ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଫୋର୍ବସ ଧନୀ ତାଲିକାରେ କାହାର ବଢିଛି କେତେ ସମ୍ପତ୍ତି?

0


କରୋନା ସମୟରେ ଅନେକ ଲୋକ ରୋଜଗାର ହରାଇଛନ୍ତି । ଲକ୍ଷ ଲକ୍ଷ ଲୋକ ରାସ୍ତା ଉପରକୁ ଚାଲିଆସିଛନ୍ତି, ନିଜ ଜୀବିକା ହରାଇଛନ୍ତି । କିନ୍ତୁ ଧନୀଙ୍କ ଉପରେ କରୋନାର କୌଣସି ପ୍ରଭାବ ପଡିନାହିଁ । ଧନୀ ଅଧିକ ଧନୀ ହୋଇଛନ୍ତି । କରୋନା ସମୟରେ ଧନୀଙ୍କ ସମ୍ପତ୍ତି ବଢିଛି । ଆଜି ଆସିଛି ଫୋର୍ବସ ଧନୀ ତାଲିକା । ଫୋର୍ବସ, ୨୦୨୧ର ଭାରତର ୧୦୦ଧନୀ ବ୍ୟକ୍ତିଙ୍କ ତାଲିକା ଜାରି କରିଛି । ଫୋର୍ବସର ସୂଚନା ଅନୁସାରେ ୧୦୦ ଧନୀଙ୍କ ସମ୍ପତ୍ତି ମୋଟ ୫୮ ଲକ୍ଷ କୋଟି ପାଖାପାଖି ପହଁଞ୍ଛିଛି । ତାଲିକାରେ ଥିବା ପ୍ରଥମ ଶହେ ଧନୀଙ୍କ ସମ୍ପତ୍ତି ୫୦ ପ୍ରତିଶତ ବୃଦ୍ଧି ପାଇଛି ।


ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ମୁକେଶ ଅମ୍ବାନୀ । ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୩୦ହଜାର କୋଟି ବୃଦ୍ଧି ହୋଇଛି । ମୁକେଶଙ୍କ ମୋଟ ସମ୍ପତ୍ତି ପ୍ରାୟ ୭ ଲକ୍ଷ କୋଟି ରହିଛି । ଦ୍ୱିତୀୟ ସ୍ଥାନରେ ଅଛନ୍ତି ଗୌତମ ଅଦାନୀ । ଅଦାନୀଙ୍କ ସମ୍ପତ୍ତି ମୂଲ୍ୟ ୫ ଲକ୍ଷ ୬୦ହଜାର କୋଟି ରହିଛି । ତୃତୀୟ ସ୍ଥାନରେ ଅଛନ୍ତି ଏଚସିଏଲର ମାଲିକ ଶିବ ନାଦାର । ଶିବ ନାଦାରଙ୍କ ସମ୍ପତ୍ତି ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ନାଦାରଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୨ ଲକ୍ଷ ୩୨ ହଜାର କୋଟି।


ସେହିପରି ଚତୃର୍ଥ ଧନୀ ତାଲିକାରେ ଏଭିନିୟୁ ସୁପର ମାର୍ଟସର ମାଲିକ ରାଧାକିଷନ ଦମାନୀ। ତାଙ୍କ ସମ୍ପତ୍ତି ମୂଲ୍ୟ ହେଉଛି ୨ ଲକ୍ଷ ୨୦ ହଜାର କୋଟି ।
ଧନୀ ତାଲିକାର ପଞ୍ଚମ ସ୍ଥାନରେ ଅଛନ୍ତି କୋଭିଡ ଟିକା ପ୍ରସ୍ତୁତ କରଥିବା ଇଣ୍ଡିଆର ସୁରମ କମ୍ପାନୀ ମାଲିକ ସାଇରସ ପୁନାୱାଲା । ଏହି ୮୦ ବର୍ଷୀୟ ବ୍ୟକ୍ତି ଧନୀ ତାଲିକାର ପଂଚମ ସ୍ଥାନକୁ ଉଠିବାରେ ସକ୍ଷମ ହୋଇଛନ୍ତି । ସାଇରସ ପୁନାୱାଲାଙ୍କ ମୋଟସମ୍ପତ୍ତି ମୂଲ୍ୟ ୧ ଲକ୍ଷ ୪୨ ହଜାର କୋଟି ଟଙ୍କା । ଷଷ୍ଠ ସ୍ଥାନରେ ଅଛନ୍ତି ଆର୍ସେଲର ମିତ୍ତଲର ମାଲିକ ଲକ୍ଷ୍ମୀନାରାୟଣ ମିତ୍ତଲ । ତାଙ୍କସମ୍ପତ୍ତି ମୂଲ୍ୟ ମୋଟ୍ ୧ ଲକ୍ଷ ୪୦ ହଜାର କୋଟି ଟଙ୍କା । ତେବେ ଆଶ୍ଚର୍ଯ୍ୟର କଥା ମହାମାରୀ ସମୟରେ ଏମାନଙ୍କ ସମ୍ପତ୍ତି ଜମା ବି କହିନାହିଁ । ବରଂ ବଢିଛି ।

Leave A Reply

Your email address will not be published.