ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଥରିଲା ପାକିସ୍ତାନ; ଭୂକମ୍ପରେ ୨୦ ଲୋକଙ୍କ ମୃତ୍ୟୁ

0

ଗୁରୁବାର ପାକିସ୍ତାନରେ ଏକ ବଡ଼ ଧରଣର ଭୂକମ୍ପର ଝଟକା ଅନୁଭୂତ ହୋଇଛି। ପ୍ରାଥମିକ ରିପୋର୍ଟ ଅନୁସାରେ, ଏଥିରେ ପ୍ରାୟ ୨୦ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ସେହିପରି ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ପାକିସ୍ତାନର ହରନେଇ ଅଞ୍ଚଳରେ ଏହି ଭୂକମ୍ପ ହୋଇଛି। ରିକ୍ଟର ସ୍ଲେଲରେ ଭୂମିକମ୍ପର ତ୍ରୀବତା ୫.୭ ରହିଛି। ଆଜି ସକାଳୁ ଭୂକମ୍ପର ଏହି ଝଟକା ଅନୁଭୂତ ହୋଇଥିଲା। ଘରେ ଶୋଇଥିବାବେଳେ ଭୂକମ୍ପ ହୋଇଥିବାରୁ ଲୋକ ମାନେ ପ୍ରଥମେ ଜାଣିପାରିନଥିଲେ। ଏହା ପରେ ଜୋରରେ ଆଉ ଝଟକା ଅନୁଭୂତ ହେବାରୁ ବାହାରକୁ ଜୀବନ ବିକଳରେ ଦୌଡୁଥିବା ବେଳେ ଅନେକ ଜଣେ ଆହତ ହୋଇଛନ୍ତି। ଭୂକମ୍ପରେ ବଡ଼ ବଡ଼ କୋଠା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ଶୋଇଥିବା ବେଳେ ଭୂମିକମ୍ପ ହୋଇଥିବାରୁ ଅନେକଙ୍କ ଜୀବନ ଯାଇଛି । ଛାତ ଭୁଶୁଡି ଲୋକଙ୍କ ଉପରେ ପଡିଯାଇଛି। ଏବେ ବି ଉଦ୍ଧାର କାମ ଜାରି ରହିଛି। ମୃତ୍ୟୁସଂଖ୍ୟା ଆହୁରି ବଢିବ ବୋଲି କୁହାଯାଉଛି। ସେହିଭଳି ଆହତ ଲୋକମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.