ପ୍ରମୁଖ ଖବର

ଭାରତୀୟ ଷ୍ଟକବଜାରରେ ଉତ୍ସାହ ଫେରିଲା, ସେନସେକ୍ସ ୬୦୦ ପଏଣ୍ଟ ବୃଦ୍ଧି
ହୀରାକୁଦ ଜଳଭଣ୍ଡାରରେ ଅଘଟଣ: ଡଙ୍ଗା ବୁଡ଼ି ୧୦ରୁ ଅଧିକ ନିଖୋଜ
ଲଖନପୁର ଡଙ୍ଗାବୁଡି ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ଆତ୍ମୀୟଙ୍କୁ ମିଳିବ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି
ଭୋଟିଂ ସମୟରେ ବସ୍ତରରେ ବିସ୍ଫୋରଣ, ମଣିପୁରରେ ଗୁଳିମାଡ, ସିଆରପିଏଫ୍ ଯବାନ ଆହତ
ଜ୍ୟରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ଘଟିଛି,ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ଵରର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି
ଗାନ୍ଧୀନଗର ଲୋକସଭା ଆସନରୁ ମନୋନୟନ ପତ୍ର ଦାଖଲ କଲେ ଅମିତ ଶାହା
ଗେଷ୍ଟହାଉସରୁ ମିଳିଲା ଶିଳ୍ପପତିଙ୍କ ଶବ, କର୍ପୋରେଟ୍‌ ମିଟିଂ ପାଇଁ ଭୁବନେଶ୍ବର ଆସିଥିଲେ
ମୃତକ ହେଲେ ତପନ ପ୍ରସାଦ ଆଚାର୍ଯ୍ୟ, ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ଥିବା ଜଣାପଡିଛି

ଏବେ ସର୍ବୋଚ୍ଚ ଅଦାଲତଙ୍କ ଉପରେ ନଜର

0

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗୁରୁବାର ଦିନ ଲକ୍ଷ୍ମୀପୁର ଖେରି ହିଂସା ମାମଲାର ଶୁଣାଣି ହେବ। କୋର୍ଟ ନିଜ ଆଡୁ ଏହି ମାମଲାକୁ ଗ୍ରହଣ କରି ଶୁଣାଣି ପାଇଁ ନିଷ୍ପତ୍ତି ନେଇଛନ୍ତି। ତିନିଜଣିଆ ଖଣ୍ଡପୀଠ ସକାଳ ୧୧ ଟାରେ ଏହି ଗୁରୁତ୍ବପୂର୍ଣ୍ଣ ମାମଲାର ଶୁଣାଣି କରିବେ। ଲକ୍ଷ୍ମୀପୁର ଖେରିରେ କୃଷକଙ୍କୁ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଗାଡି ଚଢାଇ ମାରିଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ୪ଜଣ ଚାଷୀଙ୍କ ସମେତ ମୋଟ ୮ ଜଣଙ୍କର ମୃତ୍ଯୁ ହୋଇଛି।

ପ୍ରଧାନ ବିଚାରପତି ଏନ.ଭି ରମଣାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠରେ ଜଷ୍ଟିସ ତଥା ବିଚାରପତି ସୂର୍ଯ୍ୟକାନ୍ତ ଏବଂ ହିମା କୋହଲି ଅଛନ୍ତି। ‘ଲକ୍ଷ୍ମୀପୁର ଖେରି (ୟୁପି) ରେ ହିଂସାକାଣ୍ଡରୁ ପ୍ରାଣହାନି’ ନାମରେ ଏହି ମାମଲାଟି ତାଲିକାଭୁକ୍ତ ହୋଇଛି। ଏହାପୂର୍ବରୁ ଦୁଇଜଣ ସର୍ବୋଚ୍ଚ ଅଦାଲତର ଓକିଲ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖି ଶୀର୍ଷ କୋର୍ଟଙ୍କ ତତ୍ତ୍ବାବଧାନରେ ଏହି ଘଟଣାର ସିବିଆଇ ଯାଞ୍ଚ କରିବାକୁ ନିବେଦନ କରିଥିଲେ। ଓକିଲ ଶିବ କୁମାର ତ୍ରିପାଠୀ ଏବଂ ସିଏସ୍ ପଣ୍ଡାଙ୍କ ଦ୍ୱାରା ଲିଖିତ ଏହି ଚିଠିରେ କୁହାଯାଇଛି ଯେ, ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରିରେ ଚାଷୀ ହତ୍ୟା ମାମଲାର ଗମ୍ଭୀରତା ଗଣମାଧ୍ଯମ ରିପୋର୍ଟରୁ ଜଣାପଡୁଛି। ଏଭଳି ଏକ ମାମଲାରେ କୋର୍ଟ ହସ୍ତକ୍ଷେପ କରିବା ଉଚିତ୍।

