ପ୍ରମୁଖ ଖବର

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ୍ ଦୁର୍ଘଟଣା; ୨ ମୃତ, ଅନେକ ଆହତ
ମୁଖ୍ୟମନ୍ତ୍ରୀଙ୍କ ପତାକା ପ୍ରଦର୍ଶନରେ ଆରମ୍ଭ ହେଲା ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’
୨୦ ଜୁନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରକାଶ ପାଇଲା ମିନିଟ୍‌-ଟୁ-ମିନିଟ୍ କାର୍ଯ୍ୟସୂଚୀ
ନିର୍ମାଣାଧୀନ ପୋଲ ତଳକୁ ଖସିଗଲା ବାଇକ, ୨ ଯୁବକଙ୍କ ମୃତ୍ୟୁ
୧୮ରୁ ଖୋଲିବ ସମସ୍ତ ସ୍କୁଲ, ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ

ମାଆଙ୍କର ବି ନବକଳେବର ହୁଏ…

0

ଭୁବନେଶ୍ୱର: ତାଳଚେର ସହର ଠାରୁ ପଶ୍ଚିମ ଦିଗକୁ ପ୍ରାୟ ୨୫ କି.ମି ଦୂର ସିଙ୍ଘଡା ନଦୀ ନିକଟସ୍ଥ ଗୋପାଳପ୍ରସାଦ ଗ୍ରାମରେ ଅଗ୍ନୀ ସ୍ୱରୂପା ମାଆ ହିଙ୍ଗୁଳାଙ୍କ ପୀଠ ଅବସ୍ଥିତ। ଏହାପଦ୍ମ କ୍ଷେତ୍ର ବା ହିଙ୍ଗୁଳା କ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଛି। ଗୋପାଳ ପ୍ରସାଦ ଗ୍ରାମର ପ୍ରବେଶ ଦ୍ୱାରରେ ୬୦ ଫୁଟ ଲମ୍ୱ,୨୫ ଫୁଟ ଓସାରର ଏକ ଖୋଲା ମଣ୍ଡପରେ ମାଆ ହିଙ୍ଗୁଳା ପୂଜା ପାଉଛନ୍ତି।

ଆଜିକୁ ପ୍ରାୟ ଏକ ଶହ ବର୍ଷ ତଳେ ତାଳଚେର ରାଜା କିଶୋର ଚନ୍ଦ୍ର ବୀରବର ହରିଚନ୍ଦନ ମଣ୍ଡପ ଉପରେ ଏକ କୋଠାଘର, ଯଜ୍ଞ ମଣ୍ଡପ, ମୁଖ ଶାଳା, ବଳି ମଣ୍ଡପ ଓ ରୋଷଘର ନିର୍ମାଣ କରିଥିଲେ। ପୀଠର ଡାହାଣ ପାର୍ଶ୍ୱରେ ମାଆ କୋଟେଶ୍ୱରୀ, ଉତ୍ତର ପାର୍ଶ୍ୱରେ ମହାଦେବ ଓ ମାଆ ପାର୍ବତୀଙ୍କ ଅବସ୍ଥାନ ରହିଛି। ମାଆ ହିଙ୍ଗୁଳାଙ୍କର କୈାଣସି ନିର୍ଦିଷ୍ଟ ରୂପ ନାହିଁ। ଅଗ୍ନୀସ୍ୱରୂପା ଜ୍ୱାଳାମୁଖୀ ରୂପରେ ଦେବୀ ପୂଜା ପାଇଥାନ୍ତି। ମାଆଙ୍କ ବାହାନ ବ୍ୟାଘ୍ର।

ଏହି ପୀଠର ବୈଶିଷ୍ଟ ହେଲା ମାଆଙ୍କ ନବକଳେବର ପ୍ରଥା। ଶ୍ରୀ କ୍ଷେତ୍ରରେ ଚତୁର୍ଧା ମୂର୍ତ୍ତିମାନଙ୍କର ନବକଳେବର ପରି ମାଆଙ୍କର ମଧ୍ୟ ହୋଇଥାଏ। ଯେମିତି ଗଜପତି ମହାରାଜା ବଡ ଠାକୁର ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ଓ ପ୍ରଧାନ ସେବକ ଠିକ୍‍ ସେହିପରି ତାଳଚେର ରାଜା ମାଆଙ୍କର ମୁଖ୍ୟ କର୍ଣ୍ଣଧାର। ରାଜାଙ୍କର ଦେହ ତ୍ୟାଗ ହେଲେ ମାଆଙ୍କ ପ୍ରତିମା ମାରା ହୋଇଥାଏ। ଦେବୀ ପୀଠରେ ପୂଜା ପାଉଥିବା ଖମ୍ୱ,ପଥର,ପାଟ, ଚାନ୍ଦୁଆ ସବୁ ବିସର୍ଜନ କରାଯାଏ। ବିଧିବିଧାନ ସହ ମାଆ ଏକ ନୂତନ କାଠରେ ତିଆରି ହୋଇ ପୂଜା ପାଇଥାନ୍ତି।

ଶ୍ରୀକ୍ଷେତ୍ରର ଶ୍ରୀଜଗନ୍ନାଥଙ୍କ ସହ ମାଆଙ୍କର ଅତି ନିବିଡ ସଂପର୍କ ରହିଛି। ଶ୍ରୀଜଗନ୍ନାଥ ପୀଠର ରୋଷଶାଳାକୁ ହିଙ୍ଗୁଳା ପୀଠ କୁହାଯାଇଥାଏ। ସେଠାରେ ପ୍ରତ୍ୟହ ଭୋଗ ପ୍ରସ୍ତୁତ ପୂର୍ବରୁ ହିଙ୍ଗୁଳା ଦେବୀଙ୍କୁ ପ୍ରଥମେ ପୂଜା ହୋଇଥାଏ। ହିଙ୍ଗୁଳା ଯାତ୍ରା ଦିନ ଦେବୀ ଶ୍ରୀକ୍ଷେତ୍ର ପରିତ୍ୟାଗ କରି ଗୋପାଳପ୍ରସାଦସ୍ଥିତ ତାଙ୍କ ଶକ୍ତିପୀଠକୁ ଆସୁଥିବାରୁ ଏହିଦିନ ଶ୍ରୀକ୍ଷେତ୍ରର ମହାପ୍ରସାଦ ପାଚନ ହୋଇପାରେ ନାହିଁ। ତେଣୁ ଶ୍ରୀ ଜଗନ୍ନାଥ ସେଦିନ ଅନ୍ନଭୋଗ ପାଇନଥାନ୍ତି।ଏଠାରେ ଦଶହରା ପର୍ବ ମଧ୍ୟ ପାଳିତ ହୋଇଥାଏ।

Leave A Reply

Your email address will not be published.