା ,ଜ୍ୱାଳାମୁଖୀ,ବନଦୁର୍ଗା, ବରାହୀ,ଛିନ୍ନମସ୍ତା,ମାତଙ୍ଗୀ,ରାମଚଣ୍ଡୀ ଓ ମାଆ କାଳୀ ପ୍ରମୁଖ ପୂଜିତା। ପୃଷ୍ଠ ଭାଗରେ ମନ୍ଦିର ପରିକ୍ରମାର ଦୁଇ କୋଣରେ ହନୁମାନ ଓ ଘଣ୍ଟାସିନୀ ଏବଂ ସମ୍ମୁଖ କୋଣରେ ବଞ୍ଜାରି ପୂଜା ପାଉଛନ୍ତି।

ମାଆ ସମଲାଇଙ୍କ ପୂଜା ମଧ୍ୟରେ ନୂଆଖାଇ,ମହାଳୟା ଓ ଶାରଦୀୟ ବାସନ୍ତିକ ଦୁର୍ଗାପୂଜା ମୁଖ୍ୟ ପର୍ବଭାବେ ପାଳିତ ହୋଇଥାଏ। ତେବେ ଦୁର୍ଗାପୂଜାର ବିଶେଷତ୍ୱ ଟିକେ ଅଲଗା। ମହାଳୟା ଦିନ ଦେବୀଙ୍କ ଧବଳମୁଖୀ ବେଶ ଅନୁଷ୍ଠିତ ହୋଇଥାଏ। କେବଳ ଆଶ୍ୱିନ ମାସରେ ମାଆଙ୍କୁ ୧୧ଟି ବେଶ କରାଯାଇଥାଏ। ବାସନ୍ତିକ ଦଶହରା ଅବସରରେ ନବରାତ୍ର ପୂଜାବେଳେ ସମଲେଶ୍ୱରୀ ବଡ଼ସିଂହାର ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି। ପୁରୀ ଶ୍ରୀମନ୍ଦିର ପରିସରର ନବଗ୍ରହ ମନ୍ଦିର ପାର୍ଶ୍ୱରେ ମାଆ ସମଲେଶ୍ୱରୀ ପୂଜିତା।

Leave A Reply

Your email address will not be published.