ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ପୋଲିସ ଇନଫର୍ମର ସନ୍ଦେହରେ ୨ ଜଣଙ୍କୁ କଲେ ହତ୍ୟା ମାଓବାଦୀ

0

ଛତିଶଗଡ଼: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ଅମାନୁଷିକ କାଣ୍ଡ ଘଟାଇଲେ ମାଓବାଦୀ। ଜିଲ୍ଲାର ପମେଡ ଥାନା ଅନ୍ତର୍ଗତ ସେନ୍ଦ୍ରାବର ଏବଂ ଏମପୁର ଗ୍ରାମରେ ଦୁଇଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ ମାନେ। ପୋଲିସ ଇନଫର୍ମର ଦର୍ଶାଇ ହତ୍ୟା କରାଯାଇଥିବା ସୂଚନା ରହିଛି।

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ୧୫ରୁ ୨୦ ଜଣ ମାଓବାଦୀ ମାନେ ସେନ୍ଦ୍ରାବର ଏବଂ ଏମପୁର ଗ୍ରାମରେ ପହଞ୍ଚିଥିଲେ। ଗ୍ରାମର ଅନ୍ୟ ଗ୍ରାମବାସୀଙ୍କୁ ମାଡ଼ ମାରିବା ସହ ଏହି ଦୁଇ ଗ୍ରାମବାସୀଙ୍କୁ ଜଙ୍ଗଲକୁ ନେଇ ନିର୍ମମ ଭାବେ ହତ୍ୟା କରିଥିଲେ। ଘଟଣା ସମ୍ପର୍କରେ ଖବର ପାଇବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ।

Leave A Reply

Your email address will not be published.