ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ

ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

0

ଛତିଶଗଡ଼: ଛତିଶଗଡ଼ର ବିଜାପୁର ନେସନାଲ ପାର୍କ ଅଞ୍ଚଳରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ସୁରକ୍ଷା ବାହିନୀଙ୍କ ଗୁଳିରେ ଦୁର୍ଦ୍ଦାନ୍ତ ମାଓବାଦୀ ସୋଡ଼ି କନ୍ନା ଓରଫ ପଦନାମ ନିହତ ହୋଇଛନ୍ତି। ଶନିବାର ହୋଇଥିବା ଏହି ଏନକାଉଣ୍ଟରରେ ନିହତ ସୋଢି କନ୍ନା ମାଓବାଦୀଙ୍କ ସାମରିକ କମ୍ପାନୀର ଜଣେ ସ୍ନାଇପର ବୋଲି କୁହାଯାଉଛି। ତା’ ନାଁରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ସହ ବହୁ ମାଓବାଦୀ ସାମଗ୍ରୀ ଜବତ ହୋଇଛି।

ନିହତ ମାଓବାଦୀ ସୋଢି କନ୍ନା ଜଗରଗୁଣ୍ଡା ଥାନା ଅଞ୍ଚଳର କିଷ୍ଟାରମ ବାସିନ୍ଦା ବୋଲି ଜଣାପଡ଼ିଛି। ତା’ ନାଁରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଏହି ଏନକାଉଣ୍ଟର ସୁରକ୍ଷା ବାହିନୀ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି। କାରଣ ସୋଢି କନ୍ନାଙ୍କ ବହୁ ଦିନ ଧରି ଅନେକ ମାଓ କାର୍ଯ୍ୟକଳାପରେ ସକ୍ରିୟ ଥିଲା ଏବଂ ସୁରକ୍ଷା ବାହିନୀର ହିଟ୍ ଲିଷ୍ଟରେ ସାମିଲ ଥିଲା।

Leave A Reply

Your email address will not be published.