ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଫୋର୍ବସ ଧନୀ ତାଲିକାରେ କାହାର ବଢିଛି କେତେ ସମ୍ପତ୍ତି?

0


କରୋନା ସମୟରେ ଅନେକ ଲୋକ ରୋଜଗାର ହରାଇଛନ୍ତି । ଲକ୍ଷ ଲକ୍ଷ ଲୋକ ରାସ୍ତା ଉପରକୁ ଚାଲିଆସିଛନ୍ତି, ନିଜ ଜୀବିକା ହରାଇଛନ୍ତି । କିନ୍ତୁ ଧନୀଙ୍କ ଉପରେ କରୋନାର କୌଣସି ପ୍ରଭାବ ପଡିନାହିଁ । ଧନୀ ଅଧିକ ଧନୀ ହୋଇଛନ୍ତି । କରୋନା ସମୟରେ ଧନୀଙ୍କ ସମ୍ପତ୍ତି ବଢିଛି । ଆଜି ଆସିଛି ଫୋର୍ବସ ଧନୀ ତାଲିକା । ଫୋର୍ବସ, ୨୦୨୧ର ଭାରତର ୧୦୦ଧନୀ ବ୍ୟକ୍ତିଙ୍କ ତାଲିକା ଜାରି କରିଛି । ଫୋର୍ବସର ସୂଚନା ଅନୁସାରେ ୧୦୦ ଧନୀଙ୍କ ସମ୍ପତ୍ତି ମୋଟ ୫୮ ଲକ୍ଷ କୋଟି ପାଖାପାଖି ପହଁଞ୍ଛିଛି । ତାଲିକାରେ ଥିବା ପ୍ରଥମ ଶହେ ଧନୀଙ୍କ ସମ୍ପତ୍ତି ୫୦ ପ୍ରତିଶତ ବୃଦ୍ଧି ପାଇଛି ।


ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ମୁକେଶ ଅମ୍ବାନୀ । ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୩୦ହଜାର କୋଟି ବୃଦ୍ଧି ହୋଇଛି । ମୁକେଶଙ୍କ ମୋଟ ସମ୍ପତ୍ତି ପ୍ରାୟ ୭ ଲକ୍ଷ କୋଟି ରହିଛି । ଦ୍ୱିତୀୟ ସ୍ଥାନରେ ଅଛନ୍ତି ଗୌତମ ଅଦାନୀ । ଅଦାନୀଙ୍କ ସମ୍ପତ୍ତି ମୂଲ୍ୟ ୫ ଲକ୍ଷ ୬୦ହଜାର କୋଟି ରହିଛି । ତୃତୀୟ ସ୍ଥାନରେ ଅଛନ୍ତି ଏଚସିଏଲର ମାଲିକ ଶିବ ନାଦାର । ଶିବ ନାଦାରଙ୍କ ସମ୍ପତ୍ତି ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ନାଦାରଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୨ ଲକ୍ଷ ୩୨ ହଜାର କୋଟି।


ସେହିପରି ଚତୃର୍ଥ ଧନୀ ତାଲିକାରେ ଏଭିନିୟୁ ସୁପର ମାର୍ଟସର ମାଲିକ ରାଧାକିଷନ ଦମାନୀ। ତାଙ୍କ ସମ୍ପତ୍ତି ମୂଲ୍ୟ ହେଉଛି ୨ ଲକ୍ଷ ୨୦ ହଜାର କୋଟି ।
ଧନୀ ତାଲିକାର ପଞ୍ଚମ ସ୍ଥାନରେ ଅଛନ୍ତି କୋଭିଡ ଟିକା ପ୍ରସ୍ତୁତ କରଥିବା ଇଣ୍ଡିଆର ସୁରମ କମ୍ପାନୀ ମାଲିକ ସାଇରସ ପୁନାୱାଲା । ଏହି ୮୦ ବର୍ଷୀୟ ବ୍ୟକ୍ତି ଧନୀ ତାଲିକାର ପଂଚମ ସ୍ଥାନକୁ ଉଠିବାରେ ସକ୍ଷମ ହୋଇଛନ୍ତି । ସାଇରସ ପୁନାୱାଲାଙ୍କ ମୋଟସମ୍ପତ୍ତି ମୂଲ୍ୟ ୧ ଲକ୍ଷ ୪୨ ହଜାର କୋଟି ଟଙ୍କା । ଷଷ୍ଠ ସ୍ଥାନରେ ଅଛନ୍ତି ଆର୍ସେଲର ମିତ୍ତଲର ମାଲିକ ଲକ୍ଷ୍ମୀନାରାୟଣ ମିତ୍ତଲ । ତାଙ୍କସମ୍ପତ୍ତି ମୂଲ୍ୟ ମୋଟ୍ ୧ ଲକ୍ଷ ୪୦ ହଜାର କୋଟି ଟଙ୍କା । ତେବେ ଆଶ୍ଚର୍ଯ୍ୟର କଥା ମହାମାରୀ ସମୟରେ ଏମାନଙ୍କ ସମ୍ପତ୍ତି ଜମା ବି କହିନାହିଁ । ବରଂ ବଢିଛି ।

Leave A Reply

Your email address will not be published.