ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ଥରିଲା ପାକିସ୍ତାନ; ଭୂକମ୍ପରେ ୨୦ ଲୋକଙ୍କ ମୃତ୍ୟୁ

0

ଗୁରୁବାର ପାକିସ୍ତାନରେ ଏକ ବଡ଼ ଧରଣର ଭୂକମ୍ପର ଝଟକା ଅନୁଭୂତ ହୋଇଛି। ପ୍ରାଥମିକ ରିପୋର୍ଟ ଅନୁସାରେ, ଏଥିରେ ପ୍ରାୟ ୨୦ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ସେହିପରି ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ପାକିସ୍ତାନର ହରନେଇ ଅଞ୍ଚଳରେ ଏହି ଭୂକମ୍ପ ହୋଇଛି। ରିକ୍ଟର ସ୍ଲେଲରେ ଭୂମିକମ୍ପର ତ୍ରୀବତା ୫.୭ ରହିଛି। ଆଜି ସକାଳୁ ଭୂକମ୍ପର ଏହି ଝଟକା ଅନୁଭୂତ ହୋଇଥିଲା। ଘରେ ଶୋଇଥିବାବେଳେ ଭୂକମ୍ପ ହୋଇଥିବାରୁ ଲୋକ ମାନେ ପ୍ରଥମେ ଜାଣିପାରିନଥିଲେ। ଏହା ପରେ ଜୋରରେ ଆଉ ଝଟକା ଅନୁଭୂତ ହେବାରୁ ବାହାରକୁ ଜୀବନ ବିକଳରେ ଦୌଡୁଥିବା ବେଳେ ଅନେକ ଜଣେ ଆହତ ହୋଇଛନ୍ତି। ଭୂକମ୍ପରେ ବଡ଼ ବଡ଼ କୋଠା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ଶୋଇଥିବା ବେଳେ ଭୂମିକମ୍ପ ହୋଇଥିବାରୁ ଅନେକଙ୍କ ଜୀବନ ଯାଇଛି । ଛାତ ଭୁଶୁଡି ଲୋକଙ୍କ ଉପରେ ପଡିଯାଇଛି। ଏବେ ବି ଉଦ୍ଧାର କାମ ଜାରି ରହିଛି। ମୃତ୍ୟୁସଂଖ୍ୟା ଆହୁରି ବଢିବ ବୋଲି କୁହାଯାଉଛି। ସେହିଭଳି ଆହତ ଲୋକମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.