ପ୍ରମୁଖ ଖବର

ନାମାଙ୍କନର ପରଦିନ ନିର୍ବାଚନରୁ ଓହରିଲେ ଭାଜପା ପ୍ରାର୍ଥୀ ଅଭିଷେକ ସିହ୍ନା
କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ, ନାମଲେଖା ଫି ଫେରସ୍ତ ପାଇବେ ଛାତ୍ରଛାତ୍ରୀ
ସୁପ୍ରିମକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକାଥରେ ୫ କିସ୍ତି
ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ପାଦତଳେ ପଡ଼ିଲେ ନର୍ସିଂ ଛାତ୍ରଛାତ୍ରୀ
ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ, ଘରକୁ ଘର ବୁଲି ପ୍ରସ୍ତୁତ ହେବ ଭୋଟର ତାଲିକା
ଗୁରୁଗ୍ରାମରେ ଏନକାଉଣ୍ଟର: ୪ ଗ୍ୟାଙ୍ଗଷ୍ଟର ନିହତ, ୩ ପୋଲିସ କର୍ମଚାରୀ ଆହତ
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବନ୍ୟା ପାଣିରେ ଭାସିଗଲା ୩ ହଜାର ଏଲପିଜି ସିଲିଣ୍ଡର

ଆର୍ୟନଙ୍କୁ ମିଳିବ କି ବେଲ? ଆଜି ଶୁଣାଣି

0

ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ ବାଦଶାହା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଜେଲରେ ଅଛନ୍ତି। ଆଜି ତାଙ୍କ ଜାମିନ ଆବେଦନର ଶୁଣାଣି ହେବ। ମୁମ୍ବାଇ ସେସନ୍ସ କୋର୍ଟ ମାମଲାର ଶୁଣାଣି କରିବେ। ଦିନ ୨ଟା ୪୫ରେ ମାମଲା ଶୁଣାଣି କରାଯିବ। ଅପରାହ୍ନରେ ହିଁ ଜଣାପଡିବ ଯେ କୋର୍ଟ ଆର୍ୟନଙ୍କ ଜାମିନ ଦେବେ ନା ସେ ଜେଲରେ ରହିବେ।

ଗତ ୧୧ ତାରିଖରେ ଆର୍ୟନଙ୍କ ଓକିଲ ସତୀର ମାନସିନ୍ଦେ ସ୍ୱତନ୍ତ୍ର ଏନଡିପିସି କୋର୍ଟରେ ଜାମିନ ଆବେଦନ କରିଥିଲେ। ତେବେ ଆଜିକୁ ଜାମିନ ଆବେଦନର ଶୁଣାଣି ଘୁଞ୍ଚାଇ ଦିଆଯାଇଥିଲା। ନିମ୍ନକୋର୍ଟରେ ଜାମିନ ଖାରଜ ହୋଇସାରିଛି। ଏହା ସହ ଅରବାଜ ମରଚା ଓ ମୁନମୁନ ଧମେଚାଙ୍କ ମଧ୍ୟ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଥିଲା। ସେପଟେ ଆଜି ଏନସିବି କୋର୍ଟରେ ତାର ଜବାବ ଦାଖଲ କରିବ।

ଅକ୍ଟୋବର ୨ ତାରିଖରେ ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟିରୁ ଆର୍ୟନଙ୍କୁ ଧରିଥିଲା ଏନସିବି। ଆର୍ୟନଙ୍କ ସହ ଅନ୍ୟ ୮ ଜଣଙ୍କୁ ଧରି ପଚରାଉଚରା ପରେ ଗିରଫ କରାଯାଇଥିଲା। ଏହା ପରେ ସମସ୍ତ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଦିଆଯାଇଥିଲା। ଏବେ ଆର୍ୟନ ଆର୍ଥର ରୋଡ ଜେଲରେ ଅଛନ୍ତି। ତାଙ୍କ ହ୍ୱାଟସ ଆପ ଚାଟରୁ ବହୁ ଗୁରତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଆର୍ୟନଙ୍କ ଡ୍ରଗ୍ସ ପ୍ୟାଡେଲରଙ୍କ ଯୋଗଯୋଗରେ ଥିବା ହ୍ୱାଟସ ଆପ ଚାଟ୍‌ରୁ ଜଣାପଡିଛି।

ଆର୍ୟନଙ୍କ ବିରୋଧରେ ଏନଡିପିସି ଆକ୍ଟର ୮ (ସି). ୨୦(ବି) ୨୭, ୨୮, ୨୯ ଏବଂ ୩୫ ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି। ଏବେ ସୁଦ୍ଧା ଆର୍ୟନଙ୍କ ସମେତ ୨୦ ଜଣଙ୍କୁ ଗିରଫ କରିସାରିଛି। ଏଥିରେ ୨ ଜଣ ବିଦେଶୀ ନାଗରିକ ଅଛନ୍ତି। ତେବେ ଆଜି କୋର୍ଟ ଆର୍ୟନଙ୍କୁ ଜାମିନ ଦେଉଛନ୍ତି କି ନାହିଁ ତା ଉପରେ ନଜର।

Leave A Reply

Your email address will not be published.