ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ପୁଣି ଶିକ୍ଷା କ୍ଷେତ୍ରକୁ ଫେରିଯିବେ ସୁବ୍ରମଣ୍ଯମ୍

0

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ପରାମର୍ଶଦାତା କେ ସୁବ୍ରମଣ୍ଯମ୍ ପୁଣି ଥରେ ଶିକ୍ଷା କ୍ଷେତ୍ରକୁ ଫେରିଯିବେ। ଶ୍ରୀ ସୁବ୍ରମଣ୍ଯମ୍ ନିଜେ ଟ୍ବିଟ୍ କରି ଏକଥା କହିଛନ୍ତି। ସେ ଜଣାଇଛନ୍ତି ଯେ ଅର୍ଥମନ୍ତ୍ରାଳୟରେ ତାଙ୍କର ତିନି ବର୍ଷର ସମୟ ଅବଧି ଶେଷ ପରେ ସେ ପୁଣି ଶିକ୍ଷାଦାନ ପ୍ରକ୍ରିୟା ଭିତରକୁ ଫେରିଯିବାକୁ ମନସ୍ଥିର କରିଛନ୍ତି। ଅରବିନ୍ଦ ସୁବ୍ରମଣ୍ଯମ୍ ପଦ ଛାଡି ଯିବା ପରେ ସେ ଦାଯିତ୍ବ ନେଇଥିଲେ। ତେବେ ସେ ଆହୁରି କହିଛନ୍ତି ଯେ ଦେଶ ସେବା କରିବା ଏକ ସ୍ବତନ୍ତ୍ର ମର୍ଯ୍ଯଦା ରଖେ। ତାଙ୍କୁ ଅଦ୍ଭୂତ ସମର୍ଥନ ଓ ଉତ୍ସାହ ମିଳିଛି। ତାଙ୍କର ତିନି ଦଶନ୍ଧିର କର୍ମମୟ ଜୀବନ ଭିତରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଅଧିକ ପ୍ରେରଣାଦାୟୀ ବ୍ଯକ୍ତିଙ୍କୁ କେବେ ଦେଖିନାହାନ୍ତି କି ସାମ୍ନା କରିନାହାନ୍ତି। କୋଭିଡ୍ ସମୟରେ ଦେଶର ଅର୍ଥନୀତି ବ୍ଯବସ୍ଥାରେ ଅନେକ ପରିବର୍ତ୍ତନ ହୋଇଛି।

ଏହି ଅବସରରେ ସୁବ୍ରମଣ୍ଯମ୍ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମଧ୍ଯ ପ୍ରଶଂସା କରିବାକୁ ଭୁଲିନାହାନ୍ତି। ଏଠାରେ ଉଲ୍ଲେଖଥାଉକି, ଶ୍ରୀ ସୁବ୍ରମଣ୍ଯମ୍ ଦାୟିତ୍ବ ନେବା ପରେ କେନ୍ଦ୍ରର ଆର୍ଥିକ ସ୍ଥିତିରେ ଗଭୀର ପ୍ରଭାବ ପଡିଥିଲା। କୋଭିଡର ଗଭୀର ପ୍ରଭାବ ପଡିଥିଲା। ସ୍ଥିତି ଏତେ ଗମ୍ଭୀର ହୋଇଥିଲା ଯେ ପ୍ରବାସୀ ଶ୍ରମିକ ରାଜରାସ୍ତାକୁ ଚାଲିଆସିଥିଲେ। ହେଲେ ଧୀରେ ଧୀରେ କିନ୍ତୁ କେନ୍ଦ୍ର ସରକାରଙ୍କ ଆର୍ଥିକ ନୀତି କାରଣରୁ ଦ୍ବିତୀୟ ପର୍ଯ୍ଯାୟରେ କୋଭିଡ୍ ଅର୍ଥନୀତିକୁ ସେଭଳି ଦିଗହରା କରିପାରିଲା ନାହିଁ, ଯେମିତି ପ୍ରଥମ ଦଫାରେ ହୋଇଥିଲା। କେନ୍ଦ୍ର ସରକାରଙ୍କ ପ୍ଯାକେଜ ଏ କ୍ଷେତ୍ରରେ ସଂଜୀବନୀ ଭଳି କାମ ଦେଇଥିଲା। କେବଳ ସେତିକି ନୁହେଁ, ତୃତୀୟ ଦଫା ଆସିବା ପୂର୍ବରୁ କେନ୍ଦ୍ର ସରକାର ସବୁ ରାଜ୍ଯକୁ ଆର୍ଥିକ ସହଯୋଗର ହାତ ବଢାଇବା ସହିତ ପ୍ରସ୍ତୁତି ଜୋରଦାର କରିଥିଲେ।

Leave A Reply

Your email address will not be published.