ପ୍ରମୁଖ ଖବର

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଉତ୍‌କ୍ଷେପଣ ହେଲା ଦୂରଗାମୀ କ୍ରୁଜ୍‌ ମିସାଇଲ
ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଆଜି ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି
ଆସନ୍ତାକାଲି ଛତିଶଗଡରେ ମତଦାନ, ସୀମା ସିଲ ଓ ହାଇ ଆଲର୍ଟ ଜାରି କଲା ମାଲକାନଗିରି ପୁଲିସ
ଆରପାରିରେ ବିଶିଷ୍ଟ ଅଭିନେତା, ନାଟ୍ୟକାର ତଥା ନିର୍ଦ୍ଦେଶକ ସଚ୍ଚି ଦାସ
ଦିନ ୨ଟା ୩୦ରେ ଭୁବନେଶ୍ବର ଉତ୍ତପ୍ତ ସହର, ତାପମାତ୍ରା ୪୩.୬ ଡିଗ୍ରି ରେକର୍ଡ
ଲଢ଼ିବେନି ପ୍ରସାଦ ହରିଚନ୍ଦନ, ମନୋଜ ରଥ ସତ୍ୟବାଦୀରୁ କଂଗ୍ରେସ ପ୍ରାର୍ଥୀ
କଂଗ୍ରେସରେ ଯୋଗଦେଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡ଼ି ବିଧାୟିକା ସିପ୍ରା ମଲ୍ଲିକ, କଂଗ୍ରେସ ଭବନ ଆସି ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କଲେ

ବଲାଙ୍ଗୀର ପାଟଣେଶ୍ବରୀଙ୍କ ପାଖରେ ଖଣ୍ଡା ପୂଜା କାହିଁକି?

0

ଆଜି ଷୋଳ ପୂଜାର ଏକାଦଶ ଦିବସ, ନବରାତ୍ର ଉପବାସ କରି ଭକ୍ତ ଡାକୁଛନ୍ତି ମାଆଙ୍କୁ

ଭୁବନେଶ୍ୱର: ବଲାଙ୍ଗୀର ଜିଲ୍ଲା ପାଟଣାଗଡରେ ରହିଛି ଦେବୀ ପାଟଣେଶ୍ୱରୀଙ୍କ ମନ୍ଦିର। କିମ୍ୱଦନ୍ତୀ କହେ, ପାଟଣାଗଡରେ ପ୍ରଥମେ କାମଚଣ୍ଡୀଙ୍କୁ ସ୍ଥାପନା କରାଯାଇଥିଲା। କଳିଙ୍ଗ ବିଜୟ କରି ମାଧବ ଚନ୍ଦ୍ର ଦେବ ପତ୍ତନ ରାଜ୍ୟ ସ୍ଥାପନ କରିଥିଲେ। ପରେ ଦେବୀଙ୍କୁ ପତ୍ତନେଶ୍ବରୀ ଭାବେ ପୂଜା କରାଯାଉଥିଲା।କାଳକ୍ରମେ ପତ୍ତନ ପାଟଣାର ରୂପ ନେଲା ଓ  ଦେବୀ ପାଟଣେଶ୍ୱରୀ ଭାବେ ପରିଚିତ ହେଲେ।

ସେପଟେ ମାଧବ ଚନ୍ଦ୍ର ଦେବଙ୍କ ବଂଶ ଏକ ସମୟରେ ଅପୁତ୍ରିକ ରହିବାରୁ ଏକ ସୁନା ଲେମ୍ବୁକୁ ପ୍ରତୀକ ରୂପେ ନେଇ ସାତଜଣ ମଲ୍ଲ ରାଜ କାର୍ଯ୍ୟ ପରିଚାଳନା କରୁଥିଲେ। ଚୌହାନ ବଂଶର ରାଜା ରମାଇ ଦେବ ଏହି ମଲ୍ଲମାନଙ୍କୁ ହତ୍ୟା କରି ପାଟଣା ସିଂହାସନ ଦଖଲ କରିଥିଲେ। ବର୍ତ୍ତମାନର ବଲାଙ୍ଗୀର ରାଜା ପରିବାର ରମାଇ ଦେବଙ୍କ ବଂଶଜ।

ବର୍ଷସାରା ମାଆ ପାଟଣେଶ୍ୱରୀଙ୍କ ବିଭିନ୍ନ ପୂଜା ହେଉଥିଲେ ହେଁ ଆଶ୍ୱିନରେ ମାଆଙ୍କ ମୁଖ୍ୟ ପୂଜା ହୋଇଥାଏ। କୃଷ୍ଣପକ୍ଷ ଅଷ୍ଟମୀରୁ ଶୁକ୍ଲପକ୍ଷ ଅଷ୍ଟମୀ ପର୍ଯ୍ୟନ୍ତ ଷୋଳ ପୂଜା ହୋଇଥାଏ। ଏଥିରେ ରମାଇ ଦେବ ଯେଉଁ ଖଣ୍ଡାରେ ମଲ୍ଲମାନଙ୍କୁ ହତ୍ୟା କରିଥିଲେ, ସେ ଖଣ୍ଡାକୁ ମଧ୍ୟ ପୂଜା କରାଯାଏ। 

ଅନନ୍ତ ବର୍ମା ରାଜା ଥିବା ବେଳେ ମାଆ ପାଟଣେଶ୍ୱରୀଙ୍କ ପ୍ରସିଦ୍ଧ ବଏଲ ଯାତ୍ରା ଆରମ୍ଭ ହୋଇଥିଲା। ଆଶ୍ୱିନ ଶୁକ୍ଲପକ୍ଷ ନବମୀ ଦିନ ବରୁଆ (ମଣିଷ) ଦେହରେ ମାଆ ସବାର ହୁଅନ୍ତି ଓ ନଗର ପରିକ୍ରମା କରି ଭକ୍ତଙ୍କୁ ଦର୍ଶନ ଦିଅନ୍ତି ବୋଲି କୁହାଯାଏ। ଏହି ବଏଲ ଯାତ୍ରା ପୂର୍ବରୁ କୁଆଁରି ବସା ନାମକ ଏକ ବିଧି ମଧ୍ୟ ଅନୁଷ୍ଠିତ ହୋଇଥାଏ। କୁଆଁରି ବସା କାର୍ଯ୍ୟକ୍ରମ ମହାଳୟାରୁ ପଞ୍ଚମୀ ଯାଏ ଅନୁଷ୍ଠିତ ହୁଏ। ନଗର ପରିକ୍ରମା ପୂର୍ବରୁ ଦେବୀ ରମାଇ ଖଣ୍ଡା ଦ୍ୱାରା ମଲ୍ଲମାନଙ୍କ ସମାଧିରେ ଆଘାତ କରିବାର ପରମ୍ପରା ଏଠାରେ ଅଛି । 

Leave A Reply

Your email address will not be published.