ପ୍ରମୁଖ ଖବର

ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଆଜି ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି
ଦିନ ୨ଟା ୩୦ରେ ଭୁବନେଶ୍ବର ଉତ୍ତପ୍ତ ସହର, ତାପମାତ୍ରା ୪୩.୬ ଡିଗ୍ରି ରେକର୍ଡ
ଲଢ଼ିବେନି ପ୍ରସାଦ ହରିଚନ୍ଦନ, ମନୋଜ ରଥ ସତ୍ୟବାଦୀରୁ କଂଗ୍ରେସ ପ୍ରାର୍ଥୀ
କଂଗ୍ରେସରେ ଯୋଗଦେଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡ଼ି ବିଧାୟିକା ସିପ୍ରା ମଲ୍ଲିକ, କଂଗ୍ରେସ ଭବନ ଆସି ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କଲେ

ଶ୍ରୀମନ୍ଦିର ସହିତ ମାଆ ସମଲେଇଙ୍କର କି ସଂପର୍କ ରହିଛି?

0

ଷୋଳ ପୂଜାର ଆଜି ନବମ ଦିବସ, ନବରାତ୍ରି ପାଇଁ ମାନସିକରେ ଭକ୍ତ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ସମ୍ୱଲପୁର ସହରରେ ମାଆ ସମଲେଶ୍ୱରୀଙ୍କ ଆସ୍ଥାନ। କିମ୍ୱଦନ୍ତୀ କୁହେ, ପାଟଣାର ରାଜା ନରସିଂହ ଦେବଙ୍କ ସାନଭାଇ ବଳରାମ ଦେବଙ୍କୁ ଦେବୀ ନିଜେ ସ୍ୱପ୍ନାଦେଶ କରିଥିଲେ। ଦେବୀଙ୍କ ନିର୍ଦେଶରେ ମହାନଦୀର ପୂର୍ବତଟରେ ଥିବା ସିମୁଳି ବୃକ୍ଷ ମୂଳରେ ଦେବୀଙ୍କୁ ପ୍ରତିଷ୍ଠା କରିଥିଲେ ରାଜା ବଳରାମ ଦେବ।

ସିମୁଳିିକୁ ସମ୍ୱଲପୁର ଅଞ୍ଚଳରେ ସେମେଲ୍‍ କହୁଥିବା ହେତୁ ଦେବୀଙ୍କୁ ସମେଲାଇ ବା ସମଲାଇ କୁହାଯାଉଥିବା ଅନୁମାନ କରାଯାଉଛି। ପରବର୍ତ୍ତୀ ସମୟରେ ଦେବୀ ସମଲେଶ୍ୱରୀ ଭାବେ ସମଗ୍ର ରାଜ୍ୟରେ ମାଆ ବିଦିତ। ତେବେ ଦେବୀଙ୍କୁ କେହି କେହି ସିଂହ ବାହିନୀ,ସୋମଲାଇ,ସୋମଲେଶ୍ୱରୀ ଆଦି ନାଁରେ ପୂଜା କରିଥାନ୍ତି। ଚୌହାନ ରାଜାମାନେ ଦେବୀ ସମଲେଶ୍ୱରୀଙ୍କୁ ତାଙ୍କ ଇଷ୍ଟଦେବୀ ଭାବେ ପୂଜା କରୁଥିବାର ଜଣାଯାଏ। 

ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କୁ କ୍ଷତ୍ରୀୟମାନେ ଭୁବନେଶ୍ୱରୀ ମନ୍ତ୍ରରେ ପୂଜା କରିଥାନ୍ତି। ମାଆଙ୍କ ଗମ୍ଭୀରା ମଧ୍ୟରେ ଚଣ୍ଡୀ ଚାମୁଣ୍ଡୀ, ଭୁବନେଶ୍ୱରୀ, ଛତ୍ର ବାଉତି,ବେଢ଼ା କାନ୍ଥରେ ଦଶ ମହାବିଦ୍ୟା-ଉଗ୍ରତାରା,ଦୁର୍ଗା ମଙ୍ଗଳା ,ଜ୍ୱାଳାମୁଖୀ,ବନଦୁର୍ଗା, ବରାହୀ,ଛିନ୍ନମସ୍ତା,ମାତଙ୍ଗୀ,ରାମଚଣ୍ଡୀ ଓ ମାଆ କାଳୀ ପ୍ରମୁଖ ପୂଜିତା। ପୃଷ୍ଠ ଭାଗରେ ମନ୍ଦିର ପରିକ୍ରମାର ଦୁଇ କୋଣରେ ହନୁମାନ ଓ ଘଣ୍ଟାସିନୀ ଏବଂ ସମ୍ମୁଖ କୋଣରେ ବଞ୍ଜାରି ପୂଜା ପାଉଛନ୍ତି।

ମାଆ ସମଲାଇଙ୍କ ପୂଜା ମଧ୍ୟରେ ନୂଆଖାଇ,ମହାଳୟା ଓ ଶାରଦୀୟ ବାସନ୍ତିକ ଦୁର୍ଗାପୂଜା ମୁଖ୍ୟ ପର୍ବଭାବେ ପାଳିତ ହୋଇଥାଏ। ତେବେ ଦୁର୍ଗାପୂଜାର ବିଶେଷତ୍ୱ ଟିକେ ଅଲଗା। ମହାଳୟା ଦିନ ଦେବୀଙ୍କ ଧବଳମୁଖୀ ବେଶ ଅନୁଷ୍ଠିତ ହୋଇଥାଏ। କେବଳ ଆଶ୍ୱିନ ମାସରେ ମାଆଙ୍କୁ ୧୧ଟି ବେଶ କରାଯାଇଥାଏ। ବାସନ୍ତିକ ଦଶହରା ଅବସରରେ ନବରାତ୍ର ପୂଜାବେଳେ ସମଲେଶ୍ୱରୀ ବଡ଼ସିଂହାର ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି। ପୁରୀ ଶ୍ରୀମନ୍ଦିର ପରିସରର ନବଗ୍ରହ ମନ୍ଦିର ପାର୍ଶ୍ୱରେ ମାଆ ସମଲେଶ୍ୱରୀ ପୂଜିତା।

Leave A Reply

Your email address will not be published.