ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ନବରାତ୍ରି କରିଛନ୍ତି କି? ଜାଣିରଖନ୍ତୁ କେତୋଟି କଥା…

0

ଭୁବନେଶ୍ବର: ଅନ୍ୟାୟ ଉପରେ ନ୍ୟାୟର, ମନ୍ଦ ଉପରେ ଭଲର ବିଜୟର ଏକ ସାଙ୍କେତିକ ପର୍ବ ହେଉଛି ଶାରଦୀୟ ନବରାତ୍ରି।ନବରାତ୍ରି ବା ନଅଟି ରାତି ବିଶିଷ୍ଟ ଏହି ଦେବୀ ପୂଜା ମାଆ ଦୁର୍ଗାଙ୍କୁ ସମର୍ପିତ, ଯିଏ କି ଶକ୍ତିର ପ୍ରତୀକ, ଯାହାର ଅର୍ଥ ହେଉଛି ଚରମ ଶକ୍ତି। ରାକ୍ଷସକୁ ପରାହତ କରି ସଂସାରରେ ଶାନ୍ତି ପ୍ରତିଷ୍ଠା ପାଇଁ ଦେବୀଙ୍କୁ ପ୍ରାର୍ଥନା କରାଯାଏ। ତାଙ୍କ ଆଶୀର୍ବାଦ ମଣିଷକୁ ଶକ୍ତିଶାଳୀ କରିଥାଏ। ସୁକ୍ଷ୍ମ ଭାବେ ବିଚାର କଲେ, ଏହା ସଙ୍କେତ ଦିଏ ଯେ ଆମମାନଙ୍କ ଭିତରେ ଥିବା ରାକ୍ଷସ, ପଶୁତ୍ବକୁ ଦମନ କରିବା ତଥା ଶରୀରରେ ସଂସ୍କାର ଆଣିବା ଲାଗି ଏହି ପର୍ବ ଉଦ୍ଦିଷ୍ଟ।

ଗୁଜୁରାଟ, ପଶ୍ଚିମବଙ୍ଗ ଏବଂ ଦିଲ୍ଲୀର ପ୍ରମୁଖ ଅଞ୍ଚଳରେ ବର୍ଷକୁ ଦୁଇଥର ନବରାତ୍ରୀ ପର୍ବ ପାଳନ କରାଯାଇଥାଏ। ହେଲେ ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଆଶ୍ବିନ ମାସରେ ପାଳନ କରାଯାଉଥିବା ନବରାତ୍ରୀ ଶାରଦୀୟ ନବରାତ୍ରି ଭାବରେ ଜଣାଶୁଣା। ଏହାକୁ ମହା ନବରାତ୍ରି ବୋଲି ମଧ୍ୟ କେହି କେହି କହିଥାନ୍ତି। ଅନ୍ୟଟି ଚୈତ୍ର ମାସରେ ପାଳନ କରାଯାଇଥାଏ। ଓଡ଼ିଶାରେ ଶାରଦୀୟ ନବରାତ୍ରିର ଗୁରୁତ୍ବ ଟିକିଏ ଅଧିକ।

ଆଜି ଦେବୀ ମଣ୍ଡପମାନଙ୍କରେ ମହାନବମୀ ପାଳନ କରାଯାଉଛି। ହେଲେ ନବରାତ୍ରିର ପ୍ରତ୍ୟେକ ଦିନ ଦୁର୍ଗାଙ୍କ ଅବତାର ପାଇଁ ଉତ୍ସର୍ଗୀକୃତ | ନବମ ଦିନ ପରେ ଦଶମ ଦିନ ଦଶହରା ଭାବରେ ପାଳନ କରାଯାଏ, ଯାହାକି ବିଜୟାଦଶମୀ ନାମରେ ମଧ୍ୟ ଜଣାଶୁଣା। ରାଜା ରାବଣ ଉପରେ ପ୍ରଭୁ ରାମଙ୍କ ବିଜୟକୁ ଏହା ସୂଚୀତ କରିଥାଏ |

ନବରାତ୍ରିର ପ୍ରତ୍ୟେକ ଦିନ ଭକ୍ତମାନେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ରଙ୍ଗର ପୋଷାକ ପିନ୍ଧିବାର ପରମ୍ପରା ରହିଛି। ପ୍ରଥମ ଦିନ ଘଟସ୍ଥାପନ କରାଯାଏ ଓ ଶୈଳପୂତ୍ରୀଙ୍କୁ ପୂଜା କରାଯାଏ। ଏହି ଦିନର ରଙ୍ଗ ହେଉଛି ଧୂସର। ଦ୍ବିତୀୟ ଦିନ ବ୍ରଗ୍ମଚାରିଣୀଙ୍କୁ ପୂଜା କରାଯାଏ, ରଙ୍ଗ ହେଉଛି କମଳା। ତୃତୀୟା, ଯାହାକୁ ସିନ୍ଦୁର ତୃତୀୟା ବୋଲି ମଧ୍ୟ କୁହାଯାଇଥାଏ, ସେଦିନ ଚନ୍ଦ୍ରଘଣ୍ଟା ପୂଜା ପାଆନ୍ତି, ରଙ୍ଗ ଧଳା ହୋଇଥାଏ।

ଚତୁର୍ଥୀରେ କୁଶ୍ମାଣ୍ଡ ପୂଜା, ରଙ୍ଗ ଲାଲ, ପଞ୍ଚମୀରେ ସ୍କନ୍ଦମାତା ପୂଜା ବା ସରସ୍ବତୀ ଆବାହନ ହୋଇଥାନ୍ତି, ସେଦିନର ରଙ୍ଗ ନୀଳ। ଷଷ୍ଠୀରେ କାତ୍ୟାୟନୀଙ୍କୁ ପୂଜା କରାଯାଇଥାଏ। ସେଦିନ ରଙ୍ଗ ହଳଦିଆ। ସପ୍ତମୀ, ଯାହା ମହାସପ୍ତମୀ ଭାବେ ଜଣାଶୁଣା। କାଳରାତ୍ରୀ ପୂଜା, ରଙ୍ଗ ସବୁଜ ହୋଇଥାଏ। ଦୁର୍ଗାଷ୍ଟମୀ ଦିନ ମହାଗୌରୀ ପୂଜା ବା ସନ୍ଧିପୂଜା ହୋଇଥାଏ, ରଙ୍ଗ ମୟୂର ସବୁଜ ଏବଂ ନବମୀରେ ହୋମ, ଆୟୁଧ ପୁୂଜା କରାଯାଇଥାଏ। ଦଶମୀରେ ଦେବୀଙ୍କୁ ବିଳମ୍ବିତ ରାତ୍ରିରେ ବିସର୍ଜନ କରାଯାଇଥାଏ।

Leave A Reply

Your email address will not be published.