ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

‘ଶାହାରୁଖଙ୍କ ପାଇଁ ମୋତେ କାମ ମିଳୁନି’

0

ମୁମ୍ବାଇ: ବଲିଉଡ଼ ବାଦଶାହା ଶାହାରୁଖ ଖାନ ଏବେ ବହୁତ ଖରାପ ସମୟ ଦେଇ ଗତି କରୁଛନ୍ତି।ପୁଅ ଆର୍ୟନ ଖାନ ଡ୍ରଗ୍ସ ମାମଲାରେ ଫଶି ଏବେ ଆର୍ଥର ରୋଡ ଜେଲରେ ଥିବା ବେଳେ ଶାହାରୁଖ ଓ ତାଙ୍କ ପରିବାର ଲୋକଙ୍କ ପାଇଁ ଏହା ବହୁତ କଷ୍ଟକର ସମୟ।ହେଲେ ଶାହାରୁଖଙ୍କ ଯୋଗୁଁ ତାଙ୍କର ଅବିକଳ ଦେଖାଯାଉଥିବା ରାଜୁ ରାହୁକରଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିବା ସେ ନିକଟରେ ଜାତୀୟ ଗଣମାଧ୍ୟମରେ କହିଛନ୍ତି।

ରାଜୁ ରାହୁକର ଜାତୀୟ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ, ଅକ୍ଟୋବର ୧୦ରେ ତାଙ୍କୁ ଜୟପୁରରେ ଏକ ଜନ୍ମଦିନ ପାର୍ଟିର ସାମିଲ ହେବାର ଥିଲା। ଏହା ସହ ଅଲଗା ଅଲଗା କାର୍ଯ୍ୟକ୍ରମରେ ମଧ୍ୟ ସେ ଯୋଗ ଦେଇଥାନ୍ତେ। କିନ୍ତୁ ସବୁ ପୋଗ୍ରାମକୁ ବାତିଲ କରିଦିଆଯାଇଛି। ଆୟୋଜକ କହିଥିଲେ ଯେ, ଏବେ ସାଧାରଣ ଲୋକ ଶାହାରୁଖଙ୍କୁ ଆଉ ଗ୍ରହଣ କରିବା ସ୍ଥିତିରେ ନାହାନ୍ତି।

ରାଜୁ ରାହୁକର କହିଛନ୍ତି ଯେ, ଏହି ଦୁଇ କାର୍ଯ୍ୟକ୍ରମରୁ ମିଳିବାକୁ ଥିବା ଟଙ୍କାରୁ ସେ ନିଜ ପିଲାଙ୍କ ସ୍କୁଲ ଫି ଦେଇଥାନ୍ତେ।କିନ୍ତୁ ଏବେ ପୋଗ୍ରାମ ବାତିଲ ହେବା ପରେ ସମସ୍ୟା ବଢିଯାଇଛି। ତେବେ ଶାହାରୁଖଙ୍କୁ ରାଜୁ ନିଜ ଭଗବାନ ବୋଲି ମାନନ୍ତି ବୋଲି କହିଛନ୍ତି।

ଏଥିରେ କୌଣସି ସନ୍ଦେହ ନାହିଁ ଯେ ଶାହାରୁଖ ଖାନ ହେଉଛନ୍ତି ବଲିଉଡର ଜଣେ ସୁପରଷ୍ଟାର। ଲୋକଙ୍କ ହୃଦୟରେ ସେ ରାଜ୍ କରନ୍ତି। ଘରେ ଘରେ ଲୋକ ତାଙ୍କୁ ଜାଣନ୍ତି। କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ତାଙ୍କ ପ୍ରଶଂସକ ଅଛନ୍ତି। ଲୋକେ ତାଙ୍କୁ ନିଜ ଆଦର୍ଶ ବୋଲି ମାନନ୍ତି। କିନ୍ତୁ ପୁଅ ଆର୍ୟନ ଜେଲ ଯିବା ପରେ ଶାହାରୁଖଙ୍କ ସ୍ୱଚ୍ଛ ଛବି ଉପରେ କିଛିଟା ପ୍ରଭାବ ପଡିବା ଦେଖାଦେଇଛି।

ତେବେ ଏଭଳି ସଙ୍କଟ ସମୟରେ ଶାହାରୁଖଙ୍କୁ ପାଖରେ କିନ୍ତୁ ବଲିଉଡରୁ ନେଇ ରାଜନେତାଙ୍କ ପର୍ଯ୍ୟନ୍ତ ସମସ୍ତେ ପାଖରେ ଛିଡା ହେଉଛନ୍ତି। ରାଜ ବାବର, ଶଶି ଥରୁର, ମେହବୁବା ମୁଫତି, ଶାହାରୁଖଙ୍କୁ ସମର୍ଥନ କରୁଛନ୍ତି। ସେହିପରି ରବିନା ଟଣ୍ଡନ,ସୁନୀଲ ଶେଟ୍ଟୀ, ସଲମାନ ଖାନ, ଫରାହ ଖାନ, ସୋନୁ ସୁଦ, ଜୋୟା ଅଖତର,ହାନସାଲ ମେହେଟ୍ଟା ଏମିତି ଅନେକ ଷ୍ଟାର ଅଛନ୍ତି ଯେଉଁମାନେ ଶାହାରୁଖଙ୍କୁ ଏଭଳି ସମୟରେ ସାଥ ଦେଇଛନ୍ତି।

Leave A Reply

Your email address will not be published.