ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ସୁସ୍ଥ ହେଲେ ବର୍ଷକର ଶିଶୁ

0
ଭେଂଟିଲେଟରରେ ଥିଲେ ଆଠ ଦିନ

ଭୁବନଶ୍ୱର, ୮/୧୦: କରୋନା ମହାମାରୀର କରାଳ ଛାୟା ଶିଶୁମାନଙ୍କୁ ଅଧିକ ପ୍ରଭାବିତ କରିବା ସମ୍ଭାବନା ରହିଥିବା ବେଳେ ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଗୁରୁତର ହୋଇପଡ଼ିଥିବା ବର୍ଷକର ଶିଶୁ । କରୋନା ସଂକ୍ରମିତ ଶିଶୁଟି ଦୀର୍ଘ ୮ ଦିନ ଧରି ଭେଂଟିଲେଟରରେ ରହିବା ପରେ ସୁସ୍ଥ ହୋଇ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି ।

ବାଲେଶ୍ୱର ନୀଳଗିରି ଅଂଚଳର ଏକ ବର୍ଷର ଶିଶୁ ଅମନ୍ ପଟ୍ଟନାୟକ ଗତ ୨୧ ତାରିଖରେ କରୋନା ସଂକ୍ରମିତ ହେବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତି କରାଯାଇଥିଲା । ହସ୍ପିଟାଲ୍‌ରେ ଭର୍ତି ହେବା ସମୟରେ ପ୍ରବଳ ଜ୍ୱର ସମେତ ବାତ ରୋଗ ମଧ୍ୟ ଦେଖାଦେଇଥିଲା । ସେଥି ପାଇଁ ଶିଶୁର ଚିକିତ୍ସା କରିବା ଡାକ୍ତର ଓ ନର୍ସମାନଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା ।

ଶିଶୁପୁତ୍ରଟିକୁ ତୁରନ୍ତ ଆଇସିୟୁରେ ଭର୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା । ତେବେ ତା’ର ଅବସ୍ଥା ସଙ୍କଟାପନ୍ନ ହେବାରୁ ସେପ୍ଟେମ୍ବର ୨୨ ତାରିଖ ଦିନ ଭେଂଟିଲେଟରରେ ରଖାଯାଇଥିଲା । ଦୀର୍ଘ ୮ ଦିନ ଧରି ଶିଶୁଟି ଭେଂଟିଲେଟରରେ ରହିଥିବା ବେଳେ ସମ୍ କୋଭିଡ ଟିମ୍ ଅକ୍ଳାନ୍ତ ପରିଶ୍ରମ କରି ସେବା ଯତ୍ନ ଓ ଉତମ ଚିକିତ୍ସା ଦ୍ୱାରା ଶିଶୁଟିକୁ ସୁସ୍ଥ କରିବାରେ ସକ୍ଷମ ହୋଇଥିଲେ । ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବାରୁ ୨୯ ତାରିଖ ଦିନ ଶିଶୁଟିକୁ ଭଂଟିଲେଟରରୁ ବାହାର କରାଯାଇ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଥିଲା । ଶିଶୁଟି ଆଇସିୟୁରେ ରହିଥିବା ବେଳେ ତା’ର ବାପା-ମା ହସ୍ପିଟାଲ୍ ବାହାରେ ରହି ତା’ର କେବଳ ଆରୋଗ୍ୟ କାମନା କରିଚାଲିଥିଲେ ।

ତେବେ ଏହି ବର୍ଷକର ଶିଶୁଟିର ସବୁ ଦାୟିତ୍ୱ ନେଇଥିଲେ ସମ୍ କୋଭିଡ୍ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଏବଂ କର୍ମଚାରୀମାନେ । ସେମାନଙ୍କର ଆପ୍ରାଣ ଉଦ୍ୟମ, ନିଷ୍ଠା ଓ ଚିକିତ୍ସା ଫଳରେ ଶିଶୁଟି ସୁସ୍ଥ ହୋଇ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛି । ପୁଅ ସୁସ୍ଥ ହେବା ପରେ ସମ୍ କୋଭିଡ୍ ଟିମ୍‌କୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ବାପା ଜୟନ୍ତ ପଟ୍ଟନାୟକ । ସେ କହିଛନ୍ତି ସମ୍ କୋଭିଡ୍ ହସ୍ପିଟାଲ୍‌ର ଉତମ ଚିକିତ୍ସା ବିଷୟରେ ଆଗରୁ କେବଳ ଶୁଣିଥିଲି । କିନ୍ତୁ ମୋ ପୁଅ ସୁସ୍ଥ ହେବା ପରେ ଏହା ଅନୁଭବ କଲି । ମୋ ପୁଅ ସମ୍ କୋଭିଡ୍ ହସ୍ପିଟାଲ୍‌ରେ ହିଁ ନୂଆ ଜୀବନ ପାଇଛି ବୋଲି ଜୟନ୍ତ କହିଛନ୍ତି । କେବଳ ଅମନ୍ ନୁହଁନ୍ତି ତାଙ୍କ ଭଳି ଅନେକ କୋଭିଡ୍ ସଂକ୍ରମିତ ଶିଶୁ ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.