ଓକିଲମାନେ ଆହୁରି କହିଥିଲେ ଯେ ହିଂସା ଯେମିତି ଏବେ ଦେଶର ରାଜନୈତିିକ ସଂସ୍କୃତିରେ ପରିଣତ ହୋଇଯାଇଛି। ଗଣମାଧ୍ଯମ ରିପୋର୍ଟକୁ ବିଶ୍ବାସକୁ ନେଲେ, ସେଠାରେ ଏବେ ଆଇନର ଶାସନକୁ ନିଶ୍ଚିତ କରିବାକୁ ହେବ।

ଅନ୍ଯପକ୍ଷରେ ଉତ୍ତର ପ୍ରଦେଶ ସରକାର ଏସଆଇଟି ଗଠନ କରି ମାମଲାର ତଦନ୍ତ ଚଳାଇଛନ୍ତି। ଅପରାଧୀଙ୍କୁ ଧରିବା ପାଇଁ ପୁଲିସ ଚେଷ୍ଟା କରୁଥିବା କୁହାଯାଉଛି। କୃଷକ ଏବଂ ବିରୋଧୀ ରାଜନୈତିକ ଦଳ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଯିଏ କି ସେଦିନ ଏସୟୁଭିରେ କୃଷକଙ୍କୁ ଦଳି ଦେଇଥିଲା। ତେବେ ଅଜୟ ମିଶ୍ର ଏବଂ ତାଙ୍କ ପୁଅ ଉଭୟ ହିଂସା ଘଟଣାରେ ସମ୍ପୃକ୍ତ ଥିବା କଥାକୁ ଅସ୍ୱୀକାର କରିଛନ୍ତି ଏବଂ ସେହି ଗାଡିରେ ସେମାନେ ଉପସ୍ଥିତ ନଥିବା ମଧ୍ୟ କହିଛନ୍ତି। ଉଭୟ ଅଜୟ ମିଶ୍ର ଏବଂ ତାଙ୍କ ପୁଅ କହିଛନ୍ତି ଯେ ଉତ୍ତର ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ନେଇ ଗୋଟିଏ ଶୋଭାଯାତ୍ରା ଯାଉଥିଲାବେଳେ କିଛି ଲୋକ ଗାଡି ଉପରେ ଆକ୍ରମଣ କରିଥିଲେ, ଯାହା ଫଳରେ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲା। ଘଟଣାର ଅନେକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଏବଂ ଅନୁସନ୍ଧାନକାରୀ ସଂସ୍ଥା ଦ୍ୱାରା ଯାଞ୍ଚ କରାଯାଉଛି। ସେପଟେ କୃଷକ, ବିରୋଧୀ ରାଜନନୈତିକ ଦଳ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବରଖାସ୍ତ କରି ତାଙ୍କ ପୁଅକୁ ଗିରଫ କରିବାକୁ ଦାବି କରିଛନ୍ତି।

ଏଠାରେ ଉଲ୍ଲେଖଥାଉକି, ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ଡାକିି ଆଲୋଚନା କରିଛନ୍ତି। ଶ୍ରୀ ମିଶ୍ରଙ୍କ ଇସ୍ତଫା ଦାବି ଜୋର ଧରୁଛି। ବିରୋଧୀ ରାଜନୈତିକ ଦଳମାନେ କେନ୍ଦ୍ରମନ୍ତ୍ରୀ ନୈତିକତା ଦୃଷ୍ଟିକୋଣରୁ ଇସ୍ତଫା ଦେବାକୁ ଚାପ ପକାଉଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ମିଶ୍ର ଏବେ ଯାଏ ଇସ୍ତଫା ପ୍ରସଙ୍ଗକୁ ଟାଳି ଚାଲିଛନ୍ତି। ହେଲେ ଆସନ୍ତାବର୍ଷ ଉତ୍ତରପ୍ରଦେଶ ନିର୍ବାଚନ ଥିବାରୁ କେନ୍ଦ୍ର ସରକାର ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ଲାଗି କିଛି କଠୋର ନିଷ୍ପତ୍ତି ନେଇପାରନ୍ତି। ତେବେ ସର୍ବୋଚ୍ଚ ଅଦାଲତ ଏହା ଉପରେ କି ଆଭିମୁଖ୍ଯ ଗ୍ରହଣ କରୁଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